୭୫ ପ୍ରତିଶତ ହାଡ଼ କୁଆଡ଼େ ଗଲା: ପରୀର ମା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏସଆଇଟି ତଦନ୍ତ ନେଇ ନୟାଗଡ଼ ଯଦୁପୁରରେ ପରୀର ମା ପ୍ରତିକ୍ରିୟା ରଖିଛନ୍ତି। ପରୀର ୭୫ ପ୍ରତିଶତ ହାଡ଼ କୁଆଡ଼େ ଗଲା ବୋଲି ସେ ପୁଣି ପ୍ରଶ୍ନ କରିଛନ୍ତି। ମଣିଷ ଶରୀରରେ ୨୦୬ ଖଣ୍ଡ ହାଡ଼ ଥାଏ, ପରୀର ୧୨ ଖଣ୍ଡ ମିଳିଲା। ମୁଣ୍ଡ ଖପୁରୀ ସହ ମୋଟ ୧୨ ଖଣ୍ଡ ହାଡ଼ ମିଳିଥିଲା। ବାକି ହାଡ଼ ସବୁ କୁଆଡ଼େ ଗଲା ବୋଲି ପ୍ରଶ୍ନ କଲେ ପରୀର ମା। ଏସଆଇଟି କାହାଣୀ ଶୁଣାଉଛି। ପ୍ରକୃତ ଆସାମୀକୁ […]

hiop

Tapas Behera
  • Published: Thursday, 24 December 2020
  • , Updated: 24 December 2020, 05:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏସଆଇଟି ତଦନ୍ତ ନେଇ ନୟାଗଡ଼ ଯଦୁପୁରରେ ପରୀର ମା ପ୍ରତିକ୍ରିୟା ରଖିଛନ୍ତି। ପରୀର ୭୫ ପ୍ରତିଶତ ହାଡ଼ କୁଆଡ଼େ ଗଲା ବୋଲି ସେ ପୁଣି ପ୍ରଶ୍ନ କରିଛନ୍ତି। ମଣିଷ ଶରୀରରେ ୨୦୬ ଖଣ୍ଡ ହାଡ଼ ଥାଏ, ପରୀର ୧୨ ଖଣ୍ଡ ମିଳିଲା।

ମୁଣ୍ଡ ଖପୁରୀ ସହ ମୋଟ ୧୨ ଖଣ୍ଡ ହାଡ଼ ମିଳିଥିଲା। ବାକି ହାଡ଼ ସବୁ କୁଆଡ଼େ ଗଲା ବୋଲି ପ୍ରଶ୍ନ କଲେ ପରୀର ମା। ଏସଆଇଟି କାହାଣୀ ଶୁଣାଉଛି। ପ୍ରକୃତ ଆସାମୀକୁ ଘୋଡ଼ାଇବାକୁ ଚାହୁଁଛି। ବାବୁଲି ନାଏକ ଏବଂ ତାର ଗ୍ୟାଙ୍ଗ ଏଥିରେ ସଂପୃକ୍ତ ଅଛନ୍ତି। ପରୀର ମା କହିଛନ୍ତି ଯେ, ପରୀର ଅଙ୍ଗତସ୍କରୀ ହୋଇଛି, SIT ସେ ଦିଗରେ ତଦନ୍ତ କରୁନି। ସରୋଜ ସେମିତି କରିନାହାନ୍ତି ବୋଲି ପୁଣି କହିଲେ ପରୀର ମା। ସିବିଆଇ ତଦନ୍ତ ହେଉ, ପ୍ରକୃତ ଦୋଷୀକୁ ଧରାଯାଉ ବୋଲି ପରୀର ମା କହିଛନ୍ତି।

Related story