ପ୍ୟାରୋଡି ଭିଡିଓରେ ପ୍ରଶ୍ନ, ‘ଫୋନି’ବେଳେ କେଉଁଠି ଥିଲେ ଜାତୀୟ ଟିଭି ଚ୍ୟାନେଲ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀ ନିକଟରେ ଲ୍ୟାଣ୍ଡଫଲ୍‌ କରିଥିବା ବାତ୍ୟା ‘ଫୋନି’ ଓଡ଼ିଶାକୁ କେଇ ବର୍ଷ ପଛକୁ ନେଇଯାଇ ଥିବା ବେଳେ ଏହାର ପ୍ରକୋପ ଆଜି ମଧ୍ୟ ଅନୁଭୂତ ହେଉଛି। ବିଭିନ୍ନ ଆଞ୍ଚଳିକ ଗଣମାଧ୍ୟମ ବାତ୍ୟା ପୂର୍ବରୁ ଲୋକଙ୍କୁ ସଚେତନ କରିବା ପାଇଁ ଦିନ ରାତି ଏକ କରି ଦେଇଥିଲେ। ଏପରିକି ବାତ୍ୟାର ଭୟାବହତା କାରଣରୁ ପ୍ରସାରଣ ଜନିତ ସମସ୍ୟା ହୋଇଥିଲେ ମଧ୍ୟ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପ୍ରସାରଣ ଜାରି ରହିଥିଲା। ତେବେ ଏହି ସମୟରେ ଜାତୀୟ […]

parody

parody

Subrat Kumar Nayak
  • Published: Wednesday, 05 June 2019
  • Updated: 05 June 2019, 07:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀ ନିକଟରେ ଲ୍ୟାଣ୍ଡଫଲ୍‌ କରିଥିବା ବାତ୍ୟା ‘ଫୋନି’ ଓଡ଼ିଶାକୁ କେଇ ବର୍ଷ ପଛକୁ ନେଇଯାଇ ଥିବା ବେଳେ ଏହାର ପ୍ରକୋପ ଆଜି ମଧ୍ୟ ଅନୁଭୂତ ହେଉଛି। ବିଭିନ୍ନ ଆଞ୍ଚଳିକ ଗଣମାଧ୍ୟମ ବାତ୍ୟା ପୂର୍ବରୁ ଲୋକଙ୍କୁ ସଚେତନ କରିବା ପାଇଁ ଦିନ ରାତି ଏକ କରି ଦେଇଥିଲେ। ଏପରିକି ବାତ୍ୟାର ଭୟାବହତା କାରଣରୁ ପ୍ରସାରଣ ଜନିତ ସମସ୍ୟା ହୋଇଥିଲେ ମଧ୍ୟ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପ୍ରସାରଣ ଜାରି ରହିଥିଲା। ତେବେ ଏହି ସମୟରେ ଜାତୀୟ ଟିଭି ଚ୍ୟାନେଲଙ୍କ ଆଶ୍ଚର୍ଯ୍ୟଜନକ ନିରବତା ନେଇ ସେତେବେଳେ ପ୍ରଶ୍ନ ଉଠିଥିଲା। ଏହାକୁ ବ୍ୟଙ୍ଗ କରି ୟୁଟ୍ୟୁବ୍‌ରେ ଏକ ଭିଡିଓ ଏବେ ବେଶ ଚର୍ଚ୍ଚାରେ ଅଛି ଯାହାକି ଏକ କମେଡିଆନ୍‌ ଗୋଷ୍ଠୀ ‘ଭୁବନେଶ୍ୱର କୋମେଡିଆନ୍ସ ବା Bhubaneswar Komedians’ ଦ୍ୱାରା ନିର୍ମିତ।

ଯେତେବେଳେ ଓଡ଼ିଶା, ବିଶେଷ କରି ଏହାର ରାଜଧାନୀ ଭୁବନେଶ୍ୱର ଏବଂ ସାଂସ୍କୃତିକ ରାଜଧାନୀ ପୁରୀ ‘ଫୋନି’ ସହ ଲଢ଼େଇ କରୁଥିଲେ, ପ୍ରମୁଖ ଜାତୀୟ ଗଣମାଧ୍ୟମ ସେତେବେଳେ ଅନ୍ୟ ପ୍ରସଙ୍ଗରେ ମାତିଥିଲେ ବୋଲି ଏଥିରେ ଦର୍ଶାଯାଇଛି।

ଏହି ଚ୍ୟାନେଲମାନଙ୍କୁ ଗୀତରେ ଗୀତରେ ଦୁଇ ଜଣ ଉପସ୍ଥାପକ କହୁଛନ୍ତି, ‘ସମାଚାର ହୈ ୟା ମ୍ୟାଗି ବିନ୍‌ ମସାଲେ କୈସେ ଖାଓଗେ’। ଏଥିରେ ଗୀତ ଆକାରରେ କୁହାଯାଇଛି କରୀନା କପୁରଙ୍କ ପୁଅ ‘ତୈମୁର’ ବାବଦରେ ବିଭିନ୍ନ ଅପ୍ରସଙ୍ଗ ଦେଖାଇବାକୁ ସମୟ ଅଛି କିନ୍ତୁ ‘ଫୋନି’ ସମ୍ଭବତଃ ଟିଆରପି ଯୋଗ୍ୟ ହୋଇନଥିବାରୁ ତାକୁ ଆଡ଼େଇ ଦିଆଯାଇଥିଲା। ଖବରକାଗଜବାଲାଙ୍କ ସମ୍ଭବତଃ କାଳି କମି ଯାଇଥିଲା ବୋଲି ଏଥିରେ ତାଚ୍ଛଲ୍ୟ କରାଯାଇଛି। ସେମାନେ ନ୍ୟୁଜ୍‌ରୁମ୍‌କୁ ଓୟୋ ରୁମ୍‌ ସହିତ ତୁଳନା କରିଛନ୍ତି ଯାହାକୁ ଭଡ଼ାରେ ଲଗାଇ ଦିଆଯାଇଛି।

ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ମୁମ୍ବାଇ ଆଦି ସ୍ଥାନରେ ଏହାଠାରୁ ଯଥେଷ୍ଟ ଛୋଟ ବିପର୍ଯ୍ୟୟ ସମୟରେ ୧୦ରୁ ଊର୍ଦ୍ଧ୍ୱ ବିଶେଷଜ୍ଞଙ୍କୁ ଷ୍ଟୁଡିଓକୁ ଡକାଇ କେମିତି ଚର୍ଚ୍ଚା କରାଇଥାନ୍ତି ବୋଲି ଏହି ପ୍ୟାରୋଡି ଭିଡିଓରେ ପ୍ରଶ୍ନ ଉଠାଯାଇଛି। ସୂଚନାଯୋଗ୍ୟ ଯେ, ବାତ୍ୟାର ବହୁଦିନ ପରେ ଜାତୀୟ ଟିଭି ଚ୍ୟାନେଲ ଏ ଖବର ପରିବେଷଣ କରିଥିଲେ। ଏପରିକି ‘ଫୋନି’ ଓଡ଼ିଶାରେ ଲ୍ୟାଣ୍ଡଫଲ୍‌ କରିଥିଲେ ହେଁ ଖବରକାଗଜ ‘ହିନ୍ଦୁସ୍ତାନ ଟାଇମ୍ସ’ ପ୍ରଭାବିତ ଅଞ୍ଚଳ ତାଲିକାରେ ଓଡ଼ିଶାକୁ ସ୍ଥାନ ଦେଇନଥିଲା।

ଏହି ବାତ୍ୟାରେ କେବଳ ଓଡ଼ିଶାରେ ୬୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯିବା ସହ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେବା ଖବରକୁ ଜାତୀୟ ଗଣମାଧ୍ୟମ ଅଣଦେଖା କରିବାକୁ ନେଇ ସବୁ ମହଲରେ କଡ଼ା ସମାଲୋଚନା କରାଯାଇଥିଲା। ଲୋକଙ୍କ ଅସନ୍ତୋଷକୁ ଏକାଠି କରି ପ୍ରସ୍ତୁତ ଏହି ଭିଡିଓରେ ଦୁଇ ଜଣ ଉପସ୍ଥାପକ ଆଖିରେ କଳାପଟି ବାନ୍ଧି ବସିଛନ୍ତି। ଆଉ ଟିଭି ଚ୍ୟାନେଲର ନାମ ରହିଛି ଚଗଲାନ୍ୟୁଜ୍‌। ଏହି ଭିଡିଓଟି ଅନୁରାଗ ଆଦିତ୍ୟଙ୍କ ନିର୍ଦ୍ଦେଶିତ ବୋଲି ଜଣାପଡ଼ିଛି।
https://youtu.be/YdFLCj42VnY?t=194

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story