ବାଲିଯାତ୍ରା ପଡ଼ିଆରୁ ଅଧାପୋତା ମୃତଦେହ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲିଯାତ୍ରା ପଡ଼ିଆରୁ ଅଧାପୋତା ମୃତଦେହ ଉଦ୍ଧାର ହୋଇଛି। ମାତ୍ର ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ଯୁବକଙ୍କୁ ହତ୍ୟା ପରେ ସେଠାରେ ପୋତି ଦିଆଯାଇଥିବା ଅଭିଯୋଗ ହେଉଛି। ଆଜି ଏପରି ଅଭିଯୋଗ ଆସିଛି ଭୁବନେଶ୍ୱର ଉପକଣ୍ଠରୁ। ଆଜି ରାଜଧାନୀ ଭୁବନେଶ୍ୱର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଛାଡ଼ିବା ପରେ ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଗୋଟିଏ ଅଧାପୋତା ମୃତଦେହ ଦେଖିବାକୁ ମିଳିଥିଲା। ମୃତଦେହ ହାତଟି ବାହାରକୁ ଦେଖାଯାଇଥିଲା। ସ୍ଥାନୀୟ ଲୋକେ ଏନେଇ ମଞ୍ଚେଶ୍ୱର ଥାନାକୁ […]

Death

Manoranjan Sial
  • Published: Wednesday, 21 July 2021
  • , Updated: 21 July 2021, 09:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲିଯାତ୍ରା ପଡ଼ିଆରୁ ଅଧାପୋତା ମୃତଦେହ ଉଦ୍ଧାର ହୋଇଛି। ମାତ୍ର ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ଯୁବକଙ୍କୁ ହତ୍ୟା ପରେ ସେଠାରେ ପୋତି ଦିଆଯାଇଥିବା ଅଭିଯୋଗ ହେଉଛି। ଆଜି ଏପରି ଅଭିଯୋଗ ଆସିଛି ଭୁବନେଶ୍ୱର ଉପକଣ୍ଠରୁ।

ଆଜି ରାଜଧାନୀ ଭୁବନେଶ୍ୱର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଛାଡ଼ିବା ପରେ ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଗୋଟିଏ ଅଧାପୋତା ମୃତଦେହ ଦେଖିବାକୁ ମିଳିଥିଲା। ମୃତଦେହ ହାତଟି ବାହାରକୁ ଦେଖାଯାଇଥିଲା। ସ୍ଥାନୀୟ ଲୋକେ ଏନେଇ ମଞ୍ଚେଶ୍ୱର ଥାନାକୁ ଖବର ଦେଇଥିଲେ। କମିଶନରେଟ୍‌ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଅଧାପୋତା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ହତ୍ୟା ପରେ ଯୁବକଙ୍କୁ କେହି ମାଟିରେ ପୋତି ଦେଇଥିବା ସନ୍ଦେହ କରାଯାଉଛି। ତେବେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

Related story