ପଶ୍ଚିମ ଓଡ଼ିଶା ଜଳୁଛି, ଟିଟିଲାଗଡ଼ରେ ସର୍ବାଧିକ ୪୩.୫ ଡିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗତକାଲି ମାତ୍ର ତିନୋଟି ସ୍ଥାନରେ ତାପମାତ୍ର ୪୦ ଡିଗ୍ରୀ ଉପରକୁ ଉଠିଥିବା ବେଳେ ଆଜି ୮ଟି ସହରର ତାପମାତ୍ର ୪୦ ଟପି ଥିଲା। ଆଉ ଆଠଟି ସହରରୁ ୭ଟି ହେଉଛି ପଶ୍ଚିମ ଓଡ଼ିଶାର। ସବୁଠାରୁ ଅଧିକ ତାପମାତ୍ରା ରହିଥିଲା ଟିଟିଲାଗଡ଼ରେ। ଏଠାରେ ତାପମାତ୍ର ୪୩.୫ ଡିଗ୍ରୀ ରହିଥିଲା। ସେହିପରି ସମ୍ବଲପୁର ଓ ହୀରାକୁଦରେ ତାପମାତ୍ର ୪୩ ଡିଗ୍ରୀ ଛୁଇଁ ଥିଲା। ଝାରସୁଗୁଡ଼ାର ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ […]

heatwave

heatwave

Rakesh Mallick
  • Published: Tuesday, 19 May 2015
  • Updated: 19 May 2015, 03:27 PM IST

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗତକାଲି ମାତ୍ର ତିନୋଟି ସ୍ଥାନରେ ତାପମାତ୍ର ୪୦ ଡିଗ୍ରୀ ଉପରକୁ ଉଠିଥିବା ବେଳେ ଆଜି ୮ଟି ସହରର ତାପମାତ୍ର ୪୦ ଟପି ଥିଲା। ଆଉ ଆଠଟି ସହରରୁ ୭ଟି ହେଉଛି ପଶ୍ଚିମ ଓଡ଼ିଶାର। ସବୁଠାରୁ ଅଧିକ ତାପମାତ୍ରା ରହିଥିଲା ଟିଟିଲାଗଡ଼ରେ। ଏଠାରେ ତାପମାତ୍ର ୪୩.୫ ଡିଗ୍ରୀ ରହିଥିଲା। ସେହିପରି ସମ୍ବଲପୁର ଓ ହୀରାକୁଦରେ ତାପମାତ୍ର ୪୩ ଡିଗ୍ରୀ ଛୁଇଁ ଥିଲା। ଝାରସୁଗୁଡ଼ାର ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ପଶ୍ଚିମ ଓଡ଼ିଶାର ଆଉ ଦୁଇଟି ସ୍ଥାନ ଭବାନୀପାଟଣା ଓ ସୋନପୁରରେ ତାପମାତ୍ର ଯଥାକ୍ରମେ ୪୧.୬ ଓ ୪୦.୬ ରହିଥିଲା। ବଲାଙ୍ଗୀରରେ ଆଜି ତାପମାତ୍ରା ୪୧.୫ ଡିଗ୍ରୀ ରହିଥିଲା।

ଗତକାଲି ତିନିଟି ସହରର ତାପମାତ୍ରା ୪୦ ଉପରକୁ ଉଠିଥିବା ବେଳେ ସେଗୁଡ଼ିକ ଥିଲା ପଶ୍ଚିମ ଓଡ଼ିଶାର। ସମ୍ୱଲପୁର, ଭବାନୀପାଟଣା ଓ ଟିଟିଲାଗଡରେ ଗତକାଲି ତାପମାତ୍ରା ୪୦ ଡିଗ୍ରୀ ଉପରକୁ ରହିଥିଲା। ସମ୍ୱଲପୁରରେ ୪୧.୧ଡିଗ୍ରୀ ତପମାତ୍ରା ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ ଓ ଭବାନୀପାଟଣାରେ ତାପମାତ୍ରା ୪୧.୫ ରହିଥିଲା। ଆଉ ଆଜି ଏଠାରେ ଆହୁରି ଅଧିକ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ୱରରେ ଆଜି ତାପମାତ୍ରା ୪୦.୪ ଡିଗ୍ରୀ ରହିଥିବା ବେଳେ କଟକର ତାପମାତ୍ର ଥିଲା ୩୭.୫।

ସେହିପରି ବାଲେଶ୍ୱରରେ ୩୩.୭ ଡିଗ୍ରୀ, ପୁରୀରେ ୩୪.୮, କେନ୍ଦୁଝରରେ ୩୫.୬,ସୁନ୍ଦରଗଡ ଓ ଚାନ୍ଦବାଲିରେ ୩୬.୮, ଗୋପାଳପୁରରେ ୩୩.୦, ଅନୁଗୋଳରେ ୩୯.୭, କୋରାପୁଟରେ ୩୪.୦, ମାଲକାନଗିରିରେ ୩୯.୦, ବାରିପଦାରେ ୩୪.୨ ଓ ପାରାଦ୍ୱୀପରେ ୩୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

ଭୁବନେଶ୍ୱର ସ୍ଥିତ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ବାୟୁମଣ୍ଡଳ ଉପରେ ଏକ ଟ୍ରଫ୍ ଲାଇନ ଦେଖାଯାଇଛି। ଏହାର ପ୍ରଭାବରେ ଉପକୂଳ ଜିଲ୍ଲାଗୁଡ଼ିକ ସହିତ ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଆଦି ଜିଲ୍ଲାରେ ବର୍ଷା ସହିତ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକରେ ଏହି ସ୍ଥିତି ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ୨୫ ତାରିଖରୁ ପୁଣି ଗ୍ରୀଷ୍ମ ପ୍ରବାହ ବଢ଼ିବ। ଅନ୍ୟପକ୍ଷରେ ଦେଖାଯାଇଥିବା ଟ୍ରଫ୍ ଲାଇନ ଯୋଗୁ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ ନାହିଁ। ସେଠାରେ ତାପମାତ୍ରା ଆହୁରି ବଢ଼ିବ। ଆସନ୍ତା ୨୨ ତାରିଖ ପରଠରୁ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ର ଆହୁରି ଅଧିକ ହେବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos