ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅବସରର ମାସକ ପୂର୍ବରୁ ଛୁଟିରେ ପଠାଯିବା ପ୍ରସଙ୍ଗ ନେଇ ଓୟୁଏଟି କୁଳପତି ସୁରେନ୍ଦ୍ରନାଥ ପଶୁପାଳକ ଆଣିଛନ୍ତି ଗୁରୁତର ଅଭିଯୋଗ। ସେ ଏଥିପାଇଁ ସିଧାସଳଖ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଉପରେ ଦୋଷ ଲଦିଛନ୍ତି। ଅଭିସନ୍ଧି ରଖି ଏଭଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
ପଶୁପାଳକ କହିଛନ୍ତି ଯେ ଏ ସଂପର୍କରେ ସେ କୁଳାଧିପତିଙ୍କୁ ମଧ୍ୟ ଅବଗତ କରିଥିଲେ ବି କିଛି ସୁଫଳ ମିଳି ନଥିଲା।
ସେ କହିଛନ୍ତି, ଯାହାବି ଅଭିଯୋଗ ଆସିଥିଲା ପ୍ରାଥମିକ ସ୍ତରରେ ତା’ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଭଲ ହୋଇଥା’ନ୍ତା। କୌଣସି ପ୍ରକାର ଆର୍ଥିକ ଅନିୟମିତତା ହୋଇନାହିଁ। ନିଯୁକ୍ତିରେ ବି କୌଣସି ଦୁର୍ନୀତି ହୋଇନାହିଁ। କିଛି ଲୋକ ଚକ୍ରାନ୍ତ କରି ତାଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି। ସେମାନଙ୍କ କଥା ନଶୁଣିବାରୁ ପ୍ରତିକ୍ରିୟାଶୀଳ ହୋଇ ସେମାନେ ଏଭଳି ଚକ୍ରାନ୍ତ କରିଛନ୍ତି ବୋଲି ପଶୁପାଳକ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Miscellaneous
ଆସୁଛନ୍ତି ରାଷ୍ଟ୍ରପତି; ପୁରୀରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଜିପି
ସୁରକ୍ଷା ଦାୟିତ୍ୱରେ ୮୦ ପ୍ଲାଟୁନ ପୁଲିସ୍ ଫୋର୍ସ ସହ ୩୦୦ ବରିଷ୍ଠ ଅଧିକାରୀ ମୁତୟନ ହେବେ। କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି କହିଲେ ଡିଜିପି ୱାଇ.ବି ଖୁରାନିଆ।
Miscellaneous
ସୋମବାର ମହାପ୍ରଭୁଙ୍କ ପଇତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ମାର୍ଗଶୀର କୃଷ୍ଣ ପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୁଏ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।
Politics
ତେଜୁଛି ଯାଜପୁର କଳି, ପୁଣି ବିଜେଡି-ବିଜେପି ମୁହାଁମୁହିଁ
ଯାଜପୁର ଘଟଣାକୁ ନେଇ ବିଜେଡି ଓ ବିଜେପି ପୁଣି ମୁହାଁମୁହିଁ ହୋଇଛନ୍ତି। ବିଜେଡି ପ୍ରେସମିଟ୍ କରି ପୁଲିସ ଉପରେ ଦୋଷ ଲଦିଥିବାବେଳେ କାଉଣ୍ଟର କରିଛି ବିଜେପି।
Miscellaneous
ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଗଲା 'ସୁଭଦ୍ରା' ଟଙ୍କା। ସୁନ୍ଦରଗଡ଼ରେ ଟଙ୍କା ରିଲିଜ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।