ଆତଙ୍କବାଦୀଙ୍କ ଟାର୍ଗେଟରେ ଯାତ୍ରୀବାହୀ ବିମାନ! ହଠାତ୍‌ ପହଞ୍ଚିଲେ ସୁରକ୍ଷାକର୍ମୀ...

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଆତଙ୍କବାଦୀଙ୍କ ଟାର୍ଗେଟରେ ଯାତ୍ରୀବାହୀ ବିମାନ । ଏକ ଯାତ୍ରୀ ବାହୀ ବିମାନକୁ ଅପହରଣ ଉଦ୍ୟମ କରୁଛନ୍ତି କିଛି ଆତଙ୍କବାଦୀ । ଖବର ମିଳିବା ପରେ ତୁରନ୍ତ ସୁରକ୍ଷା ବାହିନୀ ବିମାନ ବନ୍ଦରରେ ପହଞ୍ଚି ଆରମ୍ଭ କରି ଦେଲେ ଅପରେସନ । ଏହାପରେ ବିମାନ ସହ ସମସ୍ତ ଯାତ୍ରୀଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କଲେ ସୁରକ୍ଷାକର୍ମୀ । ଏହା ସତ ସତିକା  ଅପହରଣ ନୁହେଁ । ବରଂ  ଥିଲା ମକ୍ ଡ୍ରିଲ୍ । ଏମିତି ଅପ୍ରିତିକର […]

jharsuguda-1

Niharika Rout
  • Published: Thursday, 20 August 2020
  • , Updated: 20 August 2020, 02:55 PM IST

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଆତଙ୍କବାଦୀଙ୍କ ଟାର୍ଗେଟରେ ଯାତ୍ରୀବାହୀ ବିମାନ । ଏକ ଯାତ୍ରୀ ବାହୀ ବିମାନକୁ ଅପହରଣ ଉଦ୍ୟମ କରୁଛନ୍ତି କିଛି ଆତଙ୍କବାଦୀ । ଖବର ମିଳିବା ପରେ ତୁରନ୍ତ ସୁରକ୍ଷା ବାହିନୀ ବିମାନ ବନ୍ଦରରେ ପହଞ୍ଚି ଆରମ୍ଭ କରି ଦେଲେ ଅପରେସନ । ଏହାପରେ ବିମାନ ସହ ସମସ୍ତ ଯାତ୍ରୀଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କଲେ ସୁରକ୍ଷାକର୍ମୀ ।

ଏହା ସତ ସତିକା  ଅପହରଣ ନୁହେଁ । ବରଂ  ଥିଲା ମକ୍ ଡ୍ରିଲ୍ । ଏମିତି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ କେମିତି ଆତଙ୍କବାଦୀଙ୍କ କବଳରୁ ବିମାନ ଓ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରିବ ତାହାର ଏକ ମକ୍ ଡ୍ରିଲ୍ ଆଜି ଝାରସୁଗୁଡ଼ା ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା।        । ଜିଲ୍ଲାପାଳ ସରୋଜ କୁମାର ସାମଲ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଆଣ୍ଟି ହାଇଜାକିଙ୍ଗ୍ ମକ୍ ଡ୍ରିଲ୍ । ଏହାପରେ ସମସ୍ତ ଆତଙ୍କବାଦୀଙ୍କୁ କାବୁ କରି ନେଇଥିଲେ ସୁରକ୍ଷାକର୍ମୀ।

Related story