ପାଟଣାଗଡ଼ ବିଧାୟକ ସରୋଜ ମେହେର ଗିରଫ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ଶେଷରେ ଆଇନର ପଞ୍ଝାରେ ପଡ଼ିଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର। ପୂର୍ତ୍ତବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍‌ କରିବା ଘଟଣାରେ ଆଜି ତାଙ୍କୁ ପାଟଣାଗଡ଼ ପୁଲିସ୍ ଗିରଫ କରିଛି। ଗିରଫ କରାଯିବା ପରେ ତାଙ୍କୁ ଏଡିଜେଙ୍କ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ପାଟଣାଗଡ଼ ଜେଲ୍‌କୁ ପଠାଇ ଦିଆଯାଇଛି। ଆଜି ସକାଳେ ପୁଲିସ୍ ତାଙ୍କୁ ନୂଆପଡ଼ାରୁ ବଲାଙ୍ଗିର ଆଣିଥିଲା। ନୂଆପଡ଼ାରେ ସେ ଏକ ହୋଟେଲରେ ଥିଲେ। ପୁଲିସ୍ ତାଙ୍କୁ […]

saroj1

Jitendra Garnayak
  • Published: Monday, 24 June 2019
  • , Updated: 24 June 2019, 02:10 PM IST

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ଶେଷରେ ଆଇନର ପଞ୍ଝାରେ ପଡ଼ିଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର। ପୂର୍ତ୍ତବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍‌ କରିବା ଘଟଣାରେ ଆଜି ତାଙ୍କୁ ପାଟଣାଗଡ଼ ପୁଲିସ୍ ଗିରଫ କରିଛି। ଗିରଫ କରାଯିବା ପରେ ତାଙ୍କୁ ଏଡିଜେଙ୍କ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ପାଟଣାଗଡ଼ ଜେଲ୍‌କୁ ପଠାଇ ଦିଆଯାଇଛି।

ଆଜି ସକାଳେ ପୁଲିସ୍ ତାଙ୍କୁ ନୂଆପଡ଼ାରୁ ବଲାଙ୍ଗିର ଆଣିଥିଲା। ନୂଆପଡ଼ାରେ ସେ ଏକ ହୋଟେଲରେ ଥିଲେ। ପୁଲିସ୍ ତାଙ୍କୁ ବଲାଙ୍ଗିର ନିକଟସ୍ଥ ମନୋହରପୁର ବାରାକ୍‌ରେ ରଖି ମାରାଥନ୍‌ ଜେରା କରିଥିଲା। ଏସ୍‌ପି ଏସ୍. ଶିବା ସୁବ୍ରମଣି ମଧ୍ୟ ନିଜେ ତାଙ୍କୁ ଜେରା କରିଥିଲେ। ଏହା ପରେ ଏକ ଘରୋଇ ଗାଡ଼ି ଯୋଗେ ତାଙ୍କୁ ପାଟଣାଗଡ଼ ଥାନାକୁ ଅଣାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ସମୟରେ ଥାନାରେ ଏସ୍‌ପି ବି ଉପସ୍ଥିତ ଥିଲେ।

ଉଠ୍‌ବସ୍‌ ଘଟଣାରେ ଜେଇ ଜୟକାନ୍ତ ଶବରଙ୍କ ପତ୍ନୀ ପାଟଣାଗଡ଼ ଥାନାରେ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଏତଲା ଦେଇଥିଲେ। ତାଙ୍କ ସ୍ୱାମୀଙ୍କୁ ବିଧାୟକ ଶାରୀରିକ ନିର୍ଯାତନା ଦେବା ସହିତ ଜାତିଆଣ ଆକ୍ଷେପ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଆଇପିସି ଓ ଏସ୍‌ସି ଏବଂ ଏସ୍‌ଟି ଆକ୍ଟରେ ବିଧାୟକଙ୍କ ନାଁରେ ମାମଲା ରୁଜୁ କରିଥିଲା। ଏହା ପରେ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ବର୍ଗରୁ ଚାପ ପଡ଼ିଥିଲା। ବଲାଙ୍ଗିର ଜିଲ୍ଲା ଡିପ୍ଲୋମା ଇଞ୍ଜିନିୟର ସଂଘ ସହିତ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା। ଏପରିକି ଆସନ୍ତା ୨୬ ତାରିଖରେ ବିଧାନସଭା ଘେରାଉ କରିବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଚେତାବନୀ ଦେଇଥିଲା।

କ’ଣ ଥିଲା ଘଟଣା?

ବେଲପଡ଼ା ବ୍ଲକ୍ ଗମ୍ଭାରୀ ଗାଁରେ ଏକ ରାସ୍ତାକାମ ଚାଲିଥିବା ବେଳେ ଏହା ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏ ଅଭିଯୋଗ ପାଇବା ପରେ ଜୁନ୍ ୫ ତାରିଖରେ ବିଧାୟକ ସରୋଜ ମେହେର ଉକ୍ତ ନିର୍ମାଣାଧୀନ ପିଚୁ ରାସ୍ତାର କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ। ରାସ୍ତାକାମ ତଦାରଖ କରିବା ପରେ ବିଧାୟକ ସଙ୍ଗେ ସଙ୍ଗେ ଆକ୍ସନ୍ ମୋଡ୍‌କୁ ଚାଲି ଯାଇଥିଲେ। ସର୍ବସମ୍ମୁଖରେ ସେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ୫ ମିନିଟ୍‌ ମଧ୍ୟରେ ଶହେ ଥର ଉଠ୍‌ବସ୍‌ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଉଠ୍‌ବସ୍‌ ନ ହେଲେ ଲୋକେ ମାଡ଼ମାରିବେ ବୋଲି ସେ କହୁଥିବା ଭିଡିଓରେ ଶୁଣିବାକୁ ମିଳିଥିଲା।

 

 

Related story