ଏମିତି ଆମ ସ୍ୱାସ୍ଥ୍ୟସେବା; ଡାଏଲିସିସ ବେଳେ କଟିଗଲା ବିଦ୍ୟୁତ୍, ରୋଗୀ ମୃତ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା କାରଣରୁ ଜୀବନ ହାରିଲେ ଜଣେ କିଡ୍‌ନୀ ରୋଗୀ। ଏହି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ମୃତକଙ୍କ ନାଁ ଗଙ୍ଗାଧର ସ୍ୱାଇଁ। ତାଙ୍କ ଘର ଦଶପଲ୍ଲା ଏନ୍‌ଏସି ଅଧୀନ ମହୁଲିଆ ଗାଁରେ। ଗତକାଲି ସକାଳେ ଗଙ୍ଗାଧର ଡାଏଲିସିସ୍ ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ହେଲେ ତାଙ୍କର ଡାଏଲିସିସ ଚାଲିଥିବା ବେଳେ  ବିଦ୍ୟୁତ୍‌ କଟି ଯାଇଥିଲା। ତେଣୁ ଜେନେରେଟର ଲଗାଇବାକୁ କୁହାଯାଇଥିଲା। ହେଲେ […]

medical

Jyoshna Pradhan
  • Published: Sunday, 07 July 2019
  • , Updated: 07 July 2019, 02:59 PM IST

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା କାରଣରୁ ଜୀବନ ହାରିଲେ ଜଣେ କିଡ୍‌ନୀ ରୋଗୀ। ଏହି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ମୃତକଙ୍କ ନାଁ ଗଙ୍ଗାଧର ସ୍ୱାଇଁ। ତାଙ୍କ ଘର ଦଶପଲ୍ଲା ଏନ୍‌ଏସି ଅଧୀନ ମହୁଲିଆ ଗାଁରେ।

ଗତକାଲି ସକାଳେ ଗଙ୍ଗାଧର ଡାଏଲିସିସ୍ ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ହେଲେ ତାଙ୍କର ଡାଏଲିସିସ ଚାଲିଥିବା ବେଳେ  ବିଦ୍ୟୁତ୍‌ କଟି ଯାଇଥିଲା। ତେଣୁ ଜେନେରେଟର ଲଗାଇବାକୁ କୁହାଯାଇଥିଲା। ହେଲେ ଡାକ୍ତରଖାନାରେ ଜେନେରେଟର ଦାୟିତ୍ୱରେ ଥିବା କର୍ମଚାରୀ ଛୁଟିରେ ଥିବାରୁ ଜଣେ ଝାଡ଼ୁଦାର ଜେନେରେଟର ଷ୍ଟାର୍ଟ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ଜେନେରେଟର ଷ୍ଟାର୍ଟ କରିପାରି ନଥିଲେ। ଫଳରେ ଅଧା ଡାଏଲିସି ଅବସ୍ଥାରେ ଗଙ୍ଗାଧରଙ୍କ ମୃତ୍ୟୁ ଘଟିଥିଲା।

ଗଙ୍ଗାଧରଙ୍କ ପତ୍ନୀ ପ୍ରତିମା ସ୍ୱାଇଁ କହିଛନ୍ତି,“ମୋ ସ୍ୱାମୀ ଧଇଁସଇଁ ହେଉଥିଲେ। ଆମେ ତାଙ୍କୁ ଆମ୍ୱୁଲାନ୍ସରେ ନୟାଗଡ଼ ଡାକ୍ତରଖାନାକୁ ନେଇଥିଲୁ। ସେଠାରେ ଆଉଟ୍‌ଡୋରରେ ଥିବା ଡାକ୍ତର ଔଷଧ ଓ ଇଞ୍ଜେକସନ୍ ଲେଖି ଦେଇଥିଲେ। ଏହାସହ ରୋଗୀକୁ ଧରି କଟକ କିମ୍ୱା ଭୁବନେଶ୍ୱର ନେଇ ଯାଅ ବୋଲି କହିଥିଲେ। ତେବେ ସେ (ଗଙ୍ଗାଧର) ଧଇଁସଇଁ ହେଉଥିବାରୁ ଡାଏଲିସିସ୍ କରିବା ପରେ ଆମେ ତାଙ୍କୁ ଅନ୍ୟ ଡାକ୍ତରଖାନା ନେବାକୁ କହିଥିଲୁ। ଏହାପରେ ଡାକ୍ତର ଗଙ୍ଗାଧରକୁ ୱାର୍ଡକୁ ନେବାକୁ କହିଥିଲେ। ଡାଏଲିସିସ୍ କରିବାର ୫ରୁ ୧୦ ମିନିଟ୍ ଭିତରେ ବିଦ୍ୟୁତ୍ କଟି ଯାଇଥିଲା। ଜେନେରେଟର ଲାଗିଲାନି କି ୪ ଘଣ୍ଟା ଯାଏ ବିଦ୍ୟୁତ୍‌ ବି ଆସିଲାନି।”

ଏ ସମ୍ପର୍କରେ ସିଡିଏମ୍‌ଓଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

 

 

 

Related story