ରୋଗୀ ଦେଖୁଛନ୍ତି, ରଙ୍ଗ କାମ ବି କରୁଛନ୍ତି ସିକ୍ୟୁରିଟି ଗାର୍ଡ

ନୀଳଗିରି(ବିଶ୍ୱମ୍ବର ଦାସ): ରୋଗୀଙ୍କ ବ୍ଲଡ ପ୍ରେସର ଚେକ୍ କରୁଛନ୍ତି। ଇସିଜି କରୁଛନ୍ତି। ଷ୍ଟ୍ରେଚ୍‌ରରେ ରଙ୍ଗ ଦେଉଛନ୍ତି। ଡାକ୍ତରଖାନା ବି ଜଗୁଛନ୍ତି। ଡାକ୍ତରଖାନାରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ କରିବାକୁ ଥିବା ସବୁ କାମ କରୁଛନ୍ତି। ଡାକ୍ତରଙ୍କ ଭଳି ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝି ମେଡିକାଲ ରେଜିଷ୍ଟରରେ ପ୍ରତିଟି କଥା ଟିପି ନେଉଛନ୍ତି। ଏଭଳି ଭାବେ ସିକ୍ୟୁରିଟି ଗାର୍ଡମାନେ କେତେବେଳେ ରୋଗୀ ଚିକିତ୍ସା କରୁଛନ୍ତି ତ, ଆଉ କେତେବେଳେ ରଂଗମିସ୍ତ୍ରୀ, ପୁଣି ଆଉ ଅନ୍ୟ ସମୟରେ ସିକ୍ୟୁରିଟି ଗାର୍ଡ […]

se

  • Published: Sunday, 13 November 2022
  • , Updated: 13 November 2022, 05:03 PM IST

ନୀଳଗିରି(ବିଶ୍ୱମ୍ବର ଦାସ): ରୋଗୀଙ୍କ ବ୍ଲଡ ପ୍ରେସର ଚେକ୍ କରୁଛନ୍ତି। ଇସିଜି କରୁଛନ୍ତି। ଷ୍ଟ୍ରେଚ୍‌ରରେ ରଙ୍ଗ ଦେଉଛନ୍ତି। ଡାକ୍ତରଖାନା ବି ଜଗୁଛନ୍ତି। ଡାକ୍ତରଖାନାରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ କରିବାକୁ ଥିବା ସବୁ କାମ କରୁଛନ୍ତି। ଡାକ୍ତରଙ୍କ ଭଳି ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝି ମେଡିକାଲ ରେଜିଷ୍ଟରରେ ପ୍ରତିଟି କଥା ଟିପି ନେଉଛନ୍ତି। ଏଭଳି ଭାବେ ସିକ୍ୟୁରିଟି ଗାର୍ଡମାନେ କେତେବେଳେ ରୋଗୀ ଚିକିତ୍ସା କରୁଛନ୍ତି ତ, ଆଉ କେତେବେଳେ ରଂଗମିସ୍ତ୍ରୀ, ପୁଣି ଆଉ ଅନ୍ୟ ସମୟରେ ସିକ୍ୟୁରିଟି ଗାର୍ଡ କାମ କରୁଛନ୍ତି। ଏ ହେଉଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ଦୃଶ୍ୟ। ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଦେଖିବାକୁ ମିଳିଛି ଏଭଳି ସାଂଘାତିକ ତ୍ରୁଟି।

ମେଡିକାଲର ଅସ୍ଥାୟୀ ସୁରକ୍ଷାକର୍ମୀ ଏଠାରେ ରୋଗୀ ଚିକିତ୍ସା କରୁଛନ୍ତି। ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ସିକ୍ୟୁରିଟି ଦାୟିତ୍ୱରେ ଥିବା ଉଭୟ ମହିଳା ଓ ପୁରୁଷ ଗାର୍ଡ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ସୋସିଆଲ ମିଡିଆରେ ଏ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଜଣେ ବ୍ୟକ୍ତି ପଚାରୁଛନ୍ତି, ଆପଣ କାହିଁକି ରୋଗୀ ଚିକିତ୍ସା କରୁଛନ୍ତି ? ଦିଦି ନାହାନ୍ତି କି ? ସିକ୍ୟୁରିଟି ଜଣକ କହୁଛନ୍ତି ସମସ୍ତେ ଆଜି ଛୁଟିରେ ଅଛନ୍ତି।

ଏହାକୁ ନେଇ ମେଡିକାଲ କତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ସେମାନଙ୍କୁ ଚେତାବନୀ ଦିଆଯାଇଛି ବୋଲି କହିଛନ୍ତି ଉପଖଣ୍ଡ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ସରୋଜିନୀ ପ୍ରଧାନ। ତେବେ ଦାୟିତ୍ୱରେ ଥିବା ଡାକ୍ତର କିମ୍ବା ଅନ୍ୟ କର୍ମଚାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ କିଛି ଉତ୍ତର ରଖିନାହାନ୍ତି। ଯାହା ସରକାରୀ ଡାକ୍ତରଖାନାରେ ଚାଲିଥିବା ଘୋର ଅବ୍ୟବସ୍ଥା ଓ ଦାୟିତ୍ୱରେ କର୍ତ୍ତୃପକ୍ଷ ଦାୟିତ୍ୱହୀନତାକୁ ସାମ୍ନାକୁ ଆଣିଛି।

Related story