ପାଟକୁରା ବିଧାନସଭା ଆସନ: ମେ’ ୧୯ରେ ମତଦାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ମେ’ ୧୯ ତାରିଖରେ ପାଟକୁରା ବିଧାନସଭା ଆସନରେ ହେବ ମତଦାନ। ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୧ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ମେ’ ୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ମେ’ ୪ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇପାରିବ। ଚତୁର୍ଥ ପର୍ଯ୍ୟାୟ ତଥା ଏପ୍ରିଲ ୨୯ରେ ପାଟକୁରାରେ ନିର୍ବାଚନ ହେବାର ଥିଲା। ତେବେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ କାରଣରୁ ଏଠାରେ ବିଧାନସଭା […]

patakura.jpg111

Tapas Behera
  • Published: Wednesday, 24 April 2019
  • , Updated: 24 April 2019, 12:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ମେ’ ୧୯ ତାରିଖରେ ପାଟକୁରା ବିଧାନସଭା ଆସନରେ ହେବ ମତଦାନ। ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୧ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି।

ମେ’ ୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ମେ’ ୪ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇପାରିବ।

ଚତୁର୍ଥ ପର୍ଯ୍ୟାୟ ତଥା ଏପ୍ରିଲ ୨୯ରେ ପାଟକୁରାରେ ନିର୍ବାଚନ ହେବାର ଥିଲା। ତେବେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ କାରଣରୁ ଏଠାରେ ବିଧାନସଭା ପାଇଁ ମତଦାନକୁ ସ୍ଥଗିତ ରଖାଯାଇଥିଲା।

 

 

Related story