ନବୀନ ନିବାସରେ ପାଟକୁରା ପଲିଟିକ୍ସ, ବିଜୟ କହିଲେ ଏଥର ଧର୍ମର ଜୟ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନ ନିବାସରେ ପାଟକୁରା ପଲିଟିକ୍ସ। ପାଟକୁରାରେ ହେବାକୁ ଥିବା ନିର୍ବାଚନକୁ ନେଇ ଉଚ୍ଚସ୍ତରୀୟ ବୈଠକ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପୁଅ ସଞ୍ଜୟ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ଗରଦପୁର ଓ ମାର୍ଶାଘାଇ ବ୍ଲକରେ ବିଜେଡିର ବିବାଦକୁ ନେଇ ଆଲୋଚନା ହୋଇଥିବା ସଞ୍ଜୟ କହିଛନ୍ତି। ତେବେ ଦଳରେ କୌଣସି ଅସନ୍ତୋଷ ନାହିଁ । ପାଟକୁରାରୁ ଏଥର ବି ବିଜେଡି ଜିତିବା ଏକରକମ ନିଶ୍ଚିତ […]

tp

Tapas Behera
  • Published: Monday, 08 July 2019
  • , Updated: 08 July 2019, 04:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନ ନିବାସରେ ପାଟକୁରା ପଲିଟିକ୍ସ। ପାଟକୁରାରେ ହେବାକୁ ଥିବା ନିର୍ବାଚନକୁ ନେଇ ଉଚ୍ଚସ୍ତରୀୟ ବୈଠକ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପୁଅ ସଞ୍ଜୟ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ଗରଦପୁର ଓ ମାର୍ଶାଘାଇ ବ୍ଲକରେ ବିଜେଡିର ବିବାଦକୁ ନେଇ ଆଲୋଚନା ହୋଇଥିବା ସଞ୍ଜୟ କହିଛନ୍ତି। ତେବେ ଦଳରେ କୌଣସି ଅସନ୍ତୋଷ ନାହିଁ । ପାଟକୁରାରୁ ଏଥର ବି ବିଜେଡି ଜିତିବା ଏକରକମ ନିଶ୍ଚିତ ବୋଲି ସଞ୍ଜୟ କହିଛନ୍ତି ।

ପାଟକୁରା ନିର୍ବାଚନର ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ମାର୍ଶାଘାଇ ବ୍ଳକ ପାଇଁ ଅତୁନ ଓ ଗରଦପୁର ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଦାୟିତ୍ୱ ଦିଆଯାଇଛି।  ଏହି ବୈଠକରେ ଦଳର ବରିଷ୍ଠ ନେତା ଓ ମନ୍ତ୍ରୀ ଯୋଗ ଦେଇଥିଲେ। ଅପରପକ୍ଷେ ଆଜି ବିଜୟ ମହାପାତ୍ର ପାଟକୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବୁଲି ପ୍ରଚାର କରିଛନ୍ତି । ଲୋକଙ୍କ ପାଖକୁ ପହଞ୍ଚି ଭୋଟ୍ ମାଗିଛନ୍ତି ବିଜୟ।

ପାଟକୁରା ନିର୍ବାଚନରେ ଧର୍ମର ଜୟ ହେବ । ଲୋକଙ୍କ ମନରେ ବିଜେପି ରହିଛି। ଏଥର ଇତିହାସ ସୃଷ୍ଟି ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ପାଟକୁରାବାସୀଙ୍କୁ ନିବେଦନ କରି ଯାଉଛି ଏଥର ସଠିକ୍‌ ନିଷ୍ପତ୍ତି ନିଅନ୍ତୁ। ଯେଉଁଭଳି ଭାବେ ଚକ୍ରାନ୍ତ,ଷଡ଼ଜନ୍ତ୍ର ଚାଲୁଛି ତାହା ପଣ୍ଡ ହେଉ। ତେବେ ନବୀନ ନିବାସରେ କିଛି ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ନବୀନ ନବୀନ ବୁଝାଉଥିବା ପ୍ରସଙ୍ଗରେ ବିଜୟ କହିଛନ୍ତି ଯେ, ବିଜେଡିରେ ୯୦ ଭାଗ ଅସନ୍ତୁଷ୍ଟ ଅଛନ୍ତି। ଏଥର କୌଣସି ସମୀକରଣ ବଦଳିବାର ନାହିଁ। ପାଟକୁରାବାସୀ ସଠିକ୍‌ ନିଷ୍ପତ୍ତି ନେଇ ଏକ ନୂଆ ଇତିହାସ ସୃଷ୍ଟି କରିବେ।

Related story