କାହିଁକି ରାଗିଲେ ଓଡ଼ିଶା ପିସିସି ସଭାପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକ ଠକେଇ ମାମଲାରେ ଦିଲ୍ଲୀ ପୁଲିସର ଇଓଡବ୍ଲ୍ୟୁ ପକ୍ଷରୁ ସମନ କରାଯାଇଥିବା ନେଇ ଗଣମାଧ୍ୟମରେ ପ୍ରକାଶିିତ ରିପୋର୍ଟକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ସାମ୍ବାଦିକମାନଙ୍କ ଉପରେ ଭୀଷଣ କ୍ଷୁବ୍ଧ ହୋଇଛନ୍ତି। ଖବରର ସତ୍ୟତା ଓ ପ୍ରାମାଣିକତା ନଜାଣି ତାଙ୍କୁ ଏଭଳି ପ୍ରଶ୍ନ ନକରିବା ପାଇଁ କଡ଼ା ତାଗିଦ୍ କରିଥିଲେ। ପ୍ରଶ୍ନ କଲେ ବି ସେ କୌଣସି ଉତ୍ତର ଦେବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଥିଲେ। ଅବଶ୍ୟ ପରେ ସାମ୍ବାଦିକମାନଙ୍କୁ ଉକ୍ତ […]

niranjan2

Manoranjan Sial
  • Published: Friday, 25 January 2019
  • , Updated: 25 January 2019, 06:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକ ଠକେଇ ମାମଲାରେ ଦିଲ୍ଲୀ ପୁଲିସର ଇଓଡବ୍ଲ୍ୟୁ ପକ୍ଷରୁ ସମନ କରାଯାଇଥିବା ନେଇ ଗଣମାଧ୍ୟମରେ ପ୍ରକାଶିିତ ରିପୋର୍ଟକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ସାମ୍ବାଦିକମାନଙ୍କ ଉପରେ ଭୀଷଣ କ୍ଷୁବ୍ଧ ହୋଇଛନ୍ତି। ଖବରର ସତ୍ୟତା ଓ ପ୍ରାମାଣିକତା ନଜାଣି ତାଙ୍କୁ ଏଭଳି ପ୍ରଶ୍ନ ନକରିବା ପାଇଁ କଡ଼ା ତାଗିଦ୍ କରିଥିଲେ। ପ୍ରଶ୍ନ କଲେ ବି ସେ କୌଣସି ଉତ୍ତର ଦେବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଥିଲେ। ଅବଶ୍ୟ ପରେ ସାମ୍ବାଦିକମାନଙ୍କୁ ଉକ୍ତ ସମନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ଟିପ୍ପଣୀ ପ୍ରସଙ୍ଗରେ ସେ ପ୍ରତିକ୍ରିୟା ଦେଇଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ସାମ୍ବାଦିକମାନେ ପ୍ରଶ୍ନ ପଚାରିବା ପୂର୍ବରୁ ନିଜର ସାଧାରଣ ଜ୍ଞାନକୁ ଟିକେ ପରୀକ୍ଷା କରିନେବା ଉଚିତ୍। ତାଙ୍କୁ ଯେଉଁ ତଥାକଥିତ ସମନ ହୋଇଛି ସେଥିରେ ତାରିଖ କିମ୍ବା ଚିଠି ନମ୍ବର ନାହିଁ। ବିନା ତାରିଖ ଓ ଚିଠି ନମ୍ବରରେ ଭାରତ ସରକାରଙ୍କ ସଂସ୍ଥା ଏଭଳି ନୋଟିସ ପଠାନ୍ତି ନାହିଁ। ରାଜ୍ୟରେ କଂଗ୍ରେସର ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ ବିଜେପି ଓ ବିଜେଡି ଏଭଳି କାରସାଦି କରିଛନ୍ତି। ସମନ ଖବର ଭିତ୍ତିହୀନ, ମିଥ୍ୟା ଓ ବିଭ୍ରାନ୍ତିକର ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି।

Related story