ନବୀନଙ୍କୁ ୫ଟି ପ୍ରଶ୍ନ ପଚାରିଲେ ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ତିର୍ତ୍ତୋଲ ହେଉ କି ବାଲେଶ୍ୱର, ପ୍ରାର୍ଥୀଙ୍କ ସହ ଷ୍ଟାର କ୍ୟାମ୍ପେନର, ସମସ୍ତେ ଚଳାଇଛନ୍ତି ଦମଦାର ପ୍ରଚାର । ଆଜି ମୁଖ୍ୟମନ୍ତ୍ରୀ ତିର୍ତ୍ତୋଲରେ ଭର୍ଚୁଆଲ୍ କ୍ୟାମ୍ପେନିଂ କରି ସେଠାକାର ଲୋକଙ୍କ ପାଇଁ ତାଙ୍କ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ବଖାଣିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ । ଆସନ୍ତାକାଲି ବାଲେଶ୍ୱରରେ ରହିଛି ତାଙ୍କର ସମାନ କାଯର୍ୟକ୍ରମ । ତେବେ ସିଧାସଳଖ ପ୍ରଚାର ମୈଦାନକୁ ନ ଓହ୍ଲାଇ ନବୀନଙ୍କ ଏହି […]

jnbv

Tapas Behera
  • Published: Wednesday, 28 October 2020
  • , Updated: 28 October 2020, 07:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ତିର୍ତ୍ତୋଲ ହେଉ କି ବାଲେଶ୍ୱର, ପ୍ରାର୍ଥୀଙ୍କ ସହ ଷ୍ଟାର କ୍ୟାମ୍ପେନର, ସମସ୍ତେ ଚଳାଇଛନ୍ତି ଦମଦାର ପ୍ରଚାର । ଆଜି ମୁଖ୍ୟମନ୍ତ୍ରୀ ତିର୍ତ୍ତୋଲରେ ଭର୍ଚୁଆଲ୍ କ୍ୟାମ୍ପେନିଂ କରି ସେଠାକାର ଲୋକଙ୍କ ପାଇଁ ତାଙ୍କ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ବଖାଣିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ । ଆସନ୍ତାକାଲି ବାଲେଶ୍ୱରରେ ରହିଛି ତାଙ୍କର ସମାନ କାଯର୍ୟକ୍ରମ । ତେବେ ସିଧାସଳଖ ପ୍ରଚାର ମୈଦାନକୁ ନ ଓହ୍ଲାଇ ନବୀନଙ୍କ ଏହି ଡିଜିଟାଲ ରାଲିକୁ କଂଗ୍ରେସ ସମାଲୋଚନା କରିବା ସହ ନିଜ ନିଜର ପ୍ରଚାର ଅଭିଯାନକୁ ବି ଆହୁରି ଶାଣିତ କରିଛନ୍ତି।

https://twitter.com/NPatnaikOdisha/status/1321439413579075587?s=20

ମୁଖ୍ୟମନ୍ତ୍ରୀ ଆଜି ତିର୍ତ୍ତୋଲରେ ଡିଜିଟାଲ୍ କ୍ୟାମ୍ପେନ୍ କରି ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ଲାଗି ମାଗିଛନ୍ତି ଭୋଟ୍ । ଅପରାହ୍ନ ସାଢ଼େ ୪ଟାରେ ନବୀନ ଭର୍ଚୁଆଲ୍ ମିଟିଂ କରି କରୋନା କଟକଣା ଯୋଗୁଁ ପ୍ରଚାର ପାଇଁ ଯାଇପାରିନଥିବା କହିଥିଲେ । ତାସହ ତିର୍ତ୍ତୋଲ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ପାଇଁ ତାଙ୍କ ସରକାର ନେଇଥିବା ପଦକ୍ଷେପ ସହ ଯୁବକ ଯୁବତୀଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟିକୁ ପ୍ରାଧାନ୍ୟ ଓ ମିଶନ ଶକ୍ତିରେ ମହିଳାମାନେ ଭଲ କାମ କରିଥିବା କହିଥିଲେ।

ବିଜେଡି ଭଳି ତିର୍ତ୍ତୋଲରେ ବିଜେପି ଓ କଂଗ୍ରେସ ବି ନିଜ ନିଜ ପ୍ରଚାର ଅଭିଯାନକୁ ଆହୁରି ଶାଣିତ କରିଛନ୍ତି । ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ ରଘୁନାଥପୁରରେ ପ୍ରଚାର କରିଛନ୍ତି ସାଂସଦ ଅଶ୍ୱିନୀ ବୈଷ୍ଣବ। ମୋଦି ସରକାରଙ୍କର ଜନହିତକର କାମକୁ ସେ ଲୋକଙ୍କ ସାମ୍ନାରେ ରଖିବା ସହ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଦେଇଛନ୍ତି ଆହ୍ୱାନ କଂଗ୍ରେସ ପକ୍ଷରୁ ଉଭୟ ପ୍ରାର୍ଥୀ ଓ ଷ୍ଟାର କ୍ୟାମ୍ପେନର । ସମସ୍ତେ ପ୍ରଚାରକୁ ତୀବ୍ର କରିଛନ୍ତି । ତିର୍ତ୍ତୋଲ ଓ ରଘୁନାଥପୁରରେ ଦଳ ପକ୍ଷରୁ ହୋଇଛି ଜୋରଦାର କ୍ୟାମ୍ପେନିଂ । ତେବେ ପୂର୍ବ ନିର୍ବାନମାନଙ୍କରେ ନବୀନ ସିଧାସଳଖ ପ୍ରଚାରକୁ ଯାଉଥିବା ବେଳେ ଗତ ସାଧାରଣ ନିର୍ବାନରେ ବସ୍‌ରେ ବୁଲି ପ୍ରଚାର କରିଥିଲେ । ହେଲେ ଏଥରର  ଭର୍ଚୁଆଲ୍ କ୍ୟାମ୍ପେନିଂ ବିରୋଧୀଙ୍କୁ ସମାଲୋନାର ସୁଯୋଗ ଦେଇଛି।

ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । (୧)କରୋନା ମହାମାରୀ ସମୟରେ ନିଜେ ଲୋକଙ୍କ ପାଖକୁ ନଯାଇ, ଘରେ ସୁରକ୍ଷିତ ରହି ଭର୍ଚୁଆଲ୍ ରାଲିରେ ଲୋକଙ୍କୁ ଏକାଠି କରି ବିପଦ ମୁହଁକୁ ଠେଲୁଛନ୍ତି । (୨)କଣ ଜନସାଧାରଣଙ୍କ ଜୀବନ ମୂଲ୍ୟବାନ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତ ନିରଞ୍ଜନ । (୩)ଓଡ଼ିଶାରେ ମାସ୍କରୁ ଭେଣ୍ଟିଲେଟର କିଣାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି ଓ ଉପରୁ ତଳ ଯାଏଁ ସମସ୍ତେ ସଂପୃକ୍ତ ଅଛନ୍ତି । (୪)ଏଭଳି ସ୍ଥିତିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କିଭଳି ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି  । (୫) ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି, ତୈଳ ଦର ବୃଦ୍ଧି ଓ କେନ୍ଦ୍ରରୁ ଜିଏସଟିପ୍ରାପ୍ୟ ବାବଦ ଅର୍ଥ ନମିଳିବା ନେଇ ଚୁପ୍ ରହିବାକୁ ନେଇ ପ୍ରଶ୍ନ କରିବା ସହ ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି, ମହିଳା ସୁରକ୍ଷା ନେଇ କଣ କରିଛ ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ।

Related story