ମାଆ କୋଉଠି? ଜେଜେ ତୁମେ କୁହ…

ଯାଜପୁର/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ମାଆ କୋଉଠି ଜେଜେ? କୁଆଡ଼େ ଯାଇଛି? କେବେ ଫେରିବ?” ସାଢ଼େ ତିନି ମାସ ଧରି କୁନି ଝିଅଟି ତା’ ମାଆକୁ ଏମିତି ଖୋଜୁଛି। ଆଉ ଯେତେବେଳେ ମାଆ କଥା ମନେ ପଡ଼ୁଛି ସଙ୍ଗେ ସଙ୍ଗେ ଜେଜେବାପାଙ୍କୁ ଏମିତି ପଚାରୁଛି। ହେଲେ ଅସହାୟ ଜେଜେବାପା। ନାତୁଣୀ ପ୍ରଶ୍ନର ଉତ୍ତର ଦେଇପାରୁନାହାନ୍ତି। ଆଉ ନାତୁଣୀର ମନ ବୁଝାଇବା ପାଇଁ ନାନା କଥା କହି ବୁଝାଇ ଦେଉଛନ୍ତି ଜେଜେ। ହେଲେ କୁନି ଝିଅର ମନ ବୁଝୁ ନାହିଁ। […]

peo-smitarani-biswal-murder-mistri

peo-smitarani-biswal-murder-mistri

Manoranjan Sial
  • Published: Saturday, 08 February 2020
  • Updated: 08 February 2020, 08:04 PM IST

Sports

Latest News

ଯାଜପୁର/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ମାଆ କୋଉଠି ଜେଜେ? କୁଆଡ଼େ ଯାଇଛି? କେବେ ଫେରିବ?” ସାଢ଼େ ତିନି ମାସ ଧରି କୁନି ଝିଅଟି ତା’ ମାଆକୁ ଏମିତି ଖୋଜୁଛି। ଆଉ ଯେତେବେଳେ ମାଆ କଥା ମନେ ପଡ଼ୁଛି ସଙ୍ଗେ ସଙ୍ଗେ ଜେଜେବାପାଙ୍କୁ ଏମିତି ପଚାରୁଛି। ହେଲେ ଅସହାୟ ଜେଜେବାପା। ନାତୁଣୀ ପ୍ରଶ୍ନର ଉତ୍ତର ଦେଇପାରୁନାହାନ୍ତି। ଆଉ ନାତୁଣୀର ମନ ବୁଝାଇବା ପାଇଁ ନାନା କଥା କହି ବୁଝାଇ ଦେଉଛନ୍ତି ଜେଜେ। ହେଲେ କୁନି ଝିଅର ମନ ବୁଝୁ ନାହିଁ। ଅନବରତ ମାଆକୁ ଖୋଜୁଛି। ଇଏ ହେଉଛନ୍ତି ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ଝିଅ।

ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଉପରୁ ଆଜି ପର୍ଯ୍ୟନ୍ତ ପର୍ଦ୍ଦା ହଟିନାହିଁ। ହେଲେ ଯେଉଁ ରଙ୍ଗଶାଳାରେ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଥିଲା ତାକୁ ଆଜି ଭାଙ୍ଗି ଦିଆଯାଇଛି। ତା’ସହିତ ମାଟି ମିଶିଯାଇଛି ମୃତ୍ୟୁର ଗଦା ଗଦା ପ୍ରମାଣ। ସ୍ମିତାରାଣୀଙ୍କ ପରିବାର ଅଭିଯୋଗ, ପୁଲିସ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାର ନିରପେକ୍ଷ ତଦନ୍ତ କରିନି। ଅନ୍ୟ ସ୍ୱାଧୀନ ସଂସ୍ଥା ଦ୍ୱାରା ତଦନ୍ତ ହୋଇଥିଲେ ସତ ଉପରୁ ପରଦା ହଟିଥାନ୍ତା। ପ୍ରମାଣ ନଷ୍ଟ ପାଇଁ ପ୍ରଶାସନ ସହଯୋଗରେ ପୁଲିସ ଚକ୍ରାନ୍ତ କରିଥିବା କ୍ଷୋଭର ସହ ଅଭିଯୋଗ କରିଛନ୍ତି ସ୍ମିତାରାଣୀଙ୍କ ଶ୍ୱଶୁର ସୀତାକାନ୍ତ ବିଶ୍ୱାଳ। ଏପଟେ ଆଇନ୍‌ଜୀବୀ ବି ପ୍ରଶ୍ନ କରିଛନ୍ତି। ଭବିଷ୍ୟତରେ ସରକାର କିମ୍ବା କୋର୍ଟ ଯଦି ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦିଅନ୍ତି, ପ୍ରମାଣ ଅଭାବରୁ ତଦନ୍ତ ବାଟବଣା ହେବନି ତ?

ରଙ୍ଗଶାଳା ଭଙ୍ଗାଯିବା ପରେ ରାଜନୈତିକ ବିବାଦ ନୂଆମୋଡ଼ ନେଇଛି। ବିଜେପି ସାମ୍ବାଦିକ ସମ୍ମିଳନୀ କରି ପୁଲିସ ଓ ଜିଲ୍ଲା ପ୍ରଶାସନ ବିରୋଧରେ ପ୍ରମାଣ ନଷ୍ଟ ଅଭିଯୋଗ ଆଣିଛି। ରଙ୍ଗଶାଳାରେ ଲାଗିଥିବା ସିସିଟିଭି କାହା ପାଖରେ ଅଛି ବୋଲି ପ୍ରଶ୍ନ କରିଛନ୍ତି ଦଳୀୟ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର। ସିଲ୍‌ ଥିବା ରଙ୍ଗଶାଳାର ଆସବାବପତ୍ର ଓ ଘରକରଣା ସାମଗ୍ରୀକୁ ରୂପେଶ ଭଦ୍ରଙ୍କ ପତ୍ନୀଙ୍କୁ କାହିଁକି ଦିଆଗଲା ବୋଲି ପ୍ରଶ୍ନ କିରଛି ବିଜେପି।

ତୃତୀୟ ମହଲାର ଶୁଭ ଦୃଷ୍ଟିରେ ଥିବା ସିମେଣ୍ଟ କଂପାନୀ ରାମକୋକୁ ସୁରକ୍ଷା ଦେବା ପାଇଁ ରଙ୍ଗଶାଳାର ପ୍ରମାଣ ନଷ୍ଟ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଯାହାର ଜବାବ ରଖିଛି ବିଜେଡି।

ବିଜେପି ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି-“ସ୍ମିତାରାଣୀ ହତ୍ୟା ମାମଲାର ପ୍ରମାଣ ନଷ୍ଟ କରିବା ପାଇଁ ଆଜି ରଙ୍ଗଶାଳାକୁ ଭାଙ୍ଗି ଦିଆଯାଇଛି।”

କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି କହିଛନ୍ତି-“ଯେଉଁ ଦିନ ହତ୍ୟାକାଣ୍ଡ ଘଟିଲା, ସେଦିନ ରଙ୍ଗଶାଳାରେ କେବଳ ରୂପେଶ ଭଦ୍ରା ନଥିଲେ। ରୂପେଶଙ୍କ ସହ ଆହୁରି ୪ ଜଣ ଥିଲେ। ଯେଉଁଥିରେ ରାମକୋର ଜଣେ ଅଧିକାରୀ ମଧ୍ୟ ଥିଲେ। ରାମକୋର ଅଧିକାରୀଙ୍କୁ ସୁରକ୍ଷା ଦେବା ପାଇଁ ଆଜି ରଙ୍ଗଶାଳାକୁ ଭାଙ୍ଗି ଦିଆଯାଇଛି।”

ବିଜେଡି ମୁଖପାତ୍ର ସୁବାସ ସିଂ କହିଛନ୍ତି-“ସବୁକଥାକୁ ରାଜନୀତିକରଣ କରାନଯାଉ। ପ୍ରଶାସନ ତା’ ପ୍ରକ୍ରିୟାକୁ ତ୍ୱରାନ୍ନିତ କରୁଛି। ସେତେବେଳେ କାହିଁକି ଭଙ୍ଗାଯାଉନଥିଲା କୁହାଯାଉଥିଲା, ଏବେ ଭଙ୍ଗା ଗଲା ପରେ ବିରୋଧୀ ପ୍ରଶ୍ନ କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story