ସନ୍ଧ୍ୟା ହେଲେ ସହରରେ ପଶୁଛନ୍ତି ଭାଲୁ, ଲୋକେ ଆତଙ୍କିତ

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ସହର ସ୍ଥିତ ଜମାଲ କଲୋନୀରେ ୧୫ ଦିନ ହେଲାଣି ସନ୍ଧ୍ୟା ହେଲେ ଭାଲୁ ଆତଙ୍କ ଦେଖିବାକୁ ମିଳୁଛି।  ଦୁଇଟି ଭାଲୁ କଲୋନୀ ମଧ୍ୟକୁ ପଶି ଆସି ଏଣେ ତେଣେ ବୁଲୁଛନ୍ତି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଘର ଭିତରେ ଭାଲୁ ପଶିଯିବା ଭୟରେ ସନ୍ଧ୍ୟା ହେଲେ ସମସ୍ତଙ୍କ ଘରର କବାଟ ବନ୍ଦ ହୋଇଯାଉଛି। ଏଠାରେ ଲୋକ ସନ୍ଧ୍ୟା ପରେ ଆଉ ଘରୁ ବାହାରୁ ନାହାନ୍ତି। ଭାଲୁ ଯେପରି କାହାରି ବି […]

bear

bear

Jyoshna Pradhan
  • Published: Saturday, 27 July 2019
  • Updated: 27 July 2019, 10:22 AM IST

Sports

Latest News

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ସହର ସ୍ଥିତ ଜମାଲ କଲୋନୀରେ ୧୫ ଦିନ ହେଲାଣି ସନ୍ଧ୍ୟା ହେଲେ ଭାଲୁ ଆତଙ୍କ ଦେଖିବାକୁ ମିଳୁଛି।  ଦୁଇଟି ଭାଲୁ କଲୋନୀ ମଧ୍ୟକୁ ପଶି ଆସି ଏଣେ ତେଣେ ବୁଲୁଛନ୍ତି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଘର ଭିତରେ ଭାଲୁ ପଶିଯିବା ଭୟରେ ସନ୍ଧ୍ୟା ହେଲେ ସମସ୍ତଙ୍କ ଘରର କବାଟ ବନ୍ଦ ହୋଇଯାଉଛି। ଏଠାରେ ଲୋକ ସନ୍ଧ୍ୟା ପରେ ଆଉ ଘରୁ ବାହାରୁ ନାହାନ୍ତି।

ଭାଲୁ ଯେପରି କାହାରି ବି କିଛି କ୍ଷତି ନ ପହଞ୍ଚାଏ  ଓ ଅନୁରୂପ ଭାବେ ଲୋକେ ମଧ୍ୟ ଯେପରି ଭାଲୁକୁ ଆକ୍ରମଣ ନକରନ୍ତି, ସେଥିପ୍ରତି ଧ୍ୟାନ ଦେଇ ବନ ବିଭାଗ ସତର୍କତାର ସହ ପଦକ୍ଷେପ ଗ୍ରହଣ କରୁଛି। ଭାଲୁକୁ ଧରିବା ପାଇଁ କଲୋନୀରେ ତିନୋଟି ଯନ୍ତା ରଖାଯାଇଛି।

ତେବେ ୧୫ ଦିନ ହେବ ଏ ଦୁଇଟି ଭାଲୁ ସହର ମୁହାଁ ହୋଇଥିଲେ ବି ବନବିଭାଗ ସେମାନଙ୍କୁ ଧରିବାରେ ସଫଳ ହୋଇ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଦୁଇ ଭାଲୁଙ୍କୁ  ଖୁବ୍‌ଶୀଘ୍ର ଧରାଯିବ ବୋଲି ବନବିଭାଗ କହିଛି।

https://www.youtube.com/watch?v=FYIYQeNruMA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos