୨୦ ଦିନ ପରେ ବି ଆସିଲାନି ଲାଇନ୍‌; ରାସ୍ତାକୁ ଓହ୍ଲାଇଲେ ଲୋକେ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ବାତ୍ୟା ‘ଫୋନି’କୁ ୨୦ ଦିନ ବିତିଲାଣି। ହେଲେ ଏବେ ବି ଜଗତସିଂହପୁର ଜିଲ୍ଲାର କେତେକ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ। ଏହାର ପ୍ରତିବାଦରେ ଲୋକେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି। ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ଦାବିରେ ଆଜି କନ୍ଦରପୁର-ମାଛଗାଁ ରାସ୍ତାର ବସନ୍ତପୁର ବଜାର ନିକଟରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ସେହିପରି ବିଦ୍ୟୁତ୍ ସଂଯୋଗରେ ଅହେତୁକ ବିଳମ୍ବ କରାଯାଉଥିବା ପ୍ରତିବାଦ କରି କଟକ-ପାରାଦୀପ ରାସ୍ତାର ତାରପୁର ବାଇପାସ୍ ନିକଟରେ ମଧ୍ୟ ରାସ୍ତା ଅବରୋଧ […]

protest

protest

Jitendra Garnayak
  • Published: Wednesday, 22 May 2019
  • Updated: 22 May 2019, 11:46 AM IST

Sports

Latest News

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ବାତ୍ୟା ‘ଫୋନି’କୁ ୨୦ ଦିନ ବିତିଲାଣି। ହେଲେ ଏବେ ବି ଜଗତସିଂହପୁର ଜିଲ୍ଲାର କେତେକ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ। ଏହାର ପ୍ରତିବାଦରେ ଲୋକେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି।

protestତୁରନ୍ତ ବିଦ୍ୟୁତ୍‌ ସଂଯୋଗ ଦାବିରେ ଆଜି କନ୍ଦରପୁର-ମାଛଗାଁ ରାସ୍ତାର ବସନ୍ତପୁର ବଜାର ନିକଟରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।

ସେହିପରି ବିଦ୍ୟୁତ୍ ସଂଯୋଗରେ ଅହେତୁକ ବିଳମ୍ବ କରାଯାଉଥିବା ପ୍ରତିବାଦ କରି କଟକ-ପାରାଦୀପ ରାସ୍ତାର ତାରପୁର ବାଇପାସ୍ ନିକଟରେ ମଧ୍ୟ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଫଳରେ ଏହି ଦୁଇ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି।
ଉଭୟ ସ୍ଥାନରେ ପୁଲିସ୍ ପହଞ୍ଚି ଲୋକମାନଙ୍କ ସହିତ ଆଲୋଚନା କରୁଛି।

peopleସୂଚନାଯୋଗ୍ୟ, ‘ଫୋନି’ ଯୋଗୁ ପୁରୀ,କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଦ୍ୟୁତ୍ ସେବା ସାଂଘାତିକ ଭାବେ ପ୍ରଭାବିତ ହୋଇଥିଲା। ରାଜଧାନୀ ଭୁବନେଶ୍ୱରରେ ବି ସମାନ ଅବସ୍ଥା ଦେଖାଯାଇଥିଲା। ସେହିପରି ‘ଫୋନି’ ଦ୍ୱାରା ଅପେକ୍ଷାକୃତ କମ୍ ପ୍ରଭାବିତ ଜଗତସିଂହପୁର ଜିଲ୍ଲାର ଅନେକ ସ୍ଥାନରେ ବିଦ୍ୟୁତ୍ ବ୍ୟବସ୍ଥା ପ୍ରଭାବିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos