ରାଉରକେଲା ଆସିଲେ ସରକାରୀ କ୍ୱାରେଣ୍ଟାଇନରେ ରହିବେ ୧୪ ଜିଲ୍ଲାବାସୀ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ରାଉରକେଲାରେ କଟକଣା ଜାରି କରାଯାଇଛି। ୧୪ଟି ଜିଲ୍ଲାର ଲୋକେ ରାଉରକେଲା ଆସିଲେ ସରକାରୀ କ୍ୱାରେଣ୍ଟାଇନରେ ରହିବେ। ରାଉରକେଲା ପୌରାଞ୍ଚଳ ପକ୍ଷରୁ କଟକଣା ନେଇ ଏଡିଏମ୍‌ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,  ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, ଯାଜପୁର,  କେନ୍ଦୁଝର, ଗଜପତି, ଝାରସୁଗୁଡ଼ା, ମୟୂରଭଞ୍ଜ ଜିଲ୍ଲାର ଲୋକେ ରାଉରକେଲା ଆସିଲେ ୧୪ ଦିନ ସରକାରୀ କ୍ୱାରେଣ୍ଟାଇନରେ ରହିବେ। ଏହା ସମସ୍ତଙ୍କ ପାଇଁ […]

COrona-7-(1)

Tapaswini Nayak
  • Published: Saturday, 04 July 2020
  • , Updated: 04 July 2020, 01:41 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ରାଉରକେଲାରେ କଟକଣା ଜାରି କରାଯାଇଛି। ୧୪ଟି ଜିଲ୍ଲାର ଲୋକେ ରାଉରକେଲା ଆସିଲେ ସରକାରୀ କ୍ୱାରେଣ୍ଟାଇନରେ ରହିବେ। ରାଉରକେଲା ପୌରାଞ୍ଚଳ ପକ୍ଷରୁ କଟକଣା ନେଇ ଏଡିଏମ୍‌ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ,  ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, ଯାଜପୁର,  କେନ୍ଦୁଝର, ଗଜପତି, ଝାରସୁଗୁଡ଼ା, ମୟୂରଭଞ୍ଜ ଜିଲ୍ଲାର ଲୋକେ ରାଉରକେଲା ଆସିଲେ ୧୪ ଦିନ ସରକାରୀ କ୍ୱାରେଣ୍ଟାଇନରେ ରହିବେ। ଏହା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ।

ଏଡିଏମ୍‌ ଆହୁରି କହିଛନ୍ତି ଯେ, ଯଦି କୌଣସି ଲୋକ ହୋମ୍‌ କ୍ୱରେଣ୍ଟାଇନରେ ରହିବାକୁ ସୁବିଧା ଥିବ, ତାହାହେଲେ ସେମାନେ ସରକାରୀ  କ୍ୱାରେଣ୍ଟାଇନରେ  ନ ରହି ହୋମ କ୍ୱାରେଣ୍ଟାଇନରେ ରହିପାରିବେ।

ସୂଚନାଯୋଗ୍ୟ, ରାଜ୍ୟରେ ଆଉ ୪୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଥିବା ବେଳେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୬୦୧ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୫,୭୦୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୮୫୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୫ ଜଣଙ୍କ ମୃତ୍ୟୁ ସହିତ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୩୪ରେ ପହଞ୍ଚିଯାଇଛି।

Related story