ଡେଡ୍‌ଲାଇନ୍ ଭୟ; ଆରଟିଓ ଅଫିସ୍‌ରେ ଠେଲାପେଲା, ବଳ କଷାକଷି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ୍ ନିୟମ କୋହଳର ଡେଡ୍‌ଲାଇନ୍‌ ସରିବାକୁ ହାତରେ ଆଉ ମାତ୍ର ୨ ଦିନ ରହିଛି। ଡିସେମ୍ବର ପହିଲାରୁ ପୁଣି ଟ୍ରାଫିକ ନିୟମ କଡ଼ାକଡ଼ି ହେବ। ହେଲେ ଆରଟିଓ ଅଫିସ ଆଗରୁ ଏଯାଏ ଲୋକଙ୍କ ଭିଡ଼ କମୁନି। ବରଂ  ଡେଡ୍‌ଲାଇନ ଯେତିକି ପାଖଉଛି, ଭିଡ଼ର ଆକାର ସେତିକି ବଢୁଛି। ଏମିତିକି ସକାଳ ଭିଡ଼ରୁ ବର୍ତ୍ତିବା ପାଇଁ OSRTC କାର୍ଯ୍ୟାଳୟ ବାହାରେ ଲୋକେ ଗତକାଲି ରାତି କାଟିଛନ୍ତି। ଅସମ୍ଭାଳ ଭିଡ଼ ହେଉଥିବାରୁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପାଇବାକୁ ଲୋକେ […]

nuapada

nuapada

Jyoshna Pradhan
  • Published: Thursday, 28 November 2019
  • Updated: 28 November 2019, 10:52 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ୍ ନିୟମ କୋହଳର ଡେଡ୍‌ଲାଇନ୍‌ ସରିବାକୁ ହାତରେ ଆଉ ମାତ୍ର ୨ ଦିନ ରହିଛି। ଡିସେମ୍ବର ପହିଲାରୁ ପୁଣି ଟ୍ରାଫିକ ନିୟମ କଡ଼ାକଡ଼ି ହେବ। ହେଲେ ଆରଟିଓ ଅଫିସ ଆଗରୁ ଏଯାଏ ଲୋକଙ୍କ ଭିଡ଼ କମୁନି। ବରଂ  ଡେଡ୍‌ଲାଇନ ଯେତିକି ପାଖଉଛି, ଭିଡ଼ର ଆକାର ସେତିକି ବଢୁଛି। ଏମିତିକି ସକାଳ ଭିଡ଼ରୁ ବର୍ତ୍ତିବା ପାଇଁ OSRTC କାର୍ଯ୍ୟାଳୟ ବାହାରେ ଲୋକେ ଗତକାଲି ରାତି କାଟିଛନ୍ତି। ଅସମ୍ଭାଳ ଭିଡ଼ ହେଉଥିବାରୁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପାଇବାକୁ ଲୋକେ ଛାନିଆ ହୋଇପଡ଼ିଛନ୍ତି।

ରାଜଧାନୀ ସମେତ ରାଜ୍ୟର ପ୍ରାୟ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଅସମ୍ଭାଳ ଭିଡ଼ ଜମିଛି। ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରସନ ସମେତ ଅନ୍ୟ କାଗଜପତ୍ର ଠିକ୍ କରିବା ଲାଗି ହାତରେ ଆଉ ମାତ୍ର ୨ ଦିନ ଥିବାରୁ ଲୋକଙ୍କ ମଧ୍ୟରେ ଠେଲାପେଲା, ବଳ କଷାକଷି ଚାଲିଛି। ଆରଟିଓ ଅଫିସ ଦିନ ୧୦ଟାରେ ଖୋଲୁଥିଲେ ବି ପୂର୍ବରୁ ସ୍ଲଟ୍ ବୁକିଂ କରିଥିବା ଆବେଦନକାରୀ ଭୋର ୪ଟାରୁ ଲାଇନ୍‌ ଲଗାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos