ନୃତାଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ  

କଟକ:  ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିରୋଧ କରି କଟକ ଜିଲ୍ଲା ମହାଙ୍ଗା ନୃତାଙ୍ଗରେ ସ୍ଥାନୀୟ ଲୋକେ ତାଙ୍କର କୁଶପୁତ୍ତଳିକା ଦାହ କରିଛନ୍ତି। ପ୍ରତାପଙ୍କ ପତ୍ନୀଙ୍କ ନାଁରେ ସିଡିଏରେ ଜମି ଥିବା ସତ୍ତ୍ୱେ ସେ ତାକୁ ସତ୍ୟପାଠରେ ଉଲ୍ଲେଖ କରି ନ ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଆଇନମନ୍ତ୍ରୀ ବେଆଇନ କାମ ପ୍ରତିବାଦରେ ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି। ମିଥ୍ୟା ସତ୍ୟପାଠ ଦେଇଥିବାରୁ ପ୍ରତାପ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ନୃତାଙ୍ଗବାସୀ ଦାବି କରିଛନ୍ତି। ନଚେତ୍ ମୁଖ୍ୟମନ୍ତ୍ରୀ ପ୍ରତାପଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଲୋକେ କହିଛନ୍ତି।