ଆକାଶରୁ ଖସିଲା ବେଲୁନ, ଖଞ୍ଜାଯାଇଥିଲା ଜିପିଏସ୍‌

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆକାଶରୁ ଖସିଲା ବେଲୁନ। ଏମିତି ସେମିତି ବେଲୁନ୍ ନୁହେଁ, ଏକ ବଡ଼ ବେଲୁନ୍‌। ସେଥିରେ ଥିଲା ଜିପିଏସ୍‌। ପୂର୍ବରୁ ଏପରି ଜିନିଷ କେବେ ଦେଖି ନ ଥିବା ବଲାଙ୍ଗିର ଜିଲ୍କା ଗୁଡଭେଲା ବ୍ଲକ ସାନଡ଼ଙ୍ଗର ଗାଁର ନିରୀହ ଆଦିବାସୀମାନେ ଏହାକୁ ଦେଖି ଆତଙ୍କିତ ହୋଇପଡ଼ିଛନ୍ତି। ଅନ୍ୟପକ୍ଷରେ କିଏ ଓ କେଉଁ ଉଦ୍ଦେଶ୍ୟ ରଖି ଏପରି ଜିପିଏସ୍‌ ଖଞ୍ଜା ଯାଇଥିବା ବେଲୁନ ଉଡ଼ାଉଥିଲା, ତାକୁ ନେଇ ଆରମ୍ଭ ହୋଇଯାଇଛି ତଦନ୍ତ। ସୂଚନା ଅନୁଯାୟୀ, ଗତକାଲି […]

baloon

Niharika Rout
  • Published: Sunday, 13 September 2020
  • , Updated: 13 September 2020, 11:54 AM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆକାଶରୁ ଖସିଲା ବେଲୁନ। ଏମିତି ସେମିତି ବେଲୁନ୍ ନୁହେଁ, ଏକ ବଡ଼ ବେଲୁନ୍‌। ସେଥିରେ ଥିଲା ଜିପିଏସ୍‌। ପୂର୍ବରୁ ଏପରି ଜିନିଷ କେବେ ଦେଖି ନ ଥିବା ବଲାଙ୍ଗିର ଜିଲ୍କା ଗୁଡଭେଲା ବ୍ଲକ ସାନଡ଼ଙ୍ଗର ଗାଁର ନିରୀହ ଆଦିବାସୀମାନେ ଏହାକୁ ଦେଖି ଆତଙ୍କିତ ହୋଇପଡ଼ିଛନ୍ତି। ଅନ୍ୟପକ୍ଷରେ କିଏ ଓ କେଉଁ ଉଦ୍ଦେଶ୍ୟ ରଖି ଏପରି ଜିପିଏସ୍‌ ଖଞ୍ଜା ଯାଇଥିବା ବେଲୁନ ଉଡ଼ାଉଥିଲା, ତାକୁ ନେଇ ଆରମ୍ଭ ହୋଇଯାଇଛି ତଦନ୍ତ।

ସୂଚନା ଅନୁଯାୟୀ, ଗତକାଲି ସାନଡ଼ଙ୍ଗର ଗାଁରେ କେତେକ ମହିଳା ଜମିରେ ଘାସ ବାଛୁଥିଲେ। ଏହି ସମୟରେ ଆକାଶରୁ ଏକ ବଡ଼ ବେଲୁନ ଖସି ଗାଁର ଶିଶୁ ଭୋଇ ନାମକ ବ୍ୟକ୍ତିଙ୍କ ଚାଷ ଜମି ଉପରେ ପଡ଼ିଥିଲା । ଏହା ପରେ ଧୀରେ ଧୀରେ ବେଲୁନଟିକୁ ଦେଖିବା ପାଇଁ ଲୋକେ ଭିଡ଼ ଜମିଥିଲା। ପରେ ବେଲୁନଟି ଫାଟି ଯାଇଥିଲା।

ବେଲୁନରେ ସର୍କିଟ ଓ ଜିପିଏସ ଖଞ୍ଜା ଯାଇଥିଲା। ଗାଁ ଲୋକଙ୍କ ଠାରୁ ଖବର ପାଇ ତୁଷୁରା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୁଲିସ୍ ବେଲୁନ ଓ ସେଥିରେ ଲାଗିଥିବା ଯନ୍ତ୍ରପାତିକୁ ଜବତ କରିଛି। କିନ୍ତୁ ବେଲୁନରେ ଲାଗିଥିବା ବ୍ୟାଟେରୀ କେହି ନେଇ ଯାଇଥିବା ଜଣାପଡିଛି ।

ଜଙ୍ଗଲ ଭିତରେ ଥିବା ଗାଁରେ ବେଲୁନ ଖସିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଲିଯାଇଛି। ଜବତ କରାଯାଇଥିବା ସର୍କିଟ୍ ଓ ଜିପିଏସ୍‌କୁ ପରୀକ୍ଷା ପାଇଁ ପଠାଇବା ସହ ପୁଲିସ୍‌ ଘଟଣାର ଅଧିକ ତଦନ୍ତ କରୁଛି।

Related story