ଢିଙ୍କିଆ ଗାଁ ମୁଣ୍ଡରେ ପୁଲିସ୍‌ ଦେଖି ତାତିଲେ ଲୋକେ

ପାରାଦୀପ (ରମାକାନ୍ତ ନାୟକ): ପୁଲିସ୍‌କୁ ଦେଖି ତାତିଲେ ଗାଁ ଲୋକେ। ମହିଳା ଓ ଶିଶୁମାନେ ଏକତ୍ର ପୁଲିସ୍‌ର ଉପସ୍ଥିତିକୁ ବିରୋଧ କରିଛନ୍ତି। ବର୍ତ୍ତମାନ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଏପରି ଚିତ୍ର ଦେଖିବାକୁ ଜଗତସିଂହପୁର ଜିଲ୍ଲା ଢିଙ୍କିଆ ଗାଁ ମୁଣ୍ଡରେ। JSW ପ୍ରକଳ୍ପକୁ ବିରୋଧ କରି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। JSW ପ୍ରକଳ୍ପକୁ ବିରୋଧ କରି ଢିଙ୍କିଆବାସୀ ଗାଁ ପ୍ରବେଶ ପଥରେ ଫାଟକ ତିଆରି କରି ତାଲା ପକାଇ ଦେଇଛନ୍ତି। ଯେପରି ପୁଲିସ୍‌ ଓ […]

Dhinkia Village

Dhinkia Village

Manoranjan Sial
  • Published: Saturday, 01 January 2022
  • Updated: 01 January 2022, 04:50 PM IST

Sports

Latest News

ପାରାଦୀପ (ରମାକାନ୍ତ ନାୟକ): ପୁଲିସ୍‌କୁ ଦେଖି ତାତିଲେ ଗାଁ ଲୋକେ। ମହିଳା ଓ ଶିଶୁମାନେ ଏକତ୍ର ପୁଲିସ୍‌ର ଉପସ୍ଥିତିକୁ ବିରୋଧ କରିଛନ୍ତି। ବର୍ତ୍ତମାନ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଏପରି ଚିତ୍ର ଦେଖିବାକୁ ଜଗତସିଂହପୁର ଜିଲ୍ଲା ଢିଙ୍କିଆ ଗାଁ ମୁଣ୍ଡରେ। JSW ପ୍ରକଳ୍ପକୁ ବିରୋଧ କରି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

JSW ପ୍ରକଳ୍ପକୁ ବିରୋଧ କରି ଢିଙ୍କିଆବାସୀ ଗାଁ ପ୍ରବେଶ ପଥରେ ଫାଟକ ତିଆରି କରି ତାଲା ପକାଇ ଦେଇଛନ୍ତି। ଯେପରି ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ଗାଁରେ ପ୍ରବେଶ କରିନପାରିବେ, ସେଥିପ୍ରତି ତୀକ୍ଷିଣ ନଜର ରଖିଛନ୍ତି। ଏପରି ସ୍ଥିତି ଆଜି ଅପରାହ୍ନରେ ହଠାତ୍‌ ଦୁଇ ପ୍ଲାଟୁନ୍‌ ପୁଲିସ୍‌ ଫୋସ୍‌ ଗାଁ ମୁଣ୍ଡରେ ପହଞ୍ଚି ଥିଲା। ପୁଲିସକୁ ଦେଖି ଗାଁ ଲୋକେ ଉତ୍‌କ୍ଷିପ୍ତ ହୋଇଯାଇ ଥିଲେ। ପିଲା ଛୁଆ ଓ ମହିଳାମାନେ ବ୍ୟାରିକେଡ୍‌ ପାଖକୁ ଆସି ହୋହଲ୍ଲା କରିଛନ୍ତି। ଯାହାଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

ସେପଟେ ଆଜି ମାହାଳ ପଟେ ପାନବରଜ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ପୁଲିସ ଉପସ୍ଥିତିରେ ମାପଚୁପ କରି ପ୍ରଶାସନ ଉଚ୍ଛେଦ ଜାରି ରଖିଛି।  ମାହାଳରେ ଉଚ୍ଛେଦ ଚାଲିଥିବା ବେଳେ ହଠାତ୍‌ ପୁଲିସ ଢିଙ୍କିଆ ଗାଁ ମୁଣ୍ଡରେ ପହଞ୍ଚିବାକୁ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମାହାଳ ପରେ ଢ଼ିଙ୍କିଆରେ ଉଚ୍ଛେଦ ହେବ ବୋଲି ଗାଁ ଲୋକେ ଆଶଙ୍କା କରୁଛନ୍ତି।

ପୂର୍ବରୁ ଦୁଇଥର ପୁଲିସ ଢିଙ୍କିଆ ଗ୍ରାମ ଭିତରେ ପ୍ରବେଶ କରି JSW ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ସ୍ଵାଇଁଙ୍କ ଦାଦା ଓ ଭଉଣୀଙ୍କୁ ଉଠାଇ ନେଇଥିଲା। ଏଥିସହ ଭଙ୍ଗାରୁଜା ଓ ମାଡ଼ପିଟ୍‌ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହାପରଠାରୁ ଗାଁର ପ୍ରବେଶ ପଥରେ ଢିଙ୍କିଆ ଗ୍ରାମବାସୀ ଫାଟକ ତିଆରି କରି ତାଲା ପକାଇଛନ୍ତି। ପୁଲିସ ଓ ପ୍ରଶାସନିକ ଅଧିକାରୀ ଯେପରି ଗାଁରେ ପ୍ରବେଶ କରି ନ ପାରିବେ, ସେଥିପାଇଁ ନିୟମିତ ପହରା ଦେଉଛନ୍ତି।

ପସ୍କୋ ପାଇଁ ଅଧିଗ୍ରହଣ ହୋଇଥିବା ଜମିରେ JSW ପ୍ରକଳ୍ପ ପ୍ରତିଷ୍ଠା ହେବ। ଏଥିପାଇଁ ରାଜ୍ୟ ସରକାର ସହମତି ଦେବା ପରେ ଜବରଦଖଲ ପ୍ରକ୍ରିୟା ଆରମ୍ଭ କରିଛି। ମାତ୍ର ଶାସନର ଏପରି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକ। ଆଉ ଦାବି କରିଛନ୍ତି, ଢ଼ିଙ୍କିଆ ଓ ତା’ର ଆଖପାଖ ଅଞ୍ଚଳର ଜମି ଉର୍ବର। ଏଠାରେ ବିଭିନ୍ନ ପ୍ରକାର ଫସଲ ହେଉଛି। ଏଠାରେ ପ୍ରକଳ୍ପ ପ୍ରତିଷ୍ଠା କରାଗଲା ମାଟି ଉର୍ବରତା ନଷ୍ଟ ହୋଇଯିବ। ତେଣୁ ଜିଲ୍ଲାର ଅନ୍ୟ କେଉଁଠି ପ୍ରକଳ୍ପ କରାଯାଉ ବୋଲି ଗାଁ ଲୋକେ ଦାବି କରିଛନ୍ତି।

୨୦୨୧ ମସିହା ଡିସେମ୍ୱର ମାସରେ ପ୍ରସ୍ତାବିତ JSW ପ୍ରକଳ୍ପକୁ ନେଇ ଢିଙ୍କିଆ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖିଦେଇଥିଲା। ପୁଲିସ୍‌ ଓ ଗାଁ ଲୋକେ ମୁହାଁମୁହିଁ ହୋଇଥିଲେ। ଛୋଟ ପିଲାଠୁ ଆରମ୍ଭ କରି ପୁରୁଷ ଓ ମହିଳାମାନେ ଏହି ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ଜଟାଧାରୀ ମୁହାଁଣ ପାଖ ବାଲିଟିକିରା ଅଞ୍ଚଳ ରଣକ୍ଷେତ୍ର ପାଲଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos