ବୁଥ୍‌ ସ୍ଥାନାନ୍ତର ପ୍ରତିବାଦରେ ଭୋଟ୍ ବର୍ଜନ

ପାରାଦୀପ/ଯାଜପୁର (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ତେବେ ଅନ୍ୟ ତିନିଟି ପର୍ଯ୍ୟାୟ ନିର୍ବାଚନ ଭଳି ଏହି ପର୍ଯ୍ୟାୟରେ ବି ବିଭିନ୍ନ ସ୍ଥାନରେ ଲୋକେ ଭୋଟ୍ ବର୍ଜନ କରିଛନ୍ତି। ପାରାଦୀପର ଗରେଇ ପଞ୍ଚାୟତର ନାଳିଆପାଳ ଗ୍ରାମବାସୀ ବୁଥ୍‌ ସ୍ଥାନାନ୍ତର ପ୍ରତିବାଦରେ ଭୋଟ୍‌ ବର୍ଜନ କରିଛନ୍ତି। ସେହିପରି ଯାଜପୁର ଜିଲ୍ଲା ସୁକିନ୍ଦାର ବାରଗାଡ଼ିଆ ଦଳିସାହିର ୩୦୨ଟି […]

vote3

vote3

Jitendra Garnayak
  • Published: Monday, 29 April 2019
  • Updated: 29 April 2019, 03:44 PM IST

Sports

Latest News

ପାରାଦୀପ/ଯାଜପୁର (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ତେବେ ଅନ୍ୟ ତିନିଟି ପର୍ଯ୍ୟାୟ ନିର୍ବାଚନ ଭଳି ଏହି ପର୍ଯ୍ୟାୟରେ ବି ବିଭିନ୍ନ ସ୍ଥାନରେ ଲୋକେ ଭୋଟ୍ ବର୍ଜନ କରିଛନ୍ତି।

ପାରାଦୀପର ଗରେଇ ପଞ୍ଚାୟତର ନାଳିଆପାଳ ଗ୍ରାମବାସୀ ବୁଥ୍‌ ସ୍ଥାନାନ୍ତର ପ୍ରତିବାଦରେ ଭୋଟ୍‌ ବର୍ଜନ କରିଛନ୍ତି।

ସେହିପରି ଯାଜପୁର ଜିଲ୍ଲା ସୁକିନ୍ଦାର ବାରଗାଡ଼ିଆ ଦଳିସାହିର ୩୦୨ଟି ପରିବାରର ପ୍ରାୟ ୧ ହଜାର ଲୋକ ଭୋଟ୍ ବର୍ଜନ କରିଛନ୍ତି। କଳିଙ୍ଗନଗର ଶିଳ୍ପାଞ୍ଚଳରୁ ବିସ୍ଥାପନ ଦାବିରେ ସେମାନେ ଭୋଟ୍ ବର୍ଜନ କରିଛନ୍ତି। ଏନେଇ ପ୍ରଶାସନ ସେମାନଙ୍କୁ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଆସିଛି ବୋଲି ସେମାନେ ଅଭିଯୋଗ କରିବା ସହିତ ଏହାର ପ୍ରତିବାଦରେ ଭୋଟ୍ ବର୍ଜନ କରିଥିବା କହିଛନ୍ତି। ବିସ୍ଥାପିତ କରାଯାଉ ନଥିବା ଯୋଗୁ କାରଖାନାର ଧୂଳିଧୂଆଁ ଖାଇ ସେମାନଙ୍କ ଜୀବନ ଦୁର୍ବିସହ ହୋଇଗଲାଣି ବୋଲି ସେମାନେ କହିଛନ୍ତି।

ରାଇରଙ୍ଗପୁରର ବହଳଦା ବ୍ଲକ୍ ଡୋକଡିହା ଗ୍ରାମବାସୀ ମଧ୍ୟ ଭୋଟ୍ ବର୍ଜନ କରିଛନ୍ତି। ସେମାନଙ୍କୁ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଇଥିବାରୁ ସେମାନେ ଭୋଟ୍ ବର୍ଜନ କରିଥିବା କହିଛନ୍ତି। ଗାଁରେ ପୋଲ ନିର୍ମାଣ କରିବା ଓ ପାନୀୟ ଜଳ ବ୍ୟବସ୍ଥା କରିବା ନେଇ ବାରମ୍ବାର ଦାବି କରାଯାଇଥିବା ସତ୍ତ୍ୱେ କେହି ଶୁଣି ନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଆଜି ଅନେକ ସ୍ଥାନରେ ଇଭିଏମ୍‌ ତ୍ରୁଟିରେ ଯୋଗୁ ଭୋଟ୍‌ ଗ୍ରହଣରେ ବିଳମ୍ବ ହୋଇଥିଲା।

ସୂଚନାଯୋଗ୍ୟ, ପ୍ରଥମ ତିନିଟି ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ଲୋକେ ବିଭିନ୍ନ କାରଣରୁ ଭୋଟ୍ ବର୍ଜନ କରିଥିଲେ। କେଉଁଠି ବୁଥ୍ ୮ କିଲୋମିଟର ଦୂରରେ ପଡ଼ିବାରୁ ତ ଆଉ କେଉଁଠି ଗାଁର ବିଭିନ୍ନ ସମସ୍ୟାର ସମାଧାନ ହେଉ ନଥିବା ପ୍ରତିବାଦରେ ଲୋକେ ଭୋଟ୍ ବର୍ଜନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story