ଚୋରଙ୍କୁ ବାନ୍ଧି ଛେଚିଲେ ଲୋକେ, ଦେଖନ୍ତୁ ଭିଡିଓ

Ordigital Desk
  • Published: Tuesday, 14 November 2017
  • , Updated: 14 November 2017, 06:44 PM IST
<p>କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନରସିଂହପୁର ଥାନା ନୁଖପଡ଼ାରେ ଲୋକେ ଦୁଇଜଣ ଚୋରଙ୍କୁ ଧରି ଭଲ ରକମ ଉତ୍ତମ ମଧ୍ୟମ ଦେଇଛନ୍ତି। ଧରାପଡିବା ପରେ ଗାଁ ଲୋକେ ଦୁଇ ଅଭିଯୁକ୍ତଙ୍କ ହାତ ବାନ୍ଧି ଦେଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଉତ୍ତମମଧ୍ୟମ। ଖବରପାଇ ପୋଲିସ୍&zwnj; ଗାଁରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛି। ଏହି ଚୋରି ଘଟଣାରେ ଆଉ କିଛି ଲୋକଙ୍କ ସମ୍ପୃକ୍ତ ଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।</p> <p>ଅଭଯୋଗ ଅନୁସାରେ ଗତକାଲି ରାତିରେ ନୁଖପଡ଼ା ଗାଁର ଦୁଇ ଜଣଙ୍କ ଘରର କବାଟ ଭାଙ୍ଗି ଅଭିଯୁକ୍ତ ଦ୍ୱୟ ଆଲମିରାରୁ ସୁନାରୂପା ଗହଣା ଓ ଟଙ୍କା ଚୋରି କରି ନେଇଯାଉଥିଲେ। ଏହି ସମୟରେ ଗାଁ ଲୋକେ ଉଭୟଙ୍କୁ କାବୁ କରି ହାତ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।</p> <p>ପୋଲିସ୍&zwnj; ଉଭୟଙ୍କୁ ଉଦ୍ଧାର କରିବା ପରେ ନରସିଂହପୁର ମେଡିକାଲରେ ଭର୍ତ୍ତି କରିଛି।</p>

Related story