ସର୍ଭେ ରିପୋର୍ଟ ଖୋଲିଲା ଗୁମର, ଜାତୀୟ ତୁଳନାରେ ରାଜ୍ୟର କମିଛି ମୁଣ୍ଡପିଛା ଆୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବଜେଟ୍ ପୂର୍ବରୁ ବିଧାନସଭାରେ ଉପସ୍ଥାପନ ହେଲା ୨୦୧୯-୨୦ ପାଇଁ ଅର୍ଥନୈତିକ ସର୍ଭେ  ରିପୋର୍ଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି। ରାଜ୍ୟର ଅଭିବୃଦ୍ଧି ହାର କମିଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି । ଚଳିତ ବର୍ଷ ଅଭିବୃଦ୍ଧି ହାର ୬.୧୬% ରହିବ ବୋଲି ଆକଳନ କରାଯାଇଛି । ବାତ୍ୟା ଯୋଗୁ କୃଷି ଉତ୍ପାଦନ କମିଥିବାରୁ GSDP ହ୍ରାସ ଉଲ୍ଲେଖ ରହିଛି। ତେବେ ଜାତୀୟ GSDP ୨୦୧୯-୨୦ରେ ୫% ଆକଳନ ଉଲ୍ଲେଖ […]

note-1--1

Niharika Rout
  • Published: Monday, 17 February 2020
  • , Updated: 17 February 2020, 04:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବଜେଟ୍ ପୂର୍ବରୁ ବିଧାନସଭାରେ ଉପସ୍ଥାପନ ହେଲା ୨୦୧୯-୨୦ ପାଇଁ ଅର୍ଥନୈତିକ ସର୍ଭେ  ରିପୋର୍ଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି। ରାଜ୍ୟର ଅଭିବୃଦ୍ଧି ହାର କମିଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି ।

ଚଳିତ ବର୍ଷ ଅଭିବୃଦ୍ଧି ହାର ୬.୧୬% ରହିବ ବୋଲି ଆକଳନ କରାଯାଇଛି । ବାତ୍ୟା ଯୋଗୁ କୃଷି ଉତ୍ପାଦନ କମିଥିବାରୁ GSDP ହ୍ରାସ ଉଲ୍ଲେଖ ରହିଛି। ତେବେ ଜାତୀୟ GSDP ୨୦୧୯-୨୦ରେ ୫% ଆକଳନ ଉଲ୍ଲେଖ ରହିଛି। ଗତବର୍ଷ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ରହିଥିଲା ୭.୯୦%। ଜାତୀୟ ତୁଳନାରେ ରାଜ୍ୟର ମୁଣ୍ଡପିଛା ଆୟ କମିଥିବା ଉଲ୍ଲେଖ ରହିଛି ।

୨୦୧୯-୨୦ରେ ରାଜ୍ୟର ମୁଣ୍ଡପିଛା ଆୟ ୧ ଲକ୍ଷ ୧ ହଜାର ୫୮୭ ଟଙ୍କା ରହିଛି । ୨୦୧୮-୧୯ରେ ମୁଣ୍ଡପିଛା ଆୟ ଥିଲା ୯୫ ହଜାର ୧୬୪ ଟଙ୍କା । ୨୦୧୯-୨୦ରେ ଜାତୀୟ ମୁଣ୍ଡପିଛା ଆୟ ୧ ଲକ୍ଷ ୩୫ ହଜାର ୫୦ ଟଙ୍କା ରହିଥିବା ରିପୋର୍ଟରୁ ଜଣାପଡ଼ିଛି।

Related story