ପୁରୀ ଦୁଷ୍କର୍ମ ମାମଲା: ବସ୍‌ର ପରମିଟ୍‌ ବାତିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଥଯାତ୍ରା ଦେଖିବାକୁ କେନ୍ଦୁଝରରୁ ପୁରୀ ଆସି ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାକୁ ନ୍ୟାୟ ଦେବାକୁ ତତ୍ପର ହୋଇଛି ପୁଲିସ। ମାମଲାର ତଦନ୍ତ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରିଛି ପୁରୀ ପୁଲିସ। ଘଟଣା ନେଇ ବସ୍ ମାଲିକଙ୍କୁ ନୋଟିସ୍ କରାଯାଇଛି। ଏହାସହ ବସ୍‌ର ପରିମିଟ୍ ବାତିଲ କରାଯିବା ସହ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ଲାଇସେନ୍ସ ମଧ୍ୟ ବାତିଲ୍ କରାଯାଇଛି। ମଙ୍ଗଳବାର ଗିରଫ ହୋଇଥିବା ଅଭିଯୁକ୍ତ ବସ ହେଲପରକୁ ପୁଲିସ କୋର୍ଟଚାଲାଣ କରିଛି। ଆସନ୍ତା ୪ରୁ ୫ ଦିନ […]

puri

Manoranjan Sial
  • Published: Wednesday, 10 July 2019
  • , Updated: 10 July 2019, 08:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଥଯାତ୍ରା ଦେଖିବାକୁ କେନ୍ଦୁଝରରୁ ପୁରୀ ଆସି ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାକୁ ନ୍ୟାୟ ଦେବାକୁ ତତ୍ପର ହୋଇଛି ପୁଲିସ। ମାମଲାର ତଦନ୍ତ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରିଛି ପୁରୀ ପୁଲିସ। ଘଟଣା ନେଇ ବସ୍ ମାଲିକଙ୍କୁ ନୋଟିସ୍ କରାଯାଇଛି। ଏହାସହ ବସ୍‌ର ପରିମିଟ୍ ବାତିଲ କରାଯିବା ସହ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ଲାଇସେନ୍ସ ମଧ୍ୟ ବାତିଲ୍ କରାଯାଇଛି।

ମଙ୍ଗଳବାର ଗିରଫ ହୋଇଥିବା ଅଭିଯୁକ୍ତ ବସ ହେଲପରକୁ ପୁଲିସ କୋର୍ଟଚାଲାଣ କରିଛି। ଆସନ୍ତା ୪ରୁ ୫ ଦିନ ଭିତରେ ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ ହେବ ବୋଲି ପୁରୀ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି। ତା’ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପୀଡ଼ିତାଙ୍କୁ ୨୦ ହଜାର ଟଙ୍କା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ମାମଲାର ପରିଚାଳନା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଓକିଲ ଦିଆଯିବ। ପୀଡ଼ିତାଙ୍କ ଯତ୍ନ ପାଇଁ ତାଙ୍କ ପରିବାର ଲୋକଙ୍କୁ ଡକାଯାଇଥିବା ଏସ୍‌ପି କହିଛନ୍ତି।

Related story