ପେଶାଦାର ଅପରାଧୀଙ୍କୁ କାବୁ କରିବାକୁ କମିଶନରେଟ୍ ପୋଲିସ୍ ଏନଏସଏ ବୁକ୍ କରିବ

ଭୁବନେଶ୍ୱର: ପେଶାଦାର ଅପରାଧୀଙ୍କୁ କାବୁ କରିବାକୁ କମିଶନରେଟ୍ ପୋଲିସ ନୂଆ ଯୋଜନା କରୁଛି । ବାରମ୍ୱାର ପୋଲିସ ଦ୍ୱାରା ଗିରଫ ହୋଇ ଜେଲ୍ ଯାଉଥିଲେ ମଧ୍ୟ ଏହି ଅପରାଧିମାନେ ପୁଣି ଅପରାଧ ଘଟାଉଥିବାରୁ ସେମାନଙ୍କୁ ଏବେ ନ୍ୟାଶନାଲ୍ ସିକ୍ୟୁରିଟି ଆକ୍ଟ, ଏନ୍ଏସ୍ଏରେ ବୁକ୍ କରିବାକୁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଦୁର୍ଗାପୂଜା ପୂର୍ବରୁ କଟକ ଓ ଭୁବନେଶ୍ୱରର ଏହିଭଳି ବଛା ବଛା କେତେଜଣ ଅପରାଧୀଙ୍କୁ ଏନ୍ଏସ୍ଏରେ ବୁକ୍ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି […]

com

Rakesh Mallick
  • Published: Wednesday, 09 September 2015
  • , Updated: 09 September 2015, 10:17 AM IST

ଭୁବନେଶ୍ୱର: ପେଶାଦାର ଅପରାଧୀଙ୍କୁ କାବୁ କରିବାକୁ କମିଶନରେଟ୍ ପୋଲିସ ନୂଆ ଯୋଜନା କରୁଛି । ବାରମ୍ୱାର ପୋଲିସ ଦ୍ୱାରା ଗିରଫ ହୋଇ ଜେଲ୍ ଯାଉଥିଲେ ମଧ୍ୟ ଏହି ଅପରାଧିମାନେ ପୁଣି ଅପରାଧ ଘଟାଉଥିବାରୁ ସେମାନଙ୍କୁ ଏବେ ନ୍ୟାଶନାଲ୍ ସିକ୍ୟୁରିଟି ଆକ୍ଟ, ଏନ୍ଏସ୍ଏରେ ବୁକ୍ କରିବାକୁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଦୁର୍ଗାପୂଜା ପୂର୍ବରୁ କଟକ ଓ ଭୁବନେଶ୍ୱରର ଏହିଭଳି ବଛା ବଛା କେତେଜଣ ଅପରାଧୀଙ୍କୁ ଏନ୍ଏସ୍ଏରେ ବୁକ୍ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ ।

ସୂଚନାଯୋଗ୍ୟ ଚୋରି ହେଉ ଅଥବା ଡକାୟତି, ରାହାଜାନି ହେଉ ଅବା ସର୍ବସାଧାରଣରେ ନିୟମିତ ଗଣ୍ଡଗୋଳ  କରି ଶାନ୍ତି ଭଙ୍ଗ କରୁଥିବା ଅପରାଧୀଙ୍କୁ ଅପରାଧ ଦଣ୍ଡବିଧି ଆଇନ, ସିଆରପିସି ଧାରା ୧୧୦ ଅନୁଯାୟୀ ବୁକ୍ କରାଯାଇଥାଏ। ଏହି ଧାରାରେ ବୁକ୍ ଅପରାଧୀମାନେ ପୋଲିସ ନିକଟରେ ଏକ ବଣ୍ଡ ଦେଇଥାଆନ୍ତି। ଯେଉଁଥିରେ ସେମାନେ ପୁନର୍ବାର ଅପରାଧ ସଂଘଟିତ ନ କରିବା ଓ ଉତ୍ତମ ବ୍ୟବହାର ପାଇଁ ପ୍ରତିଶ୍ରୁତି ଦେଇ ଦସ୍ତଖତ କରିଥାଆନ୍ତି। ଏଥିସହିତ ନିୟମିତ ଥାନାରେ ହାଜିରା ଦେଇଥିନ୍ତି । ଏହାର ଖିଲାପ କଲେ ସେମାନଙ୍କୁ ଅନ୍ୟୁନ ୨ ବର୍ଷ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିବ। ବର୍ତ୍ତମାନ ସମୟରେ ଏଭଳି ସର୍ତ୍ତର ଖିଲାପ କରି କେତେଜଣ ଅପରାଧୀ ୧୧୦ ଧାରାରେ ଜେଲ୍ ଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଜେଲରୁ ବାହାରି ନିୟମିତ ଅପରାଧରେ ସାମିଲ ହେଉଛନ୍ତି। ଏହିଭଳି ଅପରାଧ ସଂଘଟିତ କରୁଥିବା କଟକର ଦୁଇଜଣ ଓ ଭୁବନେଶ୍ୱରର ଜଣେ ଅପରାଧୀକୁ ଚିହ୍ନଟ କରାଯାଇଛି। ଏମାନଙ୍କୁ ଆସନ୍ତା ଦୁର୍ଗାପୂଜା ପୂର୍ବରୁ ଏନ୍ଏସ୍ଏରେ ବୁକ୍ କରିବାକୁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ପୋଲିସ କମିଶନରେଟ୍ ପ୍ରତିଷ୍ଠା ହେବା ପରଠାରୁ ଅଦ୍ୟାବଧି କେବଳ ଜଟଣୀର ଜଣେ ଅପରାଧୀ ପ୍ରଶାନ୍ତ ସୁନ୍ଦରାୟ ଓରଫ୍ କାଳିଆକୁ ଏନ୍ଏସ୍ଏରେ ବୁକ୍ କରାଯାଇଛି। ଏ ପର୍ଯ୍ୟନ୍ତ କଟକ କିମ୍ୱା ଭୁବନେଶ୍ୱରରୁ କାହାରିକୁ ଏନ୍ଏସ୍ଏରେ କମିଶନରେଟ୍ ପୋଲିସ ବୁକ୍ କରି ନାହିଁ। ଏନ୍ଏସଏରେ ଅପରାଧୀଙ୍କୁ ବୁକ୍ କଲେ ଅପରାଧୀମାନେ ଭୟଭୀତ ହେବା ସହ ଅପରାଧର ମାତ୍ରା କମିବ ବୋଲି ଆଶା କରାଯାଉଛି।

Related story