ଚକଡ଼ା ପୋକ ପରେ ଗୁଣ୍ଡି ପୋକ ଆତଙ୍କ: ଅଗାଡ଼ି ହେଉଛି ଧାନ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବରଗଡ଼, ସମ୍ବଲପୁର, ରାୟଗଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ଚକଡ଼ା ପୋକ ଚାଷୀଙ୍କ ନିଦ ହଜାଇ ଦେଇଛି। ଫସଲ ଉଜୁଡି ଯିବା ପରେ ଏହି ସବୁ ଜିଲ୍ଲାରେ ନିଜ ଚାଷ ଜମିରେ ନିଆଁ ଲଗାଇ ଦେଉଛନ୍ତି। ଏହାକୁ ନେଇ ସରକାର ମଧ୍ୟ ଚିନ୍ତିତ। ହେଲେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଲକର ଶାସନ ନୂଆଗାଁରେ ଚକଡ଼ା ନୁହେଁ ଗୁଣ୍ଡି ପୋକ ଚାଷ ପାଇଁ କାଳ ପାଲଟିଛି।

ଶାସନ ନୂଆଗାଁ ଅଞ୍ଚଳରେ ଚାଷୀ କିଛିଦିନ ପରେ ଧାନ ଅମଳ କରିଥାନ୍ତେ। ହେଲେ ଏହା ପୂର୍ବରୁ କ୍ଷେତରେ ଗୁଣ୍ଡି ପୋକ ଲାଗି ଯାଇଛି। ଗୁଣ୍ଡିପୋକ ଧାନଗଛ ମୂଳେ ଲାଗି ରହି ଧାନ ଶସକୁ ଶୋଷି ନେବାରୁ କ୍ଷେତ ଏବେ ପାଳରେ ଭର୍ତ୍ତି ଅଗାଡ଼ି ହୋଇଯାଇଛି।

ଧାର କରଜ କରି ଚାଷ କରିଥିବା ଚାଷୀ କିଭଳି ସ୍ଥିତିରେ କିପରି ଋଣ ପରିଶୋଧ କରିବ ଏବେ ସେ ଚିନ୍ତା ଘାରୁ ହେଉଛନ୍ତି। ଅଭିଯୋଗ ଆସିବା ପରେ କୃଷି ବିଭାଗର ଅଧିକାରୀମାନେ ଅଞ୍ଚଳକୁ ଯାଇ ଚାଷ ଜମି ଯାଞ୍ଚ କରିବା ସହ ଗୁଣ୍ଡି ପୋକ ଲାଗିଥିବା ସ୍ୱୀକାର କରିଛନ୍ତି।

Ordigital Desk
• Published: Thursday, 02 November 2017
• Updated: 02 November 2017, 06:11 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବରଗଡ଼, ସମ୍ବଲପୁର, ରାୟଗଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ଚକଡ଼ା ପୋକ ଚାଷୀଙ୍କ ନିଦ ହଜାଇ ଦେଇଛି। ଫସଲ ଉଜୁଡି ଯିବା ପରେ ଏହି ସବୁ ଜିଲ୍ଲାରେ ନିଜ ଚାଷ ଜମିରେ ନିଆଁ ଲଗାଇ ଦେଉଛନ୍ତି। ଏହାକୁ ନେଇ ସରକାର ମଧ୍ୟ ଚିନ୍ତିତ। ହେଲେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଲକର ଶାସନ ନୂଆଗାଁରେ ଚକଡ଼ା ନୁହେଁ ଗୁଣ୍ଡି ପୋକ ଚାଷ ପାଇଁ କାଳ ପାଲଟିଛି।

ଶାସନ ନୂଆଗାଁ ଅଞ୍ଚଳରେ ଚାଷୀ କିଛିଦିନ ପରେ ଧାନ ଅମଳ କରିଥାନ୍ତେ। ହେଲେ ଏହା ପୂର୍ବରୁ କ୍ଷେତରେ ଗୁଣ୍ଡି ପୋକ ଲାଗି ଯାଇଛି। ଗୁଣ୍ଡିପୋକ ଧାନଗଛ ମୂଳେ ଲାଗି ରହି ଧାନ ଶସକୁ ଶୋଷି ନେବାରୁ କ୍ଷେତ ଏବେ ପାଳରେ ଭର୍ତ୍ତି ଅଗାଡ଼ି ହୋଇଯାଇଛି।

ଧାର କରଜ କରି ଚାଷ କରିଥିବା ଚାଷୀ କିଭଳି ସ୍ଥିତିରେ କିପରି ଋଣ ପରିଶୋଧ କରିବ ଏବେ ସେ ଚିନ୍ତା ଘାରୁ ହେଉଛନ୍ତି। ଅଭିଯୋଗ ଆସିବା ପରେ କୃଷି ବିଭାଗର ଅଧିକାରୀମାନେ ଅଞ୍ଚଳକୁ ଯାଇ ଚାଷ ଜମି ଯାଞ୍ଚ କରିବା ସହ ଗୁଣ୍ଡି ପୋକ ଲାଗିଥିବା ସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos