ଫୁଲବାଣୀ: ପାନୀୟ ଜଳ ଯୋଗାଣ ଦାବିରେ ରାଞ୍ଚି-ବିଜୟୱାଡା ରାସ୍ତା ଅବରୋଧ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ନିକଟରେ ଥିବା ଗୁଦାରି ପଞ୍ଚାୟତର ତିଲକପଡା ଓ କଲାଡି ଗାଁ ଲୋକେ ପାନୀୟ ଜଳ ଯୋଗାଣ ଦାବିରେ  ଆଜି ସକାଳେ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଗାଡି ଚଳାଚଳ ବନ୍ଦ ରହିଥିଲା। ପ୍ରାୟ ୪ ଘଣ୍ଟା ଧରି ଗାଁଲୋକେ ରାସ୍ତା ଅବରୋଧ କରିବା ପରେ ଘଟଣା ସ୍ଥଳରେ ପୋଲିସ ଓ ଆର୍‌ଡବ୍ୟୁଏସ୍‌ଏସ୍‌ର ସହକାରୀ ଯନ୍ତ୍ରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଦୁଇ ଗାଁରେ ଥିବା ନଳକୂପ ଗୁଡିକୁ […]

phulbani

Rakesh Mallick
  • Published: Wednesday, 18 May 2016
  • , Updated: 18 May 2016, 05:47 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ନିକଟରେ ଥିବା ଗୁଦାରି ପଞ୍ଚାୟତର ତିଲକପଡା ଓ କଲାଡି ଗାଁ ଲୋକେ ପାନୀୟ ଜଳ ଯୋଗାଣ ଦାବିରେ  ଆଜି ସକାଳେ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଗାଡି ଚଳାଚଳ ବନ୍ଦ ରହିଥିଲା। ପ୍ରାୟ ୪ ଘଣ୍ଟା ଧରି ଗାଁଲୋକେ ରାସ୍ତା ଅବରୋଧ କରିବା ପରେ ଘଟଣା ସ୍ଥଳରେ ପୋଲିସ ଓ ଆର୍‌ଡବ୍ୟୁଏସ୍‌ଏସ୍‌ର ସହକାରୀ ଯନ୍ତ୍ରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଦୁଇ ଗାଁରେ ଥିବା ନଳକୂପ ଗୁଡିକୁ ତୁରନ୍ତ ମରାମତି ଏବଂ ନୂତନ ଭାବେ ଖୋଳାଯାଇଥିବା ନଳକୂପରେ ପାଇପ ପକାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ  ଗ୍ରାମବାସୀମାନେ ରାସ୍ତାରୋକରୁ ହଟିଥିଲେ।

ଦୀର୍ଘ ଦିନ ହେବ ଏହି ଦୁଇଟି ଗାଁରେ ନଳକୂପ ସବୁ ଅଚଳ ହୋଇପଡିଥିବା ବେଳେ ଖରା ଯୋଗୁଁ ନଦୀ, ପୋଖରୀ, ନାଳ ସବୁ ଶୁଖିଯାଇଥିଲା।  ଏ ନେଇ ଗାଁଲୋକେ ବାରମ୍ୱାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣି ଥିଲେ। ଏହାର ପ୍ରତିବାଦରେ ଆଜି ଗାଁଲୋକେ ରାସ୍ତାରୋକ କରିଥିଲେ ।

Related story