ବଢ଼ୁଛି ଶୀତର କୋପ, ଫୁଲବାଣୀରେ ସର୍ବନିମ୍ନ ୭.୪ ଡିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ବଢ଼ିବାରେ ମିଳିଛି। ଆଜି ଫୁଲବାଣୀରେ ସର୍ବନିମ୍ନ ୭.୪ ଡିଗ୍ରୀ ତାପମାତ୍ରା ରହିଛି। ଯାହାଦ୍ୱାରା ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶ୍ରମଜୀବୀମାନେ ସକାଳୁ ଉଠି କାମକୁ ଯାଇପାରୁ ନାହାନ୍ତି। ବେଶୀ ଅସୁବିଧାରେ ସ୍କୁଲ ପିଲାମାନେ ପଡ଼ୁଛନ୍ତି। ଭୁବନେଶ୍ୱର ପାଣିପାଗକେନ୍ଦ୍ର ସୂତ୍ରରୁ ପ୍ରକାଶ, ଆଜି ଭବାନୀପାଟଣାରେ ସର୍ବ ନିମ୍ନ ତାପମାତ୍ରା ୮ ଡିଗ୍ରୀ, ହୀରାକୁଦରେ ୯.୬ ଡିଗ୍ରୀ, ଅନୁଗୋଳରେ ୧୦.୬ ଡିଗ୍ରୀ, ସମ୍ୱଲପୁରରେ ୧୦.୯ ଡିଗ୍ରୀ, ଭୁବନେଶ୍ୱରରେ ୧୪.୭ ଡିଗ୍ରୀ ଓ କଟକରେ ୧୪.୫ ଡିଗ୍ରୀ […]

phulbani

Rakesh Mallick
  • Published: Wednesday, 23 November 2016
  • , Updated: 23 November 2016, 10:23 PM IST

ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ବଢ଼ିବାରେ ମିଳିଛି। ଆଜି ଫୁଲବାଣୀରେ ସର୍ବନିମ୍ନ ୭.୪ ଡିଗ୍ରୀ ତାପମାତ୍ରା ରହିଛି। ଯାହାଦ୍ୱାରା ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶ୍ରମଜୀବୀମାନେ ସକାଳୁ ଉଠି କାମକୁ ଯାଇପାରୁ ନାହାନ୍ତି। ବେଶୀ ଅସୁବିଧାରେ ସ୍କୁଲ ପିଲାମାନେ ପଡ଼ୁଛନ୍ତି।

ଭୁବନେଶ୍ୱର ପାଣିପାଗକେନ୍ଦ୍ର ସୂତ୍ରରୁ ପ୍ରକାଶ, ଆଜି ଭବାନୀପାଟଣାରେ ସର୍ବ ନିମ୍ନ ତାପମାତ୍ରା ୮ ଡିଗ୍ରୀ, ହୀରାକୁଦରେ ୯.୬ ଡିଗ୍ରୀ, ଅନୁଗୋଳରେ ୧୦.୬ ଡିଗ୍ରୀ, ସମ୍ୱଲପୁରରେ ୧୦.୯ ଡିଗ୍ରୀ, ଭୁବନେଶ୍ୱରରେ ୧୪.୭ ଡିଗ୍ରୀ ଓ କଟକରେ ୧୪.୫ ଡିଗ୍ରୀ ରହିଛି।

Related story