ବାହାଘର ଶୋଭାଯାତ୍ରା ସାରି ଫେରୁଥିବା ବେଳେ ଓଲଟି ପଡ଼ିଲା ବ୍ୟାଣ୍ଡପାର୍ଟି ଗାଡ଼ି

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ସକାଳୁ ସକାଳୁ ଓଲଟି ପଡ଼ିଲା ଏକ ପିକ୍‌ଅପ୍‌ ଭ୍ୟାନ୍‌। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ପହଣାରେ। ପିକ୍‌ଅପ୍‌ ଭ୍ୟାନ୍‌ଟି ପାଟକୁରା ଅଞ୍ଚଳରୁ ମେହେନ୍ଦୀନଗର ଫେରୁଥିବା ବେଳେ ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଏକ ବ୍ୟାଣ୍ଡପାର୍ଟିର ଲୋକ ବସିଥିଲେ। ସେମାନେ ଗତକାଲି ରାତିରେ ପାଟକୁରା ଅଞ୍ଚଳରେ ଏକ ବାହାଘର ଶୋଭାଯାତ୍ରାରେ ସାମିଲ […]

accident

accident

Jitendra Garnayak
  • Published: Saturday, 16 February 2019
  • Updated: 16 February 2019, 10:03 AM IST

Sports

Latest News

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ସକାଳୁ ସକାଳୁ ଓଲଟି ପଡ଼ିଲା ଏକ ପିକ୍‌ଅପ୍‌ ଭ୍ୟାନ୍‌। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ପହଣାରେ।

ପିକ୍‌ଅପ୍‌ ଭ୍ୟାନ୍‌ଟି ପାଟକୁରା ଅଞ୍ଚଳରୁ ମେହେନ୍ଦୀନଗର ଫେରୁଥିବା ବେଳେ ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଏକ ବ୍ୟାଣ୍ଡପାର୍ଟିର ଲୋକ ବସିଥିଲେ। ସେମାନେ ଗତକାଲି ରାତିରେ ପାଟକୁରା ଅଞ୍ଚଳରେ ଏକ ବାହାଘର ଶୋଭାଯାତ୍ରାରେ ସାମିଲ ହୋଇ ଫେରୁଥିଲେ। ପହଣା ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଏଥିରେ ବସିଥିବା ଲୋକଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

accident1ମୃତ ବ୍ୟକ୍ତିଙ୍କ ନାଁ ଭରତଚନ୍ଦ୍ର ମଲ୍ଲିକ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।  ତିନି ଗୁରୁତରଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos