ଚାଷୀଙ୍କୁ ଋଣ ଦେବାକୁ ରାଜ୍ୟରେ ଚାଲିଥିବା ମହାଜନୀ କାରବାରରେ ବିଜେପିର ସଂପୃକ୍ତି ରହିଛି: ସାଂସଦ ପିନାକୀ ମିଶ୍ର

ଭୁବନେଶ୍ୱର: ଋଣବୋଝ ଯୋଗୁଁ ରାଜ୍ୟରେ ଚାଷୀ ଆତ୍ମହତ୍ୟା ଘଟଣା ଘଟୁଛି। ସୋମବାର ଏ କଥା କହିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ସାଂସଦ ପିନାକୀ ମିଶ୍ର। ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସାରିବା ପରେ ସେ ଏହି କଥା କହିଥିଲେ। ତେବେ ରାଜ୍ୟରେ ଚାଷୀମାନଙ୍କୁ ଋଣ ଦେବା ପାଇଁ ରାଜ୍ୟରେ ଯେଉଁ ମହାଜନୀ କାରବାର ଚାଲିଛି ସେଥିରେ ବିଜେପି ଲୋକଙ୍କ ସଂପୃକ୍ତି ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ବର୍ଷକୁ ୩୬% ଅର୍ଥାତ […]

pinaki mishra

Rakesh Mallick
  • Published: Monday, 09 November 2015
  • , Updated: 09 November 2015, 09:39 AM IST

ଭୁବନେଶ୍ୱର: ଋଣବୋଝ ଯୋଗୁଁ ରାଜ୍ୟରେ ଚାଷୀ ଆତ୍ମହତ୍ୟା ଘଟଣା ଘଟୁଛି। ସୋମବାର ଏ କଥା କହିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ସାଂସଦ ପିନାକୀ ମିଶ୍ର। ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସାରିବା ପରେ ସେ ଏହି କଥା କହିଥିଲେ। ତେବେ ରାଜ୍ୟରେ ଚାଷୀମାନଙ୍କୁ ଋଣ ଦେବା ପାଇଁ ରାଜ୍ୟରେ ଯେଉଁ ମହାଜନୀ କାରବାର ଚାଲିଛି ସେଥିରେ ବିଜେପି ଲୋକଙ୍କ ସଂପୃକ୍ତି ରହିଛି ବୋଲି ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ ବର୍ଷକୁ ୩୬% ଅର୍ଥାତ ମାସକୁ ୩ ପ୍ରତିଶତ ସୁଧରେ ରାଜ୍ୟରେ ମହାଜନମାନେ ଚାଷୀମାନଙ୍କୁ ଋଣ ଦେଉଛନ୍ତି। ସେହିପରି ୩୦, ୩୫ ପ୍ରତିଶତ ସୁଧରେ ମଧ୍ୟ ଋଣ କାରବାର ହେଉଛି। ଋଣ କାରବାର କରୁଥିବା ମହାଜନଙ୍କ ମଧ୍ୟରେ ବିଜେପିର ଲୋକ ମଧ୍ୟ ରହିଛନ୍ତି। ସେମାନେ ଚାଷୀଙ୍କୁ ଋଣ ଫେରାଇବାକୁ ବାଧ୍ୟ କରୁଛନ୍ତି ଓ ସେଥିପାଇଁ ଚାଷୀ ଆତ୍ମହତ୍ୟା କରୁଛି। ଏଣୁ ପ୍ରଥମେ ଏହି ମହାଜନୀ କାରବାରକୁ ରୋକିବାକୁ ପଡ଼ିବ। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରିଥିବା କହିଛନ୍ତି।

ପିନାକୀ ଆହୁରି ମଧ୍ୟ କହିଛନ୍ତି ଯେ ମହାଜନୀ କାରବାର ଚଳାଇଥିବା ବ୍ୟକ୍ତିଙ୍କ ସଂପର୍କରେ ସୂଚନା ସଂଗ୍ରହ କରିବା ଓ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନୂଆ ପୋଲିସ୍ ଡିଜିଙ୍କୁ ନିର୍ଦ୍ଦେଶ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି। ସେ ଯୁକ୍ତି ବାଢ଼ିଛନ୍ତି ଯେ ଘରୋଇ ଭାବେ ସୁଧ କାରବାର କରୁଥିବା ବ୍ୟକ୍ତି ତଥା ମହାଜନମାନଙ୍କ ସଂପର୍କରେ ପୋଲିସ୍ ପାଖରେ ନିଶ୍ଚିତ ଭାବରେ ସୂଚନା ରହିବା ଆବଶ୍ୟକ।

ପିନାକୀଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ବିଜେଡି ଔଷଧ ରାଗରେ ତାଟିଆ କାମୁଡୁଛି। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବିଜେଡିର ନେତାଏ କେତେବେଳ କ’ଣ କହୁଛନ୍ତି ତା’ର କିଛି ଠିକଣା ନାହିଁ। ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କହିଲେ ଚାଷୀ ଆତ୍ମହତ୍ୟା କରେ ନାହିଁ। ସାଂସଦ ନଗେନ୍ଦ୍ର ପ୍ରଧାନ କହିଲେ ଫସଲ ହାନି ଯୋଗୁଁ ଚାଷ ଆତ୍ମହତ୍ୟା କରୁଛି। ଏବେ ସାଂସଦ ପିନାକୀ ମିଶ୍ର କହୁଛନ୍ତି ଯେ ବିଜେପି ମହାଜନୀ କାରବାର କରୁଛି। ତାଙ୍କ ଅଭିଯୋଗ ସଂପୂର୍ଣ୍ଣ ଭୁଲ୍। ଏହାର କୌଣସି ଆଧାର ନାହିଁ। ବିଜେପି ପ୍ରାରମ୍ଭରୁ ଅଭିଯୋଗ କରି ଆସୁଛି ଯେ ଚାଷୀ ଆତ୍ମହତ୍ୟା ପଛରେ ରହିଛି ମହାଜନୀ କାରବାର। କିନ୍ତୁ ବିଜେଡି ଏବେ ସେହି କଥା ଉଠାଉଛନ୍ତି।

ପ୍ରତାପ ଷଡ଼ଙ୍ଗୀ ଆହୁରି ମଧ୍ୟ କହିଛନ୍ତି ଯେ ପିନାକୀଙ୍କ ମନ୍ତବ୍ୟକୁ ତାଙ୍କ ଦଳ ଗୁରୁତ୍ୱ ଦେଉ ନାହିଁ। ତେବେ ଏହା ଉପରେ କ’ଣ ପଦକ୍ଷେପ ନିଆଯିବ, ତାହା ଦଳର ନେତୃବୃନ୍ଦ ନିଷ୍ପତ୍ତି କରିବେ।

Related story