ଟୁଇନସିଟିରେ ପାଇପରେ ଏଲପିଜି ଯୋଗାଣ ଯୋଜନାର ଆଜି ଶୁଭାରମ୍ଭ

ଭୁବନେଶ୍ୱର: କଟକ-ଭୁବନେଶ୍ୱରରେ ପାଇପ ଲାଇନ ଯୋଗେ ରୋଷେଇ ଗ୍ୟାସ୍‌ ଯୋଗାଣ ଆରମ୍ଭ ହେବ। ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାର ଶୁଭାରମ୍ଭ କରିବେ। ଡିସେମ୍ବର ୧୮ ସୁଦ୍ଧା କଟକ-ଭୁବନେଶ୍ୱରରେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହେବ। ୧୯ ଡିସେମ୍ବର ସୁଦ୍ଧା ଟୁଇନସିଟି ବାସୀ ପାଇପ ଲାଇନ ଯୋଗେ ଗ୍ୟାସ ଯୋଗାଣ ବ୍ୟବସ୍ଥାର ସୁବିଧା ପାଇବେ। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଯୋଜନାର ଶୁଭାରମ୍ଭ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।