ଓଡ଼ିଶାରେ ୭ଟି ଭୌଗୋଳିକ ଅଞ୍ଚଳକୁ ପାଇପ୍‌ରେ ମିଳିବ ରନ୍ଧନ ଗ୍ୟାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ୭ଟି ଭୌଗୋଳିକ ଅଞ୍ଚଳରେ ପାଇପ୍‌ରେ ମିଳିବ ରନ୍ଧନ ଗ୍ୟାସ। ସେହି ଅଞ୍ଚଳଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ବରଗଡ଼, ଦେବଗଡ଼, ସମ୍ବଲପୁର, ଗଞ୍ଜାମ, ନୟାଗଡ଼, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା। ଆଜି ଦେଶର ୬୩ଟି ଭୌଗୋଳିକ ଅଞ୍ଚଳରେ ଗ୍ୟାସ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରୁ ପ୍ରକଳ୍ପର ଲୋକାର୍ପଣ କରିବା ସହ ଦେଶରେ ଗ୍ୟାସ ଆଧାରିତ ଅର୍ଥନୀତିର ବିକାଶ […]

gggg

Manoranjan Sial
  • Published: Thursday, 22 November 2018
  • , Updated: 22 November 2018, 10:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ୭ଟି ଭୌଗୋଳିକ ଅଞ୍ଚଳରେ ପାଇପ୍‌ରେ ମିଳିବ ରନ୍ଧନ ଗ୍ୟାସ। ସେହି ଅଞ୍ଚଳଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ବରଗଡ଼, ଦେବଗଡ଼, ସମ୍ବଲପୁର, ଗଞ୍ଜାମ, ନୟାଗଡ଼, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା। ଆଜି ଦେଶର ୬୩ଟି ଭୌଗୋଳିକ ଅଞ୍ଚଳରେ ଗ୍ୟାସ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ନୂଆଦିଲ୍ଲୀରୁ ପ୍ରକଳ୍ପର ଲୋକାର୍ପଣ କରିବା ସହ ଦେଶରେ ଗ୍ୟାସ ଆଧାରିତ ଅର୍ଥନୀତିର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ସମସ୍ତ ଅଞ୍ଚଳକୁ ଗ୍ୟାସ ଯୋଗାଣ ସୁବିଧା କରିବା ଲାଗି କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଥିବା ମୋଦି କହିଛନ୍ତି। ଏହି ଅବସରରେ ୨ରୁ ୩ ବର୍ଷ ଭିତରେ ଦେଶର ୪୦୦ ଜିଲ୍ଲାରେ ଏଭଳି ଗ୍ୟାସ ବିତରଣ ସୁବିଧା ମିଳିପାରିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

https://youtu.be/7WLar4b-sOY

Related story