ପିକେ ଆୟାର୍ ମାମଲା: ଚିତ୍ରା ଆଥୱାନୀଙ୍କ ବିରୋଧରେ ପୁଣି ସମନ୍ ଜାରି କରିବ ପୋଲିସ

ଭୁବନେଶ୍ୱର: ହୋଟେଲ୍ ଟ୍ରାଇଡେଣ୍ଟରେ ଡେକାନ୍ କ୍ରୋନିକଲ୍ ଉପାଧ୍ୟକ୍ଷ ପିକେ ଆୟାର୍ ଛଦ୍ମ ନାମରେ ରହିବା ମାମଲାରେ ତାଙ୍କ ବାନ୍ଧବୀ ଚିତ୍ରା ଆଥୱାନୀଙ୍କ ବିରୋଧରେ ପୁଣି ଥରେ ସମନ୍ ଜାରି କରିବ କମିଶନରେଟ୍ ପୋଲିସ। ଚିତ୍ରାଙ୍କୁ ହାଜର ହେବା ପାଇଁ ଗତ ୧୬ ତାରିଖରେ ପ୍ରଥମଥର ପାଇଁ ସମନ୍ ଜାରି ହୋଇଥିଲା। ଏହାସତ୍ତ୍ୱେ ସେ ହାଜର ହୋଇ ନ ଥିଲେ। ତାଙ୍କୁ ଦ୍ୱିତୀୟ ଥର ପାଇଁ ହାଜର ହେବାକୁ ସମନ୍ ଜାରି କରିବ ବୋଲି ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ […]

citra

Rakesh Mallick
  • Published: Tuesday, 30 June 2015
  • , Updated: 30 June 2015, 09:39 AM IST

ଭୁବନେଶ୍ୱର: ହୋଟେଲ୍ ଟ୍ରାଇଡେଣ୍ଟରେ ଡେକାନ୍ କ୍ରୋନିକଲ୍ ଉପାଧ୍ୟକ୍ଷ ପିକେ ଆୟାର୍ ଛଦ୍ମ ନାମରେ ରହିବା ମାମଲାରେ ତାଙ୍କ ବାନ୍ଧବୀ ଚିତ୍ରା ଆଥୱାନୀଙ୍କ ବିରୋଧରେ ପୁଣି ଥରେ ସମନ୍ ଜାରି କରିବ କମିଶନରେଟ୍ ପୋଲିସ। ଚିତ୍ରାଙ୍କୁ ହାଜର ହେବା ପାଇଁ ଗତ ୧୬ ତାରିଖରେ ପ୍ରଥମଥର ପାଇଁ ସମନ୍ ଜାରି ହୋଇଥିଲା। ଏହାସତ୍ତ୍ୱେ ସେ ହାଜର ହୋଇ ନ ଥିଲେ। ତାଙ୍କୁ ଦ୍ୱିତୀୟ ଥର ପାଇଁ ହାଜର ହେବାକୁ ସମନ୍ ଜାରି କରିବ ବୋଲି ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି । ଯଦି ସେ ସମନ ପାଇବା ପରେ ହାଜର ନ ହୁଅନ୍ତି ତେବେ ତାଙ୍କ ବିରୋଧରେ ଆଇନ୍ ଅନୁସାରେ ୱାରେଣ୍ଟ ଜାରି କରାଯିବ ବୋଲି ପୋଲିସ କମିଶନର କହିଛନ୍ତି। ସୂଚନାଯୋଗ୍ୟ ଯେ ହୋଟେଲ୍ ଟ୍ରାଇଡେଣ୍ଟରେ ଚିତ୍ରାଙ୍କ ନାଁରେ ବୁକ୍ ହୋଇଥିବା ଏକ ରୁମରେ ଆୟାର ଦୀର୍ଘ ଦିନ ଧରି ରହିଆସୁଥିଲେ। ଏ ସମ୍ପର୍କରେ ଜଣାପଡିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏପରିକି ହୋଟଲ ଟ୍ରାଇଟେଣ୍ଟ ମ୍ୟାନେଜର ଓ ଅନ୍ୟ ୩ ଜଣ କର୍ମଚାରୀଙ୍କୁ ପୋଲିସ ଘଟଣା ସମ୍ପର୍କରେ ପଚାରଉଚୁରା କରିଥିଲା ।

Related story