ଜଗା ଦୁଆରକୁ ପ୍ଲାଷ୍ଟିକ୍‌ ମନା

ପୁରୀ (ଓଡ଼ିଶା ରିପୋର୍ଟର): ଜଗା ଦୁଆରକୁ ପ୍ଲାଷ୍ଟିକ୍‌ ମନା। ଏପ୍ରିଲ ୧ ତାରିଖରୁ ଶ୍ରୀମନ୍ଦିର ପରିସରକୁ ପ୍ଲାଷ୍ଟିକ ମୁକ୍ତ କରାଯିବ। ଆଜି ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଏହାଛଡ଼ା ଶ୍ରୀମନ୍ଦିର ପରିସରରେ ପାନ ଛେପ ପକାଇଲେ ଜୋରିମାନା କରାଯିବ। ପାନ ଛେପ ପକାଇଥିବା ବ୍ୟକ୍ତିକୁ ୫୦୦ ଟଙ୍କା ଜୋରିମାନା କରାଯିବ। ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର। ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ […]

puritemple

puritemple

Manoranjan Sial
  • Published: Wednesday, 04 March 2020
  • Updated: 04 March 2020, 04:14 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଜଗା ଦୁଆରକୁ ପ୍ଲାଷ୍ଟିକ୍‌ ମନା। ଏପ୍ରିଲ ୧ ତାରିଖରୁ ଶ୍ରୀମନ୍ଦିର ପରିସରକୁ ପ୍ଲାଷ୍ଟିକ ମୁକ୍ତ କରାଯିବ। ଆଜି ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଏହାଛଡ଼ା ଶ୍ରୀମନ୍ଦିର ପରିସରରେ ପାନ ଛେପ ପକାଇଲେ ଜୋରିମାନା କରାଯିବ। ପାନ ଛେପ ପକାଇଥିବା ବ୍ୟକ୍ତିକୁ ୫୦୦ ଟଙ୍କା ଜୋରିମାନା କରାଯିବ। ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର।

ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିଥିଲା। ଏଥିରେ ମୁଖ୍ୟ ପ୍ରଶାସକ କିଶନ କୁମାରଙ୍କ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଜିଲ୍ଲାପାଳ, ଏସ୍‌ପି, ନୀତି ପ୍ରଶାସକଙ୍କ ସମେତ ଛତିଶା ନିଯୋଗର ବରିଷ୍ଠ ସେବାୟତମାନେ ଯୋଗଦେଇଥିଲେ। ଏଥିରେ ବିଶେଷ କରି ଭୋଗ ଉଠିବାରେ ବିଳମ୍ୱ ଉପରେ ଆଲୋଚନା ହୋଇଛି। ଗତ ଦୁଇ ମାସ ହେବ ପ୍ରଥମ ଭୋଗ ଉଠିବାରେ ଦୁଇ ଘଣ୍ଟା ବିଳମ୍ବ ହେଉଥିଲା। ଆଗକୁ କିପରି ଶୀଘ୍ର ଭୋଗ ବାହାରିବ ସେ ନେଇ ସଂପୃକ୍ତ ନିଯୋଗ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ଆସନ୍ତା ୮ ତାରିଖରେ ମେଣ୍ଢାକୁଡ଼ିଆ ଓ ୯ ତାରିଖରେ ଦୋଳପୂର୍ଣ୍ଣମୀ ନୀତି ପାଇଁ ନୀତି ଚୂଡାନ୍ତ ହୋଇଛି।

ସୂଚନାରୁ ପ୍ରକାଶ, ଶ୍ରୀମନ୍ଦିର ପରିସରରେ ପନ ଛେପ ପକାଇଲେ ଜୋରିନାମାନ କରାଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ଏପରିକି ଶ୍ରୀମନ୍ଦିର ସମ୍ମୁଖରେ ଚାର୍ଟର ମରାଯାଇଥିଲା। ଏହା ସତ୍ତ୍ୱେ ଶ୍ରୀମନ୍ଦିର ପରିସରରେ ପାନ ଛେପ ପଡ଼ିଛି। ଯେଉଁଥିପାଇଁ ୫ଟି ସଚିବ ଭି.କେ ପାଣ୍ଡିଆନ୍‌ ବିରକ୍ତି ପ୍ରକାଶ କରିଥିଲେ। ଏପରି ଘଟଣା ଯେପରି ନହୁଏ, ସେଥିପ୍ରତି ନଜର ଦେବାକୁ ପରାମର୍ଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos