ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା

ଭୁବନେଶ୍ୱର: ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ ୨ ଥିଓରୀ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବ ବୋଲି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ ୨ ପ୍ରାଟିକାଲ ପରୀକ୍ଷା ଜାନୁଆରୀ ୧୯ରୁ ୩୦ ମଧ୍ୟରେ ଅନୁଷ୍ଠିତ ହେବ। ପରୀକ୍ଷା ଲାଗି କେବଳ ଅନ୍‌ଲାଇନରେ ଫର୍ମ ପୂରଣ ହେବାକୁ ଥିବା ବେଳେ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ଅକ୍ଟୋବର ୩ରୁ ୩୧ ମଧ୍ୟରେ ଓ ରେଗୁଲାର ଛାତ୍ରଛାତ୍ରୀ ନଭେମ୍ବର ୧୦ରୁ […]

office

Rakesh Mallick
  • Published: Saturday, 15 July 2017
  • , Updated: 15 July 2017, 02:31 PM IST

ଭୁବନେଶ୍ୱର: ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ ୨ ଥିଓରୀ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବ ବୋଲି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ ୨ ପ୍ରାଟିକାଲ ପରୀକ୍ଷା ଜାନୁଆରୀ ୧୯ରୁ ୩୦ ମଧ୍ୟରେ ଅନୁଷ୍ଠିତ ହେବ। ପରୀକ୍ଷା ଲାଗି କେବଳ ଅନ୍‌ଲାଇନରେ ଫର୍ମ ପୂରଣ ହେବାକୁ ଥିବା ବେଳେ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ଅକ୍ଟୋବର ୩ରୁ ୩୧ ମଧ୍ୟରେ ଓ ରେଗୁଲାର ଛାତ୍ରଛାତ୍ରୀ ନଭେମ୍ବର ୧୦ରୁ ଡିସେମ୍ବର ୪ ମଧ୍ୟରେ ଅନଲାଇନରେ ଫର୍ମ ପୂରଣ କରିପାରିବେ।

ଡିସେମ୍ବର ୨୨ ତାରିଖରେ ଯୁକ୍ତ ୨ ପ୍ରାଟିକାଲ ଓ ଥିଓରୀ ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ ପାଇବ।  ଜାନୁଆରୀ ୧୭ରେ ପରୀକ୍ଷାର୍ଥୀଙ୍କୁ ଅନ୍‌ଲାଇନରେ ଆଡମିଟ କାର୍ଡ ଦିଆଯିବ।  ଜୁନ୍ ୧୦ ମଧ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ ।

Related story