ଦିନେ ଗାଈ ଚରାଉଥିଲେ, ଆଜି ଅଗ୍ନିବୀର

ନୀଳଗିରି(ବିଶ୍ୱମ୍ଭର ଦାସ): ପିଲା ବେଳୁ ମାଆଙ୍କୁ ହରାଇଥିଲେ। ମାଆଙ୍କ ଦେହାନ୍ତ ପରେ ବାପା ମଧ୍ୟ କେଉଁଆଡ଼େ ଚାଲି ଯାଇଥିଲେ। ଆଈଙ୍କ ପଣତ ତଳେ ବଢ଼ି ଥିଲେ। ପେଟ ଚାଖଣ୍ଡକ ପାଇଁ ଗାଈ ଓ ଛେଳି ଚରାଉଥିଲେ। ଏବେ ସୀମାରେ ନିୟୋଜିତ ହେବେ। ଶତ୍ରୁପକ୍ଷଙ୍କୁ ମାତ ଦେବେ। ସେମିତି ଜଣେ ଅଗ୍ନିବୀର ହେଉଛନ୍ତି ହେମନ୍ତ ନାୟକ। ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ୍‌ କାଣ୍ଡଗରଡ଼ି ପଞ୍ଚାୟତ ସିକିଡ଼ିଆ ଗାଁର ହେମନ୍ତ ନାୟକ। ତିନିବର୍ଷର ହୋଇଥିଲେ, ମାଆ ଆରପାରିକି ଚାଲିଗଲେ। ପରେ […]

Balasore

  • Published: Tuesday, 06 December 2022
  • , Updated: 06 December 2022, 09:22 PM IST

ନୀଳଗିରି(ବିଶ୍ୱମ୍ଭର ଦାସ): ପିଲା ବେଳୁ ମାଆଙ୍କୁ ହରାଇଥିଲେ। ମାଆଙ୍କ ଦେହାନ୍ତ ପରେ ବାପା ମଧ୍ୟ କେଉଁଆଡ଼େ ଚାଲି ଯାଇଥିଲେ। ଆଈଙ୍କ ପଣତ ତଳେ ବଢ଼ି ଥିଲେ। ପେଟ ଚାଖଣ୍ଡକ ପାଇଁ ଗାଈ ଓ ଛେଳି ଚରାଉଥିଲେ। ଏବେ ସୀମାରେ ନିୟୋଜିତ ହେବେ। ଶତ୍ରୁପକ୍ଷଙ୍କୁ ମାତ ଦେବେ। ସେମିତି ଜଣେ ଅଗ୍ନିବୀର ହେଉଛନ୍ତି ହେମନ୍ତ ନାୟକ।

ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ୍‌ କାଣ୍ଡଗରଡ଼ି ପଞ୍ଚାୟତ ସିକିଡ଼ିଆ ଗାଁର ହେମନ୍ତ ନାୟକ। ତିନିବର୍ଷର ହୋଇଥିଲେ, ମାଆ ଆରପାରିକି ଚାଲିଗଲେ। ପରେ ବାପା ମଧ୍ୟ କେଉଁଆଡ଼େ ଚାଲିଗଲେ। ଆଜି ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳୁନାହିଁ। ସେହିଦିନରୁ ହେମନ୍ତ ଓ ତାଙ୍କ ୪ ଭାଇଭଉଣୀ ଆଈ ବାସନ୍ତୀ ମହାପାତ୍ରଙ୍କ ପଣତ ତଳେ ଆଶ୍ରୟ ନେଇଥିଲେ।

ଆଈଙ୍କ ବୟସ ମଧ୍ୟ ହୋଇଗଲାଣି। ସେହି ବୟସରେ ପର ଘରେ ପାଇଟି କରି ବହୁ କଷ୍ଟରେ ନାତି ନାତୁଣୀଙ୍କ ମୁହଁରେ ଦାନା ଦେଉଥିଲେ। ପାଠ ମଧ୍ୟ ପଢ଼ାଉଛନ୍ତି। ହେମନ୍ତ ମାଟ୍ରିକ୍‌ ପାସ୍‌ କରିବା ପରେ ସୋର ୟୁଏନ୍‌ କଲେଜରେ ଯୁକ୍ତ ତିନିରେ ପାଠ ପଢ଼ୁଛନ୍ତି। ପାଠ ପଢ଼ାରୁ ଫୁରସତ ପାଇଲେ ହେମନ୍ତ ଗୋରୁ ଓ ଛେଳି ମୁଣିବାକୁ ଯାଉଛନ୍ତି। ସନ୍ଧ୍ୟା ବେଳେ ଟିଉସନ କରନ୍ତି।

ହେମନ୍ତ ପ୍ରତିଦିନ ସକାଳେ ଦୌଡ଼ିବାକୁ ଯାଆନ୍ତି। ଗାଁ ଦାଣ୍ଡରେ ଦୌଡ଼ନ୍ତି। ପରେ ପାହାଡ଼ ଚଢ଼ନ୍ତି। ଏଥିସହ ଅନ୍ୟାନ୍ୟ ଶାରୀରିକ ଅଭ୍ୟାସ ମଧ୍ୟ କରନ୍ତି।ଏହାରି ଭିତରେ ଅଗ୍ନିବୀର ପାଇଁ ବିଞ୍ଜପନ ବାହାରିଥିଲା। ହେମନ୍ତ ସେଥିରେ ଆବେଦନ କରିଥିଲେ। ଏବେ ଅଗ୍ନିବୀର ପାଇଁ ଚୟନ ହୋଇଛନ୍ତି। ଚାକିରି କରିବେ ଦେଶ ସୀମାରେ ଜଗିବେ। ଏଥିପାଇଁ ପୂରା ପରିବାରରେ ଖୁସିର ଲହର ଖେଳି ଯାଇଛି।

 

Related story