ରଜ ପରେ ବାହାରିବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ରଜ ପରେ ପ୍ରକାଶ ପାଇବ। ୧୭ ଓ ୧୮ ତାରିଖ ବେଳକୁ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଜି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଜୁନ୍ ୩ ତାରିଖରେ ପ୍ରକାଶ ପାଇଥିଲା। ମୋଟ ୯୭, ୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦,୭୦୬ ଜଣ ପାସ୍ କରିଥିଲେ। […]

exam-results000000000000

Jitendra Garnayak
  • Published: Wednesday, 12 June 2019
  • , Updated: 12 June 2019, 12:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ରଜ ପରେ ପ୍ରକାଶ ପାଇବ। ୧୭ ଓ ୧୮ ତାରିଖ ବେଳକୁ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଜି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଜୁନ୍ ୩ ତାରିଖରେ ପ୍ରକାଶ ପାଇଥିଲା। ମୋଟ ୯୭, ୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦,୭୦୬ ଜଣ ପାସ୍ କରିଥିଲେ। ସେମାନଙ୍କ ମଧ୍ୟରୁ ୨୦, ୮୦୬ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୨୩, ୯୦୪ ଜଣ ୨ୟ ଶ୍ରେଣୀରେ ଓ ୨୫, ୩୬୦ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଥିଲେ। ସେହିପରି ୪୦, ୦୫୮ ଜଣ ଛାତ୍ର ପାସ୍ କରିଥିବା ବେଳେ ୩୦, ୬୪୮ ଛାତ୍ରୀ ପାସ୍ କରିଥିଲେ। ଗତବର୍ଷ ଅପେକ୍ଷା ଏବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପାସ୍ ହାର କମିଥିଲା।

Related story