କେଉଁ କଲେଜରେ କେତେ ମାର୍କ ରଖିଲେ ମିଳିବ ଆଡମିଶନ୍‌ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଲା। ବିଜ୍ଞାନରେ ରେଭେନ୍ସା କଲେଜ ସର୍ବାଧିକ ୮୮.୮୩%, ବାଣିଜ୍ୟରେ ବିଜେବି କଲେଜ ସର୍ବାଧିକ ୭୮.୨% ଓ କଳାରେ କେନ୍ଦୁଝର ଘଷିପୁରାର ସାଇଁକୁଳ କଲେଜ ପକ୍ଷରୁ ସର୍ବାଧିକ ୭୮.୬୭% କଟ୍ ଅଫ ମାର୍କ ରହିଛି। ସେହିଭଳି ଧନ୍ଦାମୂଳକ ଶିକ୍ଷାରେ ବାଳକାଟିର ସରକାରୀ ଭୋକେସନାଲ ମାଧ୍ୟମିକ ସ୍କୁଲରେ ସର୍ବାଧିକ ୮୫ ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି। ଛାତ୍ରଛାତ୍ରୀମାନେ www.samsodisha.gov.in ୱେବସାଇଟ୍‌ରେ ନିଜର କଟ୍ ଅଫ୍ […]

student

Rakesh Mallick
  • Published: Friday, 29 June 2018
  • , Updated: 29 June 2018, 08:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଲା। ବିଜ୍ଞାନରେ ରେଭେନ୍ସା କଲେଜ ସର୍ବାଧିକ ୮୮.୮୩%, ବାଣିଜ୍ୟରେ ବିଜେବି କଲେଜ ସର୍ବାଧିକ ୭୮.୨% ଓ କଳାରେ କେନ୍ଦୁଝର ଘଷିପୁରାର ସାଇଁକୁଳ କଲେଜ ପକ୍ଷରୁ ସର୍ବାଧିକ ୭୮.୬୭% କଟ୍ ଅଫ ମାର୍କ ରହିଛି। ସେହିଭଳି ଧନ୍ଦାମୂଳକ ଶିକ୍ଷାରେ ବାଳକାଟିର ସରକାରୀ ଭୋକେସନାଲ ମାଧ୍ୟମିକ ସ୍କୁଲରେ ସର୍ବାଧିକ ୮୫ ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି।

ଛାତ୍ରଛାତ୍ରୀମାନେ www.samsodisha.gov.in ୱେବସାଇଟ୍‌ରେ ନିଜର କଟ୍ ଅଫ୍ ମାର୍କ ଦେଖିପାରିବେ। ପ୍ରଥମ ମେଧା ତାଲିକା ଅନୁଯାୟୀ ନାମଲେଖା ଆସନ୍ତା ଜୁଲାଇ ୨ରୁ ଆରମ୍ଭ ହୋଇ ୫ ତାରିଖରେ ଶେଷ ହେବ।  ଦ୍ୱିତୀୟ କଟ୍ ଅଫ ମାର୍କ ଜୁଲାଇ ୧୦ରେ ବାହାରିବ। ଜୁଲାଇ ୧୬ରେ ସ୍ପଟ୍ ମେରିଟ୍ ତାଲିକା ପ୍ରକାଶ ପାଇବ। ଯାହାର ପଞ୍ଜୀକରଣ ୧୮ରେ ହେବ।

ସେହିଦିନ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ୧୯ରେ। ଜୁଲାଇ ୨୪ରୁ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ। ଚଳିତ ବର୍ଷ ଯୁକ୍ତ ଦୁଇରେ ନାମଲେଖା ପାଇଁ ରାଜ୍ୟର ମୋଟ ୩ ଲକ୍ଷ ୭୬ ହଜାର ୪୧୦ ପିଲା ଆବେଦନ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ଲକ୍ଷ ୪୧ ହଜାର ୯୨୭ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି।

Related story