ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି। କଳା, ବିଜ୍ଞାନ ଓ ବାଣିଜ୍ୟରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ପରୀକ୍ଷା ଦେଉଛନ୍ତି। ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ଜାନୁଆରୀ ୨୫ ତାରିଖରୁ ଏହି ପରୀକ୍ଷା ଆରମ୍ଭ ହେବାର ଥିଲା। କିନ୍ତୁ କୁନ୍ଦୁଲି ପୀଡ଼ିତାଙ୍କ ପାଇଁ କଂଗ୍ରେସ ଓ ବିଜେପିର ଓଡ଼ିଶା ବନ୍ଦ ପାଳନ ଯୋଗୁଁ ଏହି ପରୀକ୍ଷାକୁ ଘୁଞ୍ଚାଯାଇଥିଲା।

ସେହିପରି ମାର୍ଚ୍ଚ ୬ରୁ ଥିଓରୀ ପରୀକ୍ଷା ଆରମ୍ଭ ହେବ।