ପ୍ରକାଶ ପାଇଲା + ୨ ରେଜଲ୍ଟ: ବିଜ୍ଞାନରେ ୯୪.୧୨% ଓ ବାଣିଜ୍ୟରେ ୮୯.୨୦% ପାସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଛି +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ବିଜ୍ଞାନରେ ୯୪.୧୨ ପ୍ରତିଶତ ଓ ବାଣିଜ୍ୟରେ ୮୯.୨୦ ପ୍ରତିଶତ ରେଜଲ୍‌ଟ ହୋଇଛି। ଏଥର ଝିଅମାନେ ବାଜି ମାରିନେଇଛନ୍ତି। ପୁଅଙ୍କୁ ପଛରେ ପକାଇ ଝିଅମାନେ ଆଗରେ ରହିଛନ୍ତି। ପରୀକ୍ଷାଫଳ WWW.orissaresults.nic.in ଓ SAMS e space  ୱେବସାଇଟ୍‌ରେ ଉପଲବ୍ଧ ହେଉଛି। […]

Plus-two

Plus-two

Manoranjan Sial
  • Published: Wednesday, 27 July 2022
  • Updated: 27 July 2022, 08:06 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଛି +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ବିଜ୍ଞାନରେ ୯୪.୧୨ ପ୍ରତିଶତ ଓ ବାଣିଜ୍ୟରେ ୮୯.୨୦ ପ୍ରତିଶତ ରେଜଲ୍‌ଟ ହୋଇଛି। ଏଥର ଝିଅମାନେ ବାଜି ମାରିନେଇଛନ୍ତି। ପୁଅଙ୍କୁ ପଛରେ ପକାଇ ଝିଅମାନେ ଆଗରେ ରହିଛନ୍ତି।

ପରୀକ୍ଷାଫଳ WWW.orissaresults.nic.in ଓ SAMS e space  ୱେବସାଇଟ୍‌ରେ ଉପଲବ୍ଧ ହେଉଛି। ଏଥିସହିତ ସ୍କୁଲରେ ପରୀକ୍ଷାଫଳ ଜାଣିବା ପାରିବେ। ଚଳିତବର୍ଷ ୮୭୭୭ ଜଣ ପିଲା ଫର୍ମପୂରଣ କରିଥିଲେ। ସେଥିରୁ ରେଗୁଲା ଥିଲେ ୭୪୫୧। ଏକ୍ସ ରେଗୁଲାର ଥିଲେ ୩୫୫୬ ଜଣ ଛାତ୍ରଛାତ୍ର। ତେବେ ରେଗୁଲାରରେ ୭୩୭୭୧ ଓ ଏକ୍ସ ରେଗୁଲାରରେ ୨୮୩୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମୋଟ୍‌ ୭୨୧୦୬ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ବିଜ୍ଞାନରେ ୯୪.୧୨% ରେଜଲ୍ଟ ହୋଇଛି। ରେଗୁଲାରରେ ୭୦୯୧୮ ପାସ୍‌ କରିଥିବା ବେଳେ ଏକ୍ସ ରେଗୁଲାରରେ ୧୧୮୮ ଜଣ ପାସ୍‌ କରିଛନ୍ତି। ୫୦୧୫୭ ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ବେଳେ 2nd କ୍ଲାସ୍‌ରେ ୧୪୧୯୨, 3rd କ୍ଲାସରେ ୬୯୧୦ ଜଣ ପାସ୍‌ କରିଛନ୍ତି। ୪୫, ୫୮୭ ବାଳକ ପାସ୍‌ କରିଥିବା ବେଳେ ୯୩.୮୦% ରହିଛି। ଠିକ୍‌ ସେହିପରି ୩୨, ୫୧୯  ବାଳିକା ପାସ୍‌ କରିଥିବା ବେଳେ ୯୪.୫୨% ରହିଛି। ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୧୧୨୪ ଛାତ୍ରଛାତ୍ରୀ। ୩୯୩ଟି ଉଚ୍ଚ ମାଧ୍ୟମିକ ସ୍କୁଲର ଶତପ୍ରତିଶତ ପିଲା ପାସ୍ କରିଛନ୍ତି। ନୟାଗଡ଼ରେ ସର୍ବାଧିକ ୯୯.୧୧%, କନ୍ଧମାଳରେ ସର୍ବନିମ୍ନ ୭୬.୮୧% ପିଲା ପାସ୍ କରିଛନ୍ତି।

ସେହିପରି ଚଳିତବର୍ଷ ବାଣିଜ୍ୟରେ ୨୩, ୭୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ୨୧, ୧୬୫ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପାସ୍‌ହାର ୮୯.୨୦% ରହିଛି। ପ୍ରଥମ ଶ୍ରେଣୀରେ ମୋଟ ୧୦, ୮୬୩ ପିଲା ପାସ୍ କରିଛନ୍ତି। ଦ୍ୱିତୀୟ ଶ୍ରେଣୀରେ ୫୦୫୩ ଓ ତୃତୀୟ ଶ୍ରେଣୀରେ ୫୨୪୨ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ବାଳକ ପାସ୍ ହାର ୮୮.୩୨% ରହିଥିବା ବେଳେ ବାଳିକା ପାସ୍ ହାର ୯୦.୭୧% ରହିଛି। ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ୨୭୩ ଛାତ୍ରଛାତ୍ରୀ। ୧୩୪ ଉଚ୍ଚ ମାଧ୍ୟମିକ ସ୍କୁଲର ୧୦୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ବୌଦ୍ଧ ସର୍ବାଧିକ ୧୦୦%, ଦେବଗଡ଼ ସର୍ବନିମ୍ନ ୬୧.୫୩% ପାସ୍ କରିଛନ୍ତି।

ଚଳିତ ବର୍ଷ ରାଜ୍ୟର ୧୧ଶହ ୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୩ ଲକ୍ଷ ୨୧ ହଜାର ୫୦୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରେ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଜଣ ଥିବାବେଳେ ବିଜ୍ଞାନରେ ୭୮ ହଜାର ୭୩, ବାଣିଜ୍ୟରେ ୨୪ ହଜାର ୧୩୬ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ଅଛନ୍ତି। ଚଳିତ ବର୍ଷ ମୂଲ୍ୟାୟନ ନିମନ୍ତେ ଦୁଇ ପ୍ରକାର ପଦ୍ଧତି ଆପଣାଯାଇଥିଲା। ଯେଉଁଥିରେ ପିଲାମାନଙ୍କ ମାର୍କ ଅଧିକ ହେବ, ତାକୁ ସଂପୃକ୍ତ ବିଷୟର ଚୁଡାନ୍ତ ମାର୍କ ଭାବେ ବିଚାର କରାଯାଇଛି। ମହାମାରୀ ପାଇଁ ଲଗାତର ୨ବର୍ଷ ଧରି ଅନଲାଇନ ପରୀକ୍ଷା ପରେ ଏଥର ଅଫଲାଇନ ପରୀକ୍ଷା ଦେଇଥିଲେ ଛାତ୍ରୀଛାତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos