ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ, କମିଲା ପାସ୍ ହାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ପାସ୍ ହାର ୭୨.୩୩% ରହିଛି, ଯାହା ଗତ ବର୍ଷ ତୁଳନା ୪.୬୫% କମ୍। ଚଳିତ ବର୍ଷ ୯୭, ୭୫୦ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନରେ ପରୀକ୍ଷା ଦେଇଥିବା ବେଳେ ୭୦, ୭୦୬ ଜଣ ପାସ୍ କରିଛନ୍ତି।  ପାସ୍ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୪୦, ୦୫୮ ଛାତ୍ର ଥିବା ବେଳେ ୩୦, ୬୪୮ ଛାତ୍ରୀ ଅଛନ୍ତି। ୨୦, ୮୦୬ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ […]

plustworesult

Jitendra Garnayak
  • Published: Monday, 03 June 2019
  • , Updated: 03 June 2019, 02:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ପାସ୍ ହାର ୭୨.୩୩% ରହିଛି, ଯାହା ଗତ ବର୍ଷ ତୁଳନା ୪.୬୫% କମ୍।

ଚଳିତ ବର୍ଷ ୯୭, ୭୫୦ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନରେ ପରୀକ୍ଷା ଦେଇଥିବା ବେଳେ ୭୦, ୭୦୬ ଜଣ ପାସ୍ କରିଛନ୍ତି।  ପାସ୍ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୪୦, ୦୫୮ ଛାତ୍ର ଥିବା ବେଳେ ୩୦, ୬୪୮ ଛାତ୍ରୀ ଅଛନ୍ତି।

୨୦, ୮୦୬ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୨୩, ୯୦୪ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୨୫, ୩୬୦ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ୬୦ ଜଣ ଛାତ୍ରଛାତ୍ରୀ ୯୦% ବା ତା’ଠୁ ଅଧିକ ନମ୍ବର ରଖିଛନ୍ତି।

ବାଲେଶ୍ୱରର ପାସ୍‌ ହାର ସର୍ବାଧିକ ୮୬.୫୬% ରହିଥିବା ବେଳେ ଗଜପତିରେ ଏହା ସର୍ବନିମ୍ନ ୩୬.୨୦% ରହିଛି। ଗତବର୍ଷ ମଧ୍ୟ ଗଜପତିରେ ପାସ୍ ହାର ସର୍ବନିମ୍ନ ଥିଲା।

୨୯ଟି କଲେଜରେ ସମସ୍ତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ୯ଟି କଲେଜରେ କୌଣସି ଛାତ୍ରଛାତ୍ରୀ ପାସ୍ କରିନାହାନ୍ତି। ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ଏହି ସବୁ କଲେଜ ଗୁଡ଼ିକରେ କାହିଁକି ଜଣେ ହେଲେ ବି ପରୀକ୍ଷାର୍ଥୀ ପାସ୍ କରି ପାରିଲେନି, ତା’ର ଅନୁଧ୍ୟାନ କରାଯିବ। ତା’ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରି-ଆଡିସନ୍ ବା ରି-ଚେକିଂ ପାଇଁ ଛାତ୍ରଛାତ୍ରୀମାନେ ୧୫ ଦିନ ମଧ୍ୟରେ ଆବେଦନ କରିପାରିବେ। ସେହିପରି ଜୁନ୍ ୧୭ ତାରିଖ ସୁଦ୍ଧା କଲେଜ୍‌ରେ ପ୍ରୋଭିଜ୍‌ନାଲ୍ ସାର୍ଟିଫିକେଟ୍ ମିଳିବ ବୋଲି ରାଜ୍ୟ ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ କୁହାଯାଇଛି।

www.chseodisha.nic.in ଓ http://orissaresults.nic.in ୱେବସାଇଟ୍ ରେଜଲ୍ଟ ଉପଲବ୍ଧ ହେଉଥିବା ବେଳେ କମ୍ପାର୍ଟମେଣ୍ଟାଲ୍‌ରେ ୬୩୬ ପରୀକ୍ଷାର୍ଥୀ ପାସ୍ କରିଛନ୍ତି।

ଆଜି ରାଜଧାନୀ ଭୁବନେଶ୍ୱରର ଜୟଦେବ ଭବନର ଗୀତଗୋବିନ୍ଦ ଅଡିଟୋରିୟମ୍‌ରେ ମଧ୍ୟାହ୍ନ ୧୨ଟା ବେଳେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୀକ୍ଷା ଫଳ ପ୍ରକାଶ କରିଥିଲେ। ଗତବର୍ଷ ତୁଳନାରେ ଏଥର ୧୫ ଦିନ ବିଳମ୍ବରେ ଫଳ ପ୍ରକାଶ ପାଇଛି। ଗତବର୍ଷ ମେ’ ୧୯ରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏଥର ସାଧାରଣ ନିର୍ବାଚନ, ‘ଫୋନି’ ଓ ମୂଲ୍ୟାୟନକାରୀଙ୍କ ଅଭାବ ଯୋଗୁ ଏଥର ରେଜଲ୍ଟ ବିଳମ୍ବରେ ପ୍ରକାଶ ପାଇଛି।

ଗତବର୍ଷ ମୋଟ ୯୫ ହଜାର ୯୬ ଜଣ ଛାତ୍ରଛାତ୍ରୀ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଇଥିଲେ। ସେଥିରୁ ୭୩ ହଜାର ୨୧୧ ଛାତ୍ରଛାତ୍ରୀ ପାସ୍ କରିଥିଲେ। ପାସ୍ ହାର ୭୬.୯୮% ରହିଥିଲା। ୪୨ ହଜାର ୮୮୬ ଜଣ ଛାତ୍ର ପାସ୍ କରିଥିବା ବେଳେ ୩୦ ହଜାର ୩୨୫ ଛାତ୍ରୀ ପାସ୍ କରିଥିଲେ। ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୯୨.୨୩ ପ୍ରତିଶତ ପିଲା ପାସ୍ କରିଥିବା ବେଳେ ଗଜପତି ଜିଲ୍ଲାରେ ସର୍ବନିମ୍ନ ୪୩.୪୩ ପ୍ରତିଶତ ପାସ୍ କରିଥିଲେ।

Related story