ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଜ ଟ୍ୱିଟର ଆକାଉଣ୍ଟରେ ପୁରୀ ଆସିଥିବା ବେଳର ଫଟୋ ପୋଷ୍ଟ କରି ସେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଫଟୋ ଉପରେ ଅଭିନନ୍ଦନ ବାର୍ତ୍ତା ଓଡ଼ିଆରେ ଲେଖାଯାଇଛି। ତଳେ ତାଙ୍କ ସ୍ୱାକ୍ଷର ରହିଛି।  ଏଥିରେ ସେ ଉଲ୍ଲେଖ କରିଛନ୍ତି, ଓଡ଼ିଶା ହେଉଛି ସମୃଦ୍ଧ ଇତିହାସ ଓ ସଂସ୍କୃତିର ଭୂମି। ଓଡ଼ିଶାର ଜନସାଧାରଣ କଠିନ ପରିଶ୍ରମୀ ଏବଂ ସେମାନେ ବିଭିନ୍ନ କ୍ଷେତ୍ରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଆସିଛନ୍ତି। […]

pm

Rakesh Mallick
  • Published: Saturday, 01 April 2017
  • , Updated: 01 April 2017, 11:23 PM IST

ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଜ ଟ୍ୱିଟର ଆକାଉଣ୍ଟରେ ପୁରୀ ଆସିଥିବା ବେଳର ଫଟୋ ପୋଷ୍ଟ କରି ସେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଫଟୋ ଉପରେ ଅଭିନନ୍ଦନ ବାର୍ତ୍ତା ଓଡ଼ିଆରେ ଲେଖାଯାଇଛି। ତଳେ ତାଙ୍କ ସ୍ୱାକ୍ଷର ରହିଛି।  ଏଥିରେ ସେ ଉଲ୍ଲେଖ କରିଛନ୍ତି, ଓଡ଼ିଶା ହେଉଛି ସମୃଦ୍ଧ ଇତିହାସ ଓ ସଂସ୍କୃତିର ଭୂମି। ଓଡ଼ିଶାର ଜନସାଧାରଣ କଠିନ ପରିଶ୍ରମୀ ଏବଂ ସେମାନେ ବିଭିନ୍ନ କ୍ଷେତ୍ରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଆସିଛନ୍ତି। ଓଡ଼ିଶାର ଉଜ୍ଜଳ ଭବିଷ୍ୟତ ଓ ପ୍ରଗତି ପାଇଁ ପ୍ରାର୍ଥନା କରୁଛି।

https://twitter.com/narendramodi/status/847984391351525376

Related story