କେନ୍ଦ୍ରାପଡ଼ାରେ ବିଜେପିର ମିଶ୍ରଣ ପର୍ବ ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ଧର୍ମେନ୍ଦ୍ରଙ୍କ ପୋଷ୍ଟର ପୋଡ଼ି

କେନ୍ଦ୍ରାପଡ଼ା: ଆଜି କେନ୍ଦ୍ରାପଡ଼ାରେ ବିଜେପିର ମିଶ୍ରଣ ପର୍ବ। ଏହା ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ପୋଷ୍ଟର ଓ ବ୍ୟାନର କିଛି ସ୍ଥାନରେ ଚିରାଯିବା ସହ ପୋଡ଼ି ଦିଆଯାଇଥିବା ଦେଖିବାକୁ ମିଳିଛି।  ପୁରୁଣା ବସ୍‌ଷ୍ଟାଣ୍ଡ ଓ ଇଭିନିଂ କଲେଜ ଆଗରେ ପୋଷ୍ଟର ପୋଡ଼ାଯାଇଥିବା ଦେଖିବାକୁ ମିଳିଛି।  ସହରରେ ଅନ୍ୟସ୍ଥାନରେ ମଧ୍ୟ ହୋଡିଂ ଭଙ୍ଗାଯାଇଥିବା ଅଭିଯୋଗ ହୋଇଛି।  ଏନେଇ ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।

ଆଜି ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ। ତାଙ୍କ ଉପସ୍ଥିତିରେ ଅନ୍ୟ ଦଳର କିଛି ନେତା ବିଜେପିର ମିଶିବା ନେଇ କାର୍ଯ୍ୟକ୍ରମ ରହିଛି।