ପୁଅକୁ ସିଆରପିଏଫ୍‌ରେ ଭର୍ତ୍ତି କରିବାକୁ ନିଷ୍ପତ୍ତି ନେଇଥିବାରୁ ସହିଦ ପ୍ରସନ୍ନ ସାହୁଙ୍କ ପତ୍ନୀଙ୍କୁ ମୋଦିଙ୍କ ପ୍ରଶଂସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ୫୩ତମ ମନ କି ବାତ୍‌ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି ।  ଦୂରଦର୍ଶନ ଓ ଆକାଶବାଣୀରେ ପ୍ରସାରିତ ମନ୍ କି ବାତରେ ମୋଦି ପୁଲଓ୍ୱାମା ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ଏହାସହ ଭାରତୀୟ ସୁରକ୍ଷାକର୍ମୀଙ୍କ ବୀରତା ଓ ସ୍ପର୍ଦ୍ଧାର ଗାଥା ଗାଇଛନ୍ତି ମୋଦି। ଆକ୍ରମଣକାରୀଙ୍କୁ ଉପଯୁକ୍ତ ଜବାବ ଦେଇ ସେନା ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିବା ମୋଦି କହିଛନ୍ତି । ସେହିପରି ଆକ୍ରମଣରେ ସହିଦ ଯବାନଙ୍କ ପରିବାର ଲୋକଙ୍କ […]

790

Tapas Behera
  • Published: Sunday, 24 February 2019
  • , Updated: 24 February 2019, 04:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ୫୩ତମ ମନ କି ବାତ୍‌ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି ।  ଦୂରଦର୍ଶନ ଓ ଆକାଶବାଣୀରେ ପ୍ରସାରିତ ମନ୍ କି ବାତରେ ମୋଦି ପୁଲଓ୍ୱାମା ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ଏହାସହ ଭାରତୀୟ ସୁରକ୍ଷାକର୍ମୀଙ୍କ ବୀରତା ଓ ସ୍ପର୍ଦ୍ଧାର ଗାଥା ଗାଇଛନ୍ତି ମୋଦି। ଆକ୍ରମଣକାରୀଙ୍କୁ ଉପଯୁକ୍ତ ଜବାବ ଦେଇ ସେନା ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିବା ମୋଦି କହିଛନ୍ତି ।

ସେହିପରି ଆକ୍ରମଣରେ ସହିଦ ଯବାନଙ୍କ ପରିବାର ଲୋକଙ୍କ ସାହସକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଜଗତସିଂହପୁରର ସହିଦ ପ୍ରସନ୍ନ ସାହୁଙ୍କ ପତ୍ନୀ ମୀନାଙ୍କ ପ୍ରେରଣାକୁ ଶତପ୍ରଣାମ କରିଛନ୍ତି । ମୀନା ନିଜ ପୁଅଙ୍କୁ ସିଆରପିଏଫ୍‌ରେ ଭର୍ତ୍ତି କରିବା ଲାଗି ପଣ କରିଥିବାରୁ ତାଙ୍କୁ ମୋଦି ପ୍ରଶଂସା କରିଥିଲେ।

Related story