ପିଏମ୍‌ଏୱାଇରେ ଅନିୟମିତତା: ଆବେଦନ ନ କରିବି ହିତାଧିକାରୀ ତାଲିକାରେ ନାଁ, ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏୱାଇ)ରେ ପକ୍କାଘର ପାଇବା ଆଶା ଆଶାରେ ରହିଯାଇଛି ବାଲେଶ୍ୱର ପୌର ପରିଷଦ ମାନସିଂ ବଜାରରେ ରହୁଥିବା ଶାନ୍ତି ବେହେରାଙ୍କର। କାରଣ ଆବେଦନ କରିବାର ଦୀର୍ଘ ଦିନ ପରେ ବି ସରକାର ପ୍ରସ୍ତୁତ କରିଥିବା ଗରିବଙ୍କ ତାଲିକାରେ ନାହିଁ ତାଙ୍କ ନାଁ। ତେଣୁ ସେ ଏହି ଯୋଜନାରୁ ବାଦ୍‌ ପଡିଛନ୍ତି। ଏହିପରି ସମାନ ଦଶା ଭୋଗିଛନ୍ତି ଏହି ଅଞ୍ଚଳର ବହୁ ଗରିବ ପରିବାର। ଆବେଦନ କରିଥିଲେ ମଧ୍ୟ ହିତାଧିକାରୀ ତାଲିକାରେ ନାହିଁ ଏହି ଗରିବ […]

pmay yoyana

Rakesh Mallick
  • Published: Monday, 15 August 2016
  • , Updated: 15 August 2016, 09:01 PM IST

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏୱାଇ)ରେ ପକ୍କାଘର ପାଇବା ଆଶା ଆଶାରେ ରହିଯାଇଛି ବାଲେଶ୍ୱର ପୌର ପରିଷଦ ମାନସିଂ ବଜାରରେ ରହୁଥିବା ଶାନ୍ତି ବେହେରାଙ୍କର। କାରଣ ଆବେଦନ କରିବାର ଦୀର୍ଘ ଦିନ ପରେ ବି ସରକାର ପ୍ରସ୍ତୁତ କରିଥିବା ଗରିବଙ୍କ ତାଲିକାରେ ନାହିଁ ତାଙ୍କ ନାଁ। ତେଣୁ ସେ ଏହି ଯୋଜନାରୁ ବାଦ୍‌ ପଡିଛନ୍ତି। ଏହିପରି ସମାନ ଦଶା ଭୋଗିଛନ୍ତି ଏହି ଅଞ୍ଚଳର ବହୁ ଗରିବ ପରିବାର। ଆବେଦନ କରିଥିଲେ ମଧ୍ୟ ହିତାଧିକାରୀ ତାଲିକାରେ ନାହିଁ ଏହି ଗରିବ ଶ୍ରେଣୀରେ ବସବାସ କରୁଥିବା ହତାଧିକାରୀ। ଗୋଟିଏ ପଟେ ଗରିବ ପରିବାର ଆବେଦନ କରି ଏହି ଯୋଜନାରେ ସାମିଲ ହୋଇ ନ ଥିବା ବେଳେ ଅନ୍ୟପଟେ କିଛି ଲୋକ ଆବେଦନ ନ କରି ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇ ପକ୍କାଘର ପାଇବାରେ ସକ୍ଷମ ହୋଇଛନ୍ତି। ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ଚିଠିରେ ଏହା ସ୍ପଷ୍ଟ ହୋଇଛି। ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦେଇ ଅଯୋଗ୍ୟଙ୍କୁ ସାମିଲ କରି ବଡ଼ ଧରଣର ଘୋଟଲା କରିଛନ୍ତି କିଛି ସରକାରୀ କର୍ମଚାରୀ। ଏନେଇ ପ୍ରମାଣ ମିଳିବା ପରେ ନଗର ଉନ୍ନୟନ ବିଭାଗର ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ପୁଣି ଥରେ ଯାଞ୍ଚ କରି ସଠିକ୍‌ ହିତାଧିକାରୀଙ୍କ ତାଲିକା ୨୦ ତାରିଖ ମଧ୍ୟରେ ପଠାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗାଇଡ ଲାଇନ୍‌ ଅନୁସାରେ ହିତାଧିକାରୀ ଚୟନର ସଂପୂର୍ଣ୍ଣ ଡିପିଆର ଅଗଷ୍ଟ ୬ ତାରିଖ ଭିତରେ ପଠାଇବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା। ପୌରସଂସ୍ଥାର ତାଲିକାକୁ ଅନେକ ଜିଲ୍ଲା ପଠାଇବା ପରେ ଏହା ରାଜ୍ୟସ୍ତରୀୟ ଅନୁମୋଦନ କମିଟିର ସ୍ୱୀକୃତି ବି ପାଇଥିଲା।  ତେବେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବା ପୂର୍ବରୁ କିଛି ସ୍ଥାନର ହିତାଧିକାରୀଙ୍କ ତାଲିକା ଯାଞ୍ଚ ବେଳେ ବିଭାଗ ବାଉଳା ହୋଇଯାଇଛି।

ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି,“ଜିଲ୍ଲାରୁ ଆମେ ୫୦୦ ଜଣ ହିତାଧିକାରୀଙ୍କ ନାମ ସରକାରଙ୍କ ନିକଟକୁ ପଠାଇଛୁ। ଅନିୟମିତତା ହୋଇଥିବା ଜଣା ପଡିବା ପରେ ଆମେ ପୁଣି ଥରେ ପରୀକ୍ଷା କରୁଛୁ। ଯଦି ଅନିୟମିତତା ହୋଇଥିବା ଜଣାପଡ଼େ ତା’ହେଲେ ଆମେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦେଇ ସରକାରଙ୍କ ନିକଟକୁ ନୂଆ ତାଲିକା ପଠାଇବୁ। ସରକାରଙ୍କ ନିକଟକୁ ପଠାଯାଇଥିବା ତାଲିକାକୁ ଯାଞ୍ଚ କଲା ପରେ ଜଣାପଡ଼ିବ କେତେ ଲୋକ ଚଞ୍ଚକତା କରି ଏହି ଯୋଜନାରୁ ସୁବିଧା ନେବାକୁ ଚାହିଁଥିଲେ।”

ସହରାଞ୍ଚଳରେ ରହୁଥିବା ଆର୍ଥିକ ଅନଗ୍ରସର ଲୋକଙ୍କୁ ଶସ୍ତାରେ ଘର ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମିଶାଇ ରାଜ୍ୟ ସରକାର ଗତ ବର୍ଷ ଅକ୍ଟୋବରରୁ ଆବାସ ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସବୁ ମହାନଗର ନିଗମ ଓ ପୌରଞ୍ଚଳକୁ ଏଥିରେ ସାମିଲ କରାଯାଇଛି। ଏହି ଯୋଜନାରେ ପ୍ରତି ଘର ପାଇଁ ୬ରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନା ମୁତାବକ କେନ୍ଦ୍ର ସରକାର ଦେଢ ଲକ୍ଷ ଟଙ୍କା ଦେଉଥିବା ବେଳେ ହିତାଧିକାରୀ ଦେବେ ଦେଢ ଲକ୍ଷ ଓ ବାକି ଅର୍ଥ ରାଜ୍ୟ ସରକାର ବହନ କରିବେ। ତେବେ ଯୋଜନା ଆରମ୍ଭ ହେବା ପୂର୍ବରୁ ହିତାଧିକାରୀ ଚୟନରେ ଅନିୟମିତତା ଦୃଷ୍ଟିକୁ ଆସିଛି।

Related story