ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗରେ ଜୁଏଲ୍-ରମେଶ ମଧ୍ୟରେ ଲାଗିଛି ଚିଠି ଯୁଦ୍ଧ। ଏହି ପ୍ରସଙ୍ଗରେ ମନ୍ତ୍ରୀ ରମେଶ ମାଝୀ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମଙ୍କୁ ଦେଇଥିବା ଚିଠିର କଡ଼ା ପ୍ରତିକ୍ରିୟା ରଖିଛନ୍ତି ଜୁଏଲ୍। କହିଛନ୍ତି ପୋଲାଭରମ୍ ପ୍ରକଳ୍ପ ପ୍ରାଧିକରଣକୁ ଦିଆଯାଇଥିବା ତଥ୍ୟ ‌ଆଧାରରେ ସେ ଗୃହରେ ଉତ୍ତର ରଖିଥିଲେ। ଯେଉଁ ତଥ୍ୟକୁ ଆଧାର କରି ରାଜ୍ୟ ସରକାର ରାଜନୀତି କରୁଛନ୍ତି।ସେଇ ତଥ୍ୟକୁ ପୋଲାଭରମ୍ ପ୍ରକଳ୍ପ ପ୍ରାଧିକରଣକୁ ଦିଆଯାଇ ନ ଥିବା ସ୍ପଷ୍ଟ ଜଣାପଡୁଛି। ତଥ୍ୟ ନ ରଖି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ଓ ବିଜେଡି ହୀନ ରାଜନୀତିର ଅପଚେଷ୍ଟା କରୁଛନ୍ତି ବୋଲି ଜୁଏଲ୍ ଲେଖିଛନ୍ତି। ଏଥିସହ ରାଜ୍ୟ ସରକାର ପୋଲାଭରମ୍ କ୍ଷତିଗ୍ରସ୍ତଙ୍କ ସମ୍ପର୍କିତ ତଥ୍ୟ କେବେ ଏବଂ କେଉଁ ଭାବେ ଆନ୍ଧ୍ର ସରକାର କିମ୍ବା ପୋଲାଭରମ୍ ପ୍ରକଳ୍ପ ପ୍ରାଧିକରଣକୁ ଦେଇଛନ୍ତି ତାର ସବିଶେଷ ତଥ୍ୟ ଦେବାକୁ ଜୁଏଲ୍, ରମେଶଙ୍କୁ ଆହ୍ୱାନ କରିଛନ୍ତି।</p> <p>ସଂସଦରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ରଖିଥିବା ତଥ୍ୟକୁ ନେଇ ସୋମବାର ଜୁଏଲଙ୍କୁ ଚିଠି ଲେଖିବା ସହ ତାଙ୍କ ଉପରେ ଧୁମ୍ ବର୍ଷିଥିଲେ ମନ୍ତ୍ରୀ ରମେଶ ମାଝୀ। ପୂର୍ବ ମତକୁ ବଦଳାଇ ପୋଲାଭରମ୍ ଯୋଗୁଁ ଓଡ଼ିଶାର କିଛି କ୍ଷତି ହେବ ନାହିଁ ବୋଲି ଜୁଏଲ୍ ସଂସଦରେ କହିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ ରମେଶ। ଗତକାଲି ରମେଶଙ୍କ ଏଇ ଚିଠର ପାଲଟା ଜବାବ ରଖିଛନ୍ତି ଜୁଏଲ।</p> <p>&nbsp;</p> <p>&nbsp;</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।