ଆଠଗଡ଼(ନୀଳକଣ୍ଠ ଦୋରା): ମଦ ବେପାରୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଥିବା ଅଭିଯୋଗରେ ଗତକାଲି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କୁଷ୍ପଙ୍ଗି ଗ୍ରାମବାସୀ ପୁଲିସ୍କୁ ଘେରିଥିଲେ । ଗାଁରେ ମଦ ବେପାର ସମ୍ପୂର୍ଣ୍ଣ ବନ୍ଦ କରିବା ଓ ମଦବେପାରିଙ୍କୁ ଗିରଫ କରିବା ପାଇଁ ଗ୍ରାମବାସୀ ଦୀର୍ଘ ଦିନ ହେଲା ଦାବୀ କରିଆସୁଥିଲେ ମଧ୍ୟ ପୁଲିସ୍ ଏହାକୁ କର୍ଣ୍ଣପାତ କରୁ ନ ଥିଲା।
ଗତକାଲି ଗୁରୁଡ଼ିଝାଟିଆ ପୁଲିସ୍ ଗାଁରୁ ୪ଜଣ ମଦବେପାରିଙ୍କୁ ଉଠାଇ ନେଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଜଣଙ୍କୁ ଛାଡ଼ି ଦେଇଥିଲା। ସେହି ବେପାରୀଜଣଙ୍କ ଗାଁରେ ପୁନର୍ବାର ମଦ ବିକିବା ସହିତ ଗାଁ ଲୋକଙ୍କୁ ଗାଳିଗୁଲଜ କରିଥିଲେ। ଫଳରେ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ସମାଧାନ କରିବାକୁ ଯାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଦୀର୍ଘ ସମୟ ଧରି ପୁଲିସ୍କୁ ଘେରି ରହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିବାଦ କରିବାରୁ ଛୁରା ମାଡ଼
ନାବାଳିକାଜଣକ ପ୍ରତିବାଦ କରିବାରୁ ଯୁବକ ପାଲଟିଗଲେ ପିଶାଚ। ରକ୍ତମୁଖା ପାଲଟି ଏକ ଛୁରୀରେ ନାବାଳିକାଙ୍କୁ ଏକାଧିକ ଥର କଲେ ଛୁରା ମାଡ଼ ।
Accident
ଟ୍ରକକୁ ପିଟିଲା କୋର୍ଟ ଭ୍ୟାନ୍, ପୁଲିସ୍ ଓ ମୁଦାଲା ଆହତ
ଟ୍ରକକୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍ । ଏଥିରେ କୋର୍ଟ ଭ୍ୟାନ୍ର ସମ୍ମୁଖ କାଚ ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।
Miscellaneous
ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି
୪୫ରୁ ୬୫ ବର୍ଷ ବୟସର ପ୍ରବାସୀ ଭାରତୀୟଙ୍କୁ ନେଇ ଦେଶର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବୁଲିବ ପ୍ରବାସୀ ଭାରତୀୟ ଏକ୍ସପ୍ରେସ। ଟ୍ରେନର ସର୍ବାଧିକ ଯାତ୍ରୀ କ୍ଷମତା ହେଉଛି ୧୫୬, ଯାତ୍ରାର ସମୟ ଅବଧି ୩ ସପ୍ତାହ।
Crime
ନକଲି ସୁନା ଦେଇ ଲୁଟିବାକୁ ବସିଥିଲେ, ମାଡ଼ି ବସିଲା ପୁଲିସ୍
ଦେଖିବାକୁ ପୁରା ସୁନା ପରି ଚିକଚିକ୍ କରୁଥିଲା। ତିଳେ ବି ସନ୍ଦେହ ହେବାର ନ ଥିଲା। ଏପରି ନକଲି ସୁନା ଦେଇ ଅସଲି ଟଙ୍କା ଲୁଟିବାକୁ ବସିଥିଲା ଧୂର୍ତ୍ତ । ମାତ୍ର ତା’ ପୂର୍ବରୁ ମାଡ଼ି ବସିଲା ପୁଲିସ୍।
Events & Festivals
ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଓଡ଼ିଶାର ବିକାଶରେ ପ୍ରବାସୀ ସାମିଲ୍ ହୁଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୁଞ୍ଜିନିବେଶ କରିବାକୁ ଯେଉଁସବୁ ଆବଶ୍ୟକତା ଅଛି, ସେ ସବୁ ଓଡ଼ିଶାରେ ପୂରଣ ହେବ।