ହଠାତ୍‌ ଗାଁରେ ପହଞ୍ଚିଲା ପୁଲିସ୍‌ ଗାଡ଼ି

ବୌଦ୍ଧ (ଦୀପକ ଅଦର): ବିଳମ୍ୱିତ ରାତିରେ ଚାଲିଥିଲା ଗାଁରେ ଜୁଆଡି ଭିଡ୍‌। ରାତିର ତାତି ଯେତେ ବଢ଼ୁଥିଲା, ଜୁଆଡ଼ି ସେତେ ଜୋସ୍‌ ଖେଳକୁ ଆଗକୁ ନେଉଥିଲେ। ହଠାତ୍‌ ଗାଁରେ ପହଞ୍ଚିଲା ପୁଲିସ୍‌ ଗାଡ଼ି। ଜୁଆଡ଼ିମାନେ କିଛି ଭାବିବା ଆଗକୁ ସେମାନଙ୍କ ପାଖରେ ପହଞ୍ଚି ଯାଇଥିଲା ପୁଲିସ୍‌। ରାତି ଅନ୍ଧକାରର ସୁଯୋଗ ନେଇ କିଛି ଜୁଆଡ଼ି ଫେରାର ହୋଇଥିବା ବେଳେ ୫ ଜଣଙ୍କୁ କିନ୍ତୁ ମାଡ଼ି ବସିଥିଲା ପୁଲିସ୍‌। ଏପରି ଘଟଣା ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି। ଶୁକ୍ରବାର […]

Police

  • Published: Saturday, 17 September 2022
  • , Updated: 17 September 2022, 04:02 PM IST

ବୌଦ୍ଧ (ଦୀପକ ଅଦର): ବିଳମ୍ୱିତ ରାତିରେ ଚାଲିଥିଲା ଗାଁରେ ଜୁଆଡି ଭିଡ୍‌। ରାତିର ତାତି ଯେତେ ବଢ଼ୁଥିଲା, ଜୁଆଡ଼ି ସେତେ ଜୋସ୍‌ ଖେଳକୁ ଆଗକୁ ନେଉଥିଲେ। ହଠାତ୍‌ ଗାଁରେ ପହଞ୍ଚିଲା ପୁଲିସ୍‌ ଗାଡ଼ି। ଜୁଆଡ଼ିମାନେ କିଛି ଭାବିବା ଆଗକୁ ସେମାନଙ୍କ ପାଖରେ ପହଞ୍ଚି ଯାଇଥିଲା ପୁଲିସ୍‌। ରାତି ଅନ୍ଧକାରର ସୁଯୋଗ ନେଇ କିଛି ଜୁଆଡ଼ି ଫେରାର ହୋଇଥିବା ବେଳେ ୫ ଜଣଙ୍କୁ କିନ୍ତୁ ମାଡ଼ି ବସିଥିଲା ପୁଲିସ୍‌। ଏପରି ଘଟଣା ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି।

ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟା ହେବ। ବାଉଁଶୁଣୀ ଥାନା ଅଂଲପାଲି ରଜାବନ୍ଧ ନିକଟରେ ଜମିଥିଲା ଜୁଆଡ଼ିଙ୍କ ଭିଡ। ରାତିର ଅନ୍ଧକାର ଭିତରେ ଜୁଆଡ଼ିମାନେ ଜୁଆ ଖେଳରେ ମାତି ଯାଇଥିଲେ। ଆଉ ଲଗାଇଥିଲେ ଟଙ୍କା। କିଏ ଜିତୁଥିଲା ତ ଆଉ କିଏ ହାରୁଥିଲା। ତାହାରି ଭିତରେ ଜୁଆଡ଼ିମାନେ ମସ୍‌ଗୁଲ୍‌ ଥିବା ବେଳେ ହଠାତ୍‌ ଶୁଭିଲା ଗାଡ଼ିର ଶବ୍ଦ। ଅନ୍ଧକାର ରାତିରେ ଗାଡ଼ିର ଶବ୍ଦକୁ ହାଲ୍‌କା ଭାବେ ନେଇଥିଲେ ଜୁଆଡ଼ି। ଆଉ ଜୁଆ ଖେଳରେ ମାତି ଯାଇଥିଲେ।

[caption id="attachment_767101" align="aligncenter" width="650"] ଗିରଫ ହୋଇଥିବା ଜୁଆଡ଼ି[/caption]

ବାଉଁଶୁଣୀ ଥାନାର ଭାରପ୍ରପ୍ତ ଥାନ ଅଧିକାରୀ ସସ୍ମିତା ମଗରଙ୍କ ନେତୃତ୍ୱ ଯାଇଥିବା ଏକ ଟିମ୍‌ ଜୁଆ ଖେଳ ଉପରେ ଚଢ଼ଉ କରିଥିଲା। ପୁଲିସ୍‌କୁ ଦେଖି ଅନ୍ଧକାର ରାତିରେ କିଛି ଜୁଆଡ଼ି ପଳାଇ ଯାଇଥିଲେ। ହେଲେ ପୁଲିସ ସେଠାରେ ୫ ଜୁଆଡିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଏଥିସହ ସେଠାରୁ ୬୭୩୦ ଟଙ୍କା ଜବତ କରିଥିଲା। ଜୁଆରେ ବ୍ୟବହୃତ ବହୁ ସାମଗ୍ରୀ ଜବତ କରିଥିଲା ପୁଲିସ୍‌। ଗିରଫ ଅଭିଯୁକ୍ତମାନେ ହେଲେ ଆଁଲାପଳି ଗାଁର କୌସ୍ତୁଭ ମେହେର, କୌଶିକ ମେହେର, ଟିକେଶ୍ୱର ମିଶ୍ର ଓ ମହେଶ୍ୱର ପିଣ୍ଡା ଗ୍ରାମର ଉମେଶ ବେହେରା ଏବଂ ଭେଡେନ ସାହୁ। ତେବେ ଫେରାର ହୋଇଯାଇଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସୂଚନାରୁ ପ୍ରକାଶ, ଘରେ ଖାଇବାକୁ ନାହିଁ। ହେଲେ ଆଜିର ଯୁବ ସମାଜ ନିଶାରେ ପଡ଼ି ଜୁଆ ଖେଳରେ ମାତୁଛି। ଆଉ ନିଜର ସର୍ବସ୍ୱ ହରାଉଛି। ଏପରିକି କିଛି ବ୍ୟକ୍ତି ଘରର ଗହଣାକୁ ବନ୍ଧକ ରଖି ଜୁଆ ଖେଳୁଥିବାର ନଜିର ରହିଛି। ଏ ମାନସିକତା କେବେ ଦୂର ହେବ?

Related story