ଢିଙ୍କିଆ ଆନ୍ଦୋଳନର ନେତୃତ୍ୱ ନେଉଥିବା ଦେବେନ୍ଦ୍ର ସ୍ୱାଇଁ ଗିରଫ

ପାରାଦୀପ (ରମାକାନ୍ତ ନାୟକ): ପ୍ରସ୍ତାବିତ JSW ପ୍ରକଳ୍ପକୁ ବିରୋଧ କରି ଢିଙ୍କିଆରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁ ଗିରଫ କରିଛି ପୁଲିସ୍। ଜତସିଂହପୁର ଜିଲ୍ଲା ଅତିରିକ୍ତ ଏସ୍‌ପି ଉମେଶ ପଣ୍ଡା ଏହି ସୂଚନା ଦେଇଛନ୍ତି। ଆଜି ଢିଙ୍କିଆରେ ପାନ ବରଜ ଉଚ୍ଛେଦ କରାଯାଉଥିବା ବେଳେ ଏହାକୁ ବିରୋଧ କରିଥିଲେ ଗ୍ରାମବାସୀ। ସେମାନେ ପୁଲିସ୍‌ର ବାଟ ଓଗାଳିବାକୁ ଉଦ୍ୟମ କରିଥିଲେ। ଫଳରେ ପୁଲିସ୍ ସହିତ ସେମାନଙ୍କର ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା। ପୁଲିସ୍ […]

ASP

ASP

Jitendra Garnayak
  • Published: Friday, 14 January 2022
  • Updated: 14 January 2022, 04:55 PM IST

ପାରାଦୀପ (ରମାକାନ୍ତ ନାୟକ): ପ୍ରସ୍ତାବିତ JSW ପ୍ରକଳ୍ପକୁ ବିରୋଧ କରି ଢିଙ୍କିଆରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁ ଗିରଫ କରିଛି ପୁଲିସ୍। ଜତସିଂହପୁର ଜିଲ୍ଲା ଅତିରିକ୍ତ ଏସ୍‌ପି ଉମେଶ ପଣ୍ଡା ଏହି ସୂଚନା ଦେଇଛନ୍ତି।

ଆଜି ଢିଙ୍କିଆରେ ପାନ ବରଜ ଉଚ୍ଛେଦ କରାଯାଉଥିବା ବେଳେ ଏହାକୁ ବିରୋଧ କରିଥିଲେ ଗ୍ରାମବାସୀ। ସେମାନେ ପୁଲିସ୍‌ର ବାଟ ଓଗାଳିବାକୁ ଉଦ୍ୟମ କରିଥିଲେ। ଫଳରେ ପୁଲିସ୍ ସହିତ ସେମାନଙ୍କର ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା। ପୁଲିସ୍ ସେଠାରେ ଲାଠିଚାର୍ଜ କରିଥିଲା। ଏଥିରେ କିଛି ଗ୍ରାମବାସୀ ଆହତ ହୋଇଥିବା କୁହାଯାଉଛି। ଆନ୍ଦୋଳନକାରୀଙ୍କ ଅସ୍ଥାୟୀ କ୍ୟାମ୍ପକୁ ମଧ୍ୟ ପୁଲିସ୍ ଭାଙ୍ଗି ଦେଇଛି।ସେହିପରି ଲୋକଙ୍କ ଆକ୍ରମଣରେ କିଛି ପୁଲିସ୍ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି।

ଜଗତସିଂହପୁର ଜିଲ୍ଲା ଅତିରିକ୍ତ ଏସ୍‌ପି ଉମେଶ ପଣ୍ଡା କହିଛନ୍ତି, ଆଜି ଦିନ ପ୍ରାୟ ୧୧ଟା ବେଳେ ୫୦୦ରୁ ଅଧିକ ମହିଳା ଓ ଗ୍ରାମବାସୀ ରାଲି କରିବାକୁ ପ୍ରସ୍ତୁତ ହେଉଥିଲେ। ଉପସ୍ଥିତ ପୁଲିସ୍ ଅଧିକରୀମାନେ ସେମାନଙ୍କୁ କୋଭିଡ୍ ଗାଇଡ୍‌ଲାଇନ୍ ଅନୁଯାୟୀ ରାଲି ପାଇଁ ଲାଇସେନ୍ସ ମାଗିଥିଲେ। ସେମାନଙ୍କ ପାଖରେ ରାଲି ପାଇଁ ଅନୁମତି ନଥିଲା। ତେଣୁ ସେମାନଙ୍କୁ ଫେରି ଯିବାକୁ କୁହାଯାଇଥିଲା। ତେବେ ସେମାନେ ମାନି ନଥିଲେ ଓ ପୁଲିସ୍‌କୁ ଠେଲାଠେଲି କରିଥିଲେ। ସେମାନେ ପୁଲିସ୍ କର୍ମଚାରୀଙ୍କ ଠାରୁ ଲାଠି ଓ ବଡି ପ୍ରୋଟେକ୍ଟର ଛଡ଼ାଇ ନେଇଥିଲେ। ଲାଠିରେ ଆକ୍ରମଣ କରିବାରୁ ଜଣେ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ସେହିପରି ସେମାନେ ବ୍ଲେଡ୍‌ରେ ଆକ୍ରମଣ କରିଥିଲେ। ଏପରିକି ପୁଲିସ୍ ଉପରକୁ ପରିସ୍ରା ଫିଙ୍ଗିଥିଲେ। ଏହା ପରେ ସ୍ଥିତିକୁ ସମ୍ଭାଳିବାକୁ ପୁଲିସ୍ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା।

ଏସ୍‌ପି କହିଛନ୍ତି, ୫/୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଦେବେନ୍ଦ୍ର ସ୍ୱାଇଁ ଅଛନ୍ତି। ସମସ୍ତଙ୍କ ବିରୋଧରେ ଆଜି ଆସିଥିବା ଅଭିଯୋଗ ତଥା ପୂର୍ବରୁ ଥିବା ଅଭିଯୋଗକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story